ପେଟ ଜନିତ ସମସ୍ୟା ଥିଲେ ପ୍ରତିଦିନ ପିଅନ୍ତୁ ଗୁଜୁରାତି ପାଣି, ମିଳିବ ଆପଣଙ୍କୁ ଆରାମ

ଗୁଜୁରାତିର ବ୍ୟବହାର ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ କରାଯାଇଥାଏ। କେବଳ ଏତିକି ନୁହେଁ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ। ଏହା ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ତେବେ ଆପଣ ଏହାର ପାଣିକୁ ମଧ୍ୟ ପିଇପାରିବେ। ଏହାର ପାଣି ପାଚନ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ। ପେଟ ଜନିତ ସମସ୍ୟାକୁ ଦୂର କରିଥାଏ ଗୁଜୁରାତି ପାଣି।

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଲିଟର ପାଣିରେ ୫ଟି ଗୁଜୁରାତି ପକାନ୍ତୁ। ଏହାକୁ ଖଣ୍ଡ କରି ପକାଇବେ। ସକାଳେ ଉଠିବା ପରେ ଏହି ପାଣିକୁ ଅଳ୍ପ ଉଷୁମ କରି ପି ଇବେ। ଏହା କୁ ଆପଣ ଦିନକୁ ୨ ରୁ ୩ ଥର ପିଇପାରିବେ।

-ଏଥିରେ ଫାଇବର ମାତ୍ରା ଅଧିକ ଥାଏ। ଏହାଦ୍ୱାରା କୋଲେଷ୍ଟ୍ରଲ ଲେଭଲ ନିୟନ୍ତ୍ରଣରେ ରୁହେ। ଏହାଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ । ଆପଣଙ୍କୁ କାମ କରିବାକୁ ଶକ୍ତି ମିଳେ।

– ଅନେକ ରୋଗରୁ ମୁକ୍ତି ଦେଇଥାଏ ଏହି ରୋଗ। ରକ୍ତଚାପ ସ୍ତର ମଧ୍ୟ ନିୟନ୍ତ୍ରଣ ରୁହେ। ଏହାକୁ ଡାଇବେଟିଜ ସମସ୍ୟା ଦୂର ହୋଇଥାଏ। ତେଣୁ ମଧୁମେହ ରେ ପୀଡ଼ିତ ଥିବା ବ୍ୟକ୍ତି ଏହାକୁ ପିଇବା ଦରକାର।

-ହଜମ ଶକ୍ତିକୁ ମଜବୁତ କରିଥାଏ। ଶରୀରରେ ଓଜନକୁ ନିୟନ୍ତ୍ରଣ ରଖେ। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ।ତେଣୁ ସର୍ବଦା ଏହାକୁ ପିଇବା ପାଇଁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.