ରୂପାକୁ ଏପରି ବ୍ୟବହାର କଲେ ଚମକିବ ଆପଣଙ୍କ ଭାଗ୍ୟ, ରୋଗ ବି ରହିବ କୋଷେ ଦୂରରେ
ଧାର୍ମିକ ଦୃଷ୍ଟିକୋଣରୁ ବହୁତ ପବିତ୍ର ଏବଂ ସାତ୍ତ୍ୱିକ ଧାତୁ ହେଉଛି ଚାନ୍ଦି ବା ରୂପା। ମାନ୍ୟତା ରହିଛି ଏହାର ଉତ୍ପତ୍ତି ଭଗବାନ ଶିବଙ୍କ ନେତ୍ରରୁ ହୋଇଛି। ଏହାବ୍ୟତୀତ ରୂପା ଜ୍ୟୋତିଷରେ ବି ବହୁତ ଖାସ୍ ମହତ୍ତ୍ୱ ରହିଛି। କାହିଁକିନା ଧନର କାରକ ଶୁକ୍ର ଏବଂ ମନର କାରକ ଚନ୍ଦ୍ରମାଙ୍କ ସହ ଏହାର ସମ୍ପର୍କ ରହିଛି। ରୂପା ଶରୀରର ଜଳ ତତ୍ତ୍ୱକୁ ନିୟନ୍ତ୍ରିତ କରିଥାଏ। ଏହାସହିତ କଫ, ପିତ୍ତ ଏବଂ ବାତ ସମସ୍ୟାକୁ ବି ଦୂର କରିଥାଏ ରୂପା। ଏଥିପାଇଁ ଜୀବନରେ ବହୁତ ବିଶେଷ ମହତ୍ତ୍ୱ ରଖିଥାଏ ରୂପା। ତେବେ ଆସନ୍ତୁ ଜାଣିବା ଚାନ୍ଦି କେଉଁ ଭଳି ଭାବେ ଭାଗ୍ୟକୁ ଚମକାଇ ଥାଏ।
ଧନ ଲାଭ ପାଇଁ ହୋଇଥାଏ ଖାସ୍
ଜ୍ୟୋତିଷ ଶାସ୍ତ୍ର ମୁତାବକ ଚାନ୍ଦି ମନକୁ ମଜବୁତ ବନଇବା ସହିତ ମସ୍ତିଷ୍କକୁ ପ୍ରଖର କରିଥାଏ। ଚନ୍ଦ୍ରମା ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ମଧ୍ୟ ଚାନ୍ଦି ଲାଭକାରୀ ହୋଇଥାଏ। ଏହାଛଡା ଚାନ୍ଦି ବା ରୂପା ଶୁକ୍ରକୁ ବି ବଳବାନ ବନାଇଥାଏ।
ଧନ ପ୍ରାପ୍ତି ପାଇଁ ଚନ୍ଦ୍ରମାର ପ୍ରୟୋଗ
ଜ୍ୟୋତିଷ ଶାସ୍ତ୍ର ମୁତାବକ ଶୁଦ୍ଧ ଚାନ୍ଦିର ମୁଦି ସବୁଠାରୁ ଛୋଟ ଆଙ୍ଗୁଠିରେ ଧାରଣ କରିବା ଉତ୍ତମ ହୋଇଥାଏ। ଏହାର ପ୍ରଭାବରେ ଅଶୁଭ ଚନ୍ଦ୍ରମା ଶୁଭ ପ୍ରଭାବ ଦେବା ଆରମ୍ଭ କରିଦେଇଥାଏ। ଏହାସହିତ ମନକୁ ସନ୍ତୁଳନ କରିବା ସହିତ ଧନ ପ୍ରାପ୍ତି ମଧ୍ୟ କରିଥାଏ।
ଶରୀରକୁ ରଖିଥାଏ ନିରୋଗ
ଶୁଦ୍ଧ ଚାନ୍ଦିର କଡା ଅଭିମନ୍ତ୍ରିତ କରି ପିନ୍ଧିବା ଦ୍ୱାରା କଫ, ପିତ୍ତ ଏବଂ ବାତ ନିୟନ୍ତ୍ରଣରେ ରହିଥାଏ। ଯାହାଦ୍ୱାରା ଶରୀର ନିରୋଗ ରହିଥାଏ ଏବଂ ଜଲଦି ରୋଗରେ ପଡନ୍ତିନାହିଁ।
ପାପୀ ଗ୍ରହର ପ୍ରଭାବକୁ କରିଥାଏ କମ୍
ଶୁଦ୍ଧ ରୂପାର ଚେନ ଗଙ୍ଗାଜଳରେ ଶୁଦ୍ଧ କରି ଗଳାରେ ଧାରଣ କରିବା ଦ୍ୱାରା ବାଣୀରେ ପ୍ରଖରତା ଆସିଥାଏ। ଏହାସହିତ ହର୍ମୋନ୍ସ ବି ସନ୍ତୁଳିତ ରହିଥାଏ। ଏହାଛଡା ମନ ବି ଏକାଗ୍ରତା ରହିଥାଏ।
ଚାନ୍ଦି ବା ରୂପାର ବ୍ୟବହାର କରିବା ସମୟରେ ରୁହନ୍ତୁ ସାବଧାନ
ଚାନ୍ଦି ଯେତେ ଶୁଦ୍ଧ ହେବ ତାର ପ୍ରଭାବ ବି ସେତିିକି ଭଲ ହେବ ଯେଉଁମାନଙ୍କର ଭାବନାତ୍ମକ ସମସ୍ୟା ରହୁଛି ସେମାନେ ଚାନ୍ଦି ଧାରଣ କରିବା ଠାରୁ ଦୂରେଇ ରୁହନ୍ତୁ। ବିଛା, ମୀନ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଚାନ୍ଦି ଧାରଣ କରିବା ଶୁଭ ହୋଇଥାଏ। ସେହିପରି ସିଂହ, ଧନୁ ଏବଂ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ରୂପା ଅନୁକୂଳ ପ୍ରମାଣିତ ହୋଇନଥାଏ।