Below header

କୁକିଂ ଟିପ୍ସ : ମହିଳାଙ୍କ ପାଇଁ ରୋଷେଇରେ ସହଜ ହେବ ଏହି ୭ ଟି କୁକିଂ ଟିପ୍ସ

ମହିଳାଙ୍କ ଅଧିକାଂଶ ସମୟ କିଚେନରେ କଟି ଥାଏ । ଆଜିକାଲି ଅଧିକାଂଶ ମହିଳା ଚାକିରି ସହିତ ଘର ରୋଷେଇ ମଧ୍ୟ ସମ୍ଭାଳୁଛନ୍ତି । ଏ ପରିସ୍ଥିତିରେ ମହିଳାଙ୍କ ପାଇଁ ସମୟ ବହୁତ ଅଭାବ ହୋଇଥାଏ । ତେଣୁ ଆଜି ଆମେ ଏପରି କଛି କୁକିଂ ଟିପ୍ସ ଦେବୁ ଯାହାକୁ ଫଲୋ କଲେ ଆପଣଙ୍କ ରୋଷେଇ ସହଜ ହୋଇଯିବ ।

neem leave

କୀଟ ସମସ୍ୟା

ରୋଷେଇ ଘରେ ଅଧିକାଂଶ ସମୟରେ ଥିବା ଶୁଖିଲା ଶସ୍ୟରେ ପୋକ ଲାଗିଯାଇଥାଏ । ତେବେ ଏହା ବର୍ଷା ଓ ଖରା ଦିନରେ ଅଧିକ ସମସ୍ୟା ହୋଇଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ନିମ୍ବ ପତ୍ରକୁ ଶସ୍ୟରେ ପକାଇ ଦିଅନ୍ତୁ । ପୋକ ଲାଗିବ ନାହିଁ । ସେହିପରି ପରିବାରେ ଥିବା ପୋକକୁ ସଫା କରିବା ପାଇଁ ପରିବାକୁ କାଟି କିଛି ସମୟ ପାଇଁ ଲୁଣ ପାଣିରେ ପକାଇ ଦିଅନ୍ତୁ । ଏହାଦ୍ୱାରା ପରିବାରେ ଥିବା ସବୁ ପୋକ ବାହାରିଯିବେ ।

ଚୋପା ବାହାର କରିବା ସମସ୍ୟା

ଯଦି ଆପଣ ରସୁଣକୁ ୧୫ ମିନିଟ ପାଣିରେ ପକାଇ ରଖିଦେବେ । ତେବେ ତାହା ସହଜରେ ଚୋପା ଛାଡିଯିବ । ସେହିପରି ବାଇଗଣକୁ ପୋଡିବା ପୂର୍ବରୁ ଏଥିରେ ତେଲ ଲଗାଇ ଦିଅନ୍ତୁ ସହଜରେ ଚୋପା ଛାଡ଼ିଯିବ । ଯଦି ପିଆଜ କାଟିବା ବେଳେ ଆପଣଙ୍କ ଆଖିରୁ ପାଣି ବାହାରୁଛି ତେବେ ପିଆଜ କାଟିବାର ୧୦ ମିନିଟ ପୂର୍ବରୁ ଏହାକୁ ପାଣିରେ ପକାଇ ଦିଅନ୍ତୁ । ଏମିତି କଲେ ପିଆଜ କାଟିବା ବେଳେ ଆଖିରୁ ପାଣି ବାହାରିବ ନାହିଁ । ଡ୍ରାଏ ଫ୍ରୁଟ୍‌ସ କାଟିବାକୁ ସମସ୍ୟା ହେଲେ ଏହାକୁ ୧ ଘଣ୍ଟା ପୂର୍ବରୁ ଫ୍ରିଜରେ ରଖି ଦିଅନ୍ତୁ । ଏହା ସହଜରେ କାଟି ହୋଇଯିବ ।

dry fruits
p.c : herzindagi.com

ଫ୍ରାଏ କରିବା ପାଇଁ

ପିଆଜକୁ ଫ୍ରାଏ କଲାବେଳେ ଏଥିରେ କିଛି ଚିନି ପକାଇ ଦିଅନ୍ତୁ ଏହା ସହଜରେ ଫ୍ରାଏ ହୋଇଯିବା ସହ ପିଆଜ କ୍ରିପ୍ସ ହୋଯିବ । ଅଦାର ଚୋପା ଛଡ଼ାଇବା ପାଇଁ ଛୁରି ବଦଳରେ ଚାମଚ ବ୍ୟବହାର କରନ୍ତୁ । ସହଜରେ ଚୋପା ଛାଡ଼ିଯିବ ।

onion

ପରିବାର ମିଠାପଣ ଦୂର କରିବା ପାଇଁ

ବହୁବାର ଆଳୁର ଅଧିକ ମିଠାପଣ ପାଇଁ ତରକାରୀ ଭଲ ଲାଗେନି । ଆଳୁର ମିଠା କାଟିବା ପାଇଁ ଏହାକୁ ୧ ଘଣ୍ଟା ଲୁଣ ପାଣିରେ ପକାଇ ରଖନ୍ତୁ । କଞ୍ଚା ଲଙ୍କାର ଡେମ୍ଫ କାଢ଼ି ଏହାକୁ ପ୍ଲାଷ୍ଟିକ ଡବାରେ ରଖିଲେ ଏହ ବହୁତ ଦିନ ଯାଏ ଫ୍ରେସ ରହେ ।

ଏହି ଛୋଟ ଛୋଟ କିଚେନ ଟିପ୍ସ ଆପଣଙ୍କ କାମକୁ ଅଧିକ ସହଜ କରିବା ସହ ଜିନିଷ ମଧ୍ୟ ଅଧିକ ଦିନ ଯାଏ ରଖିବାରେ ସାହାଯ୍ୟ କରିଥାଏ । ତେବେ ଡେରି କାହିଁକି । ଆପଣାନ୍ତୁ ଏହି ସବୁ ଟିପ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.