WhatsAppରେ ଏହିଭଳି ପଠାନ୍ତୁ ଆପେ ଡିଲେଟ୍‌ ହୋଇ ଯାଉଥିବା ଫଟୋ ଓ ଭିଡିଓ, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ୟୁଜରମାନଙ୍କର ଏକ୍ସପେରିୟନ୍ସ ବଢ଼ାଇବା ପାଇଁ ହ୍ଵାଟସ୍‌ଆପ ନୂଆ ନୂଆ ଫିଚର୍ସ ଜାରି କରିବାରେ ଲାଗିଥାଏ। ଏଥିରେ Snapchatର ଏକ ଫିଚର ନିକଟରେ ଯୋଡ଼ା ଯାଇଥିଲା। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କୁ ଏମିତି ହିଁ ଫଟୋ ଓ ଭିଡିଓ ପଠାଇ ପାରିବେ, ଯାହାକୁ ସେମାନେ କେବଳ ଗୋଟିଏ ଥର ହିଁ ଦେଖି ପାରିବେ।

ହ୍ଵାଟସ୍‌ଆପର ଏହି ଫିଚରର ନାମ View Once। ଏହି ଫିଚରରେ ୟୁଜର୍ସ ଡିସ୍‌ଆପିୟରିଂ ମେସେଜ ପଠାଇ ପାରିବେ। ଯେତେବେଳେ ଏହାକୁ ରିସିଭର ଗୋଟିଏ ଥର ଦେଖି ନେବେ, ତ ଫଟୋ ଓ ଭିଡିଓ ଆପେ ଡିଲେଟ୍‌ ହୋଇଯିବ। ଆସନ୍ତୁ ଜାଣିବା, ଏହାକୁ ବ୍ୟବହାର କରିବାର ତରିକା।

-ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କ ପାଖରେ ହ୍ଵାଟସ୍‌ଆପର ଲାଟେଷ୍ଟ ଭର୍ସନ ଥିବା ଦରକାର। ଏଥିପାଇଁ ଆପଣ ଗୁଗଲ ପ୍ଲେ ଷ୍ଟୋର୍‌ ନଚେତ୍‌ ଆପଲ୍‌ ଆପ୍‌ ଷ୍ଟୋର୍‌ ଯାଇ ହ୍ଵାଟସ୍‌ଆପକୁ ଅପଡେଟ୍‌ କରି ପାରିବେ।

-ହ୍ଵାଟସ୍‌ଆପରେ ଡିସ୍‌ଆପିୟରିଂ ଫଟୋ ଓ ଭିଡିଓ ପଠାଇବା ପାଇଁ ପ୍ରଥମେ ଆପଣଙ୍କୁ ଆପ୍‌ ଓପନ କରିବାକୁ ହେବ। ଏହାପରେ ସେହି ହ୍ଵାଟସ୍‌ଆପ ଚ୍ୟାଟ୍‌କୁ ଯିବେ, ଯାହାଙ୍କୁ ଆପଣ ଡିସ୍‌ଆପିୟରିଂ ଫଟୋ ଓ ଭିଡିଓ ପଠାଇବାକୁ ଚାହୁଁଛନ୍ତି। ଏଠାରେ ଆପଣଙ୍କୁ ଚ୍ୟାଟ୍‌ବକ୍ସରେ ପେପରକ୍ଲିପ୍‌ ଅପଶନ ଉପରେ କ୍ଲିକ୍‌ କରିବାକୁ ହେବ।

-ଏହାପରେ ସେହି ଫଟୋ ଓ ଭିଡିଓକୁ ସିଲେକ୍ଟ କରନ୍ତୁ, ଯାହାକୁ ଆପଣ ସେଣ୍ଡ କରିବାକୁ ଚାହୁଁଛନ୍ତି। ପ୍ରିଭ୍ୟୁ ସ୍କ୍ରିନ୍‌ ଉପରେ ଆପଣଙ୍କୁ ଟେକ୍ସଟ୍‌ ବାର୍‌ରେ ୧ର ଆଇକନ୍‌ ଦେଖାଯିବ।

-ପଠାଇବା ପୂର୍ବରୁ ଏହା ଉପରେ ଟ୍ୟାପ୍‌ କରି ଦିଅନ୍ତୁ। ଏହାଦ୍ୱାରା ରିସିଭର ଏହାକୁ ଗୋଟିଏ ଥର ହିଁ ଓପନ୍‌ କରି ପାରିବେ। ଏହାପରେ ମେସେଜ୍‌ ଆପେ ଡିଲେଟ୍‌ ହୋଇଯିବ। ଯଦିଓ ରିସିଭର୍‌ ଚାହିଁଲେ ସ୍କ୍ରିନ୍‌ଶଟ୍‌ କିମ୍ବା ସ୍କ୍ରିନ୍‌ ରେକର୍ଡ କରି ମିଡିଆକୁ ସେଭ୍‌ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.