କରୋନାରୁ ସୁସ୍ଥ ହେବାପରେ ଶରୀରରେ ରକ୍ତ ଜମାଟ ସମସ୍ୟା ଦେଖାଗଲେ କରନ୍ତୁ ଏହି ଘରୋଇ ଉପଚାର

କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ମଧ୍ୟରେ ରକ୍ତ ଜନିତ ସମସ୍ୟା ଦେଖାଯାଏ । କିଛି ଜଣଙ୍କ ରକ୍ତ ଗାଢ଼ା ଦେଖାଯିବା ସହ ଅନ୍ୟ କେତେକଙ୍କର ରକ୍ତ ଜମାଟ ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଏ ।ଏହି ସମୟରେ ଶରୀରରେ ରକ୍ତ ପତଳା ହେବାର ମଧ୍ୟ ଦେଖାଯାଏ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇବା ପାଇଁ ଘରୋଇ ଉପଚାର ରହିଛି । ଏହାସହ ଆୟୁର୍ବେଦ ଉପାୟରେ ମଧ୍ୟ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇଁ ଥିବା ଆୟୁର୍ବେଦ ଉପାୟ ।

– ପ୍ରତିଦିନ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଆମ ଶରୀରରେ ପାଚନ ଶକ୍ତି ଠିକ ରୂପେ କାର୍ଯ୍ୟ କରିଥାଏ । ଏହାସହ ରକ୍ତ ସଫା ମଧ୍ୟ ହୋଇଥାଏ । ଗାଜର, ମୂଳା, ବ୍ରକୋଲି ଆଦି ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଭିଟାମିନ ସି ଯୁକ୍ତ ଫଳକୁ ସେବନ କରିବା ଦ୍ୱାରା ଏହା ଆମ ଇମ୍ୟୁନି ସିଷ୍ଟମକୁ ମଜବୁତ ରଖିଥାଏ ।

– ସାବୁ ଦାନା ସହ ଅଳସୀ ମଞ୍ଜି , ଓଟ୍ସ, ନଟ୍ସ ଆଦି ହାଇ ପ୍ରୋଟିନ ଯୁକ୍ତ ଓ ଫାଇବର ଯୁକ୍ତି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

098
pc: Pure FIT

– ହଳଦୀ, ଅଦା ଓ ରସୁଣରେ ଥିବା ଔଷଧିୟ ଗୁଣ ଶରୀରରେ ରକ୍ତ ଜନିତ ସମସ୍ୟାକୁ ଦୂର କରିଥାଏ । କୁରକୁମିନ ନାମକତ୍ତତତ୍ୱ ରକ୍ତରେ ଜମାଟ ବାନ୍ଧିବାକୁ ଦେଇନଥାଏ । ଶରୀରରେ ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିଥାଏ । ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ବେଶ ଲାଭ ମିଳିଥାଏ ।

– ଏହାସହ ମାଛ, ମାଂସ, ଅଣ୍ଡାର ସେବନ କରିବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.