ଅଧିକ ଅଣ୍ଡା ଖାଉଥିଲେ ହୋଇପାରେ ସାଙ୍ଘାତିକ ରୋଗ, ହୋଇଯାଆନ୍ତୁ ସତର୍କ

କଥାରେ ଅଛି “ସନଡେ ହେଉ ବା ମଣ୍ଡେ ରୋଜ ଖାଓ ଅଣ୍ଡେ ” | ଭଲ ସ୍ୱାସ୍ଥ୍ୟ ପାଇଁ ସବୁଦିନ ଅଣ୍ଡା ଖାଇବା ପାଇଁ ଉପଦେଶ ଦିଆଯାଇଛି |ହେଲେ ସବୁଦିନ ଅଣ୍ଡା ଖାଇବା ଦ୍ୱାରା ସାଙ୍ଘାତିକ ରୋଗ ହୋଇପାରେ ବୋଲି ଏକ ଗବେଷଣାରୁ ଜଣାପଡିଛି | ଅଣ୍ଡାରେ ପ୍ରଚୁର ପରିମାଣ ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ କୁହାଯାଇଛି |

ହେଲେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ ହେବାର ଆଶଙ୍କା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ |

ଚୀନର ବିଶେଷଜ୍ଞମାନେ ୮ ହଜାର ଲୋକଙ୍କ ଉପରେ ପରୀକ୍ଷା କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି | ଅଧିକ ଅଣ୍ଡା ଖାଉଥିବା ଲୋକମାନଙ୍କ ଶରୀରରେ ସେରମ ଓ କୋଲଷ୍ଟରଲର ମାତ୍ରା ବୃଦ୍ଧି ପାଇଥାଏ | ଏହାଦ୍ୱାରା ସେମାନଙ୍କ ଶରୀରରେ ଅଧିକ ଚର୍ବି ମଧ୍ୟ ସୃଷ୍ଟି ହୋଇଥାଏ | ଅଣ୍ଡାର କେଶରରୁ ମିଳୁଥିବା କୋଲିନ ଶରୀରରେ ମୋଟାପଣ ବୃଦ୍ଧି କରିଥାଏ |

ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇଥାନ୍ତି |  ହେଲେ ଅଧିକ ଅଣ୍ଡା ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି |  ବିଶେଷଜ୍ଞଙ୍କ ମତରେ ଗୋଟିଏ ଅଣ୍ଡାରୁ ପାଖା ପାଖି ୨୦୦ ମିଲିଗ୍ରାମ କୋଲଷ୍ଟରଲ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ |

ବିଶେଷଜ୍ଞଙ୍କ ମତରେ ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଥାନ୍ତି ତାହେଲେ ସିଝା ଅଣ୍ଡାରେ ଲୁଣ, କଳା ମରିଚ ଓ ଧଣିଆ ପତ୍ର ଦେଇ ଖାଇଲେ ଏଥିରେ ଥିବା କୋଲଷ୍ଟରଲର ମାତ୍ର କମ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.