ମାଣବସା ଗୁରୁବାରରେ କରନ୍ତୁ ନାହିଁ ଏହି କାମ, ନଚେତ୍ ହୋଇପାରନ୍ତି ଲକ୍ଷ୍ମୀଛଡ଼ା

ଧାର୍ମିକ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ଆରାଧ୍ୟା କରାଯିବା ସହ ଧନର ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଇଥିବା ବେଳେ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ କୁହାଯାଇଥାଏ। ତେବେ ଆପଣ ଜାଣିଛନ୍ତି ଗୁରୁବାର କିଛି ନିର୍ଦ୍ଧିଷ୍ଟ କାମ ରହିଛି ଯାହାକୁ କରିବା ଦ୍ବାରା ଆପଣ ଲକ୍ଷ୍ମୀଛଡ଼ା ହୋଇଥାନ୍ତି। ତେବେ ଆସନ୍ତୁ ଜାଣବା ଗୁରୁବାର କଣ କରିବା ଅନୁଚିତ୍ ।

-ଗୁରୁବାରରେ ଅଧିକ ସମୟ ଯାଏଁ ଶୋଇ ରୁହନ୍ତୁ ନାହିଁ। ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାର ସଫା କରିବା ଆବଶ୍ୟକ। ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ତାରେ ପୂଜା କରନ୍ତୁ ନାହିଁ। ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡ଼ୁ କରନ୍ତୁ।

clean

– ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରିବେ।

-ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

 

-ଗୁରୁବାରରେ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି କୁହାଯାଏ। ଏହି ଦିନ ହଳଦୀ, ଚଣା ଡାଲି କିମ୍ୱା କଦଳୀ ଦାନ କରନ୍ତୁ। ଏହା ସହ ଗୁରୁବାର ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ, ନିଶ୍ଚୟ ଶୁଭ ଫଳ ମିଳିବ।

-ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଶ୍ୱେତ ପୁଷ୍ପ ମଧ୍ୟ ମା’ଙ୍କ ଉପରେ ଚଢ଼ାନ୍ତୁ।

chicken

-ଗୁରୁବାର ଭୁଲରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କି ଖାଆନ୍ତୁ ନାହିଁ। ଗୁରୁବାର ଦିନ ୧୨ଟା ପରେ କାହାକୁ ବି ଭିକ ଦିଅନ୍ତୁ ନାହିଁ। ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଏପରି କଲେ ଘରୁ ଲକ୍ଷ୍ମୀ ଛାଡ଼ିଯା’ନ୍ତି ବୋଲି କୁହାଯାଏ।

-ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ। ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ। ଏହାଦ୍ୱାରା ଆଖପାଖର ବାତାବରଣ ଶୁଦ୍ଧ ହେବ ଓ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.