ଭିଟାମିନ୍‌ ସି ଖାଦ୍ୟ ଖାଉଥିଲେ ସାବଧାନ, ନଚେତ ଶରୀରକୁ ପହଞ୍ଚିବ ମାତ୍ରାଧିକ କ୍ଷତି

ଏହି ଭିଟାମିନ୍‌ରେ ଉପକାରିତା ଅଛି ବୋଲି ଭାବି କେବେ ହେଲେ ଏହାକୁ ଅଧିକ ସେବନ କରନ୍ତୁ ନାହିଁ । କାରଣ ଅତ୍ୟଧିକ ଭିଟାମିନ୍‌ – ସି ଶରୀର ପାଇଁ ବିପଦଜନକ ହୋଇପାରେ । ଯେଉଁଥିପାଇଁ ଆପଣଙ୍କ କିଡନୀ ଓ ହାଡରେ ଅନେକ ସମସ୍ୟା ହୋଇପାରେ ।

ବର୍ତ୍ତମାନ ସମୟରେ ସ୍‌ୁସ୍ଥ ରହିବା ପାଇଁ ଆମ ଶରୀରକୁ ଅନେକ ପ୍ରକାରର ପ୍ରୋଟିନ୍‌ ଓ ଭିଟାମିନ୍‌ ଜରୁରୀ ହୋଇଥାଏ । ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ହେଲଦି ରହିଥାଏ । ହେଲେ ଆପଣମାନେ ଜାଣିଥିବେ ଯେ ଭିଟାମିନ୍‌ – ସି ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ଭିଟାମିନ୍‌ – ସି ଇମ୍ୟୁନିଟି ସିଷ୍ଟମକୁ ସୁଦୃଢ କରିବା ସହ ସ୍କିନ୍‌ ଓ କେଶକୁ ମଧ୍ୟ ହେଲଦି ରଖିବାରେ ସାହାଯ୍ୟ କରିଥାଏ ।
କିନ୍ତୁ ଏହି ଭିଟାମିନ୍‌ରେ ଉପକାରିତା ଅଛି ବୋଲି ଭାବି କେବେ ହେଲେ ଏହାକୁ ଅଧିକ ସେବନ କରନ୍ତୁ ନାହିଁ । କାରଣ ଅତ୍ୟଧିକ ଭିଟାମିନ୍‌ – ସି ଶରୀର ପାଇଁ ବିପଦଜନକ ହୋଇପାରେ । ଯେଉଁଥିପାଇଁ ଆପଣଙ୍କ କିଡନୀ ଓ ହାଡରେ ଅନେକ ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ଭିଟାମିନ୍‌ – ସି କେତେ ମାତ୍ରାରେ ଗ୍ରହଣ କରିବା ଉଚିତ ହୋଇଥାଏ ।
ଅଧିକ ଭିଟାମିନ୍‌ – ସି ଶରୀର ପାଇଁ କ୍ଷତିକାରକ ହୋଇପାରେ :
ଅତ୍ୟଧିକ ଭିଟାମିନ୍‌ – ସି ଗ୍ରହଣ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣଙ୍କ ଶରୀରରେ କିଡନୀ କିମ୍ବା ହାଡ, ଡାଇଜେସନ ଓ ଖାଦ୍ୟ ଅସନ୍ତୁଳନ ପରି ସମସ୍ୟା ହେଉଛି ତାହେଲେ ସାବଧାନ ହୋଇଯାଆନ୍ତୁ । ଏହା ସହ ଭିଟାମିନ୍‌ – ସି ଯୁକ୍ତ ଖାଦ୍ୟ ଅଧିକ ଖାଇବା କମ୍‌ କରନ୍ତୁ ।
କିଡନୀ ଯୁକ୍ତ ସମସ୍ୟା :
ଅଧିକ ଭିଟାମିନ୍‌ – ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡନୀରେ ଷ୍ଟୋନ୍‌ ଭଳି ସମସ୍ୟା ହୋଇପାରେ । ଏହା ଦ୍ୱାରା ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି ।
ହାଡର ଅସ୍ୱାଭାବିକ ବିକାଶ ହେବା :
ଶରୀରରେ ଭିଟାମିନ୍‌ – ସିର ମାତ୍ରା ଅଧିକ ହେଲେ ହାଡ ଅସ୍ୱାଭାବିକ ଭାବେ ବିକାଶ ହୋଇପାରେ । ଏହି କାରଣରୁ ଦୁର୍ବଳତା ଏବଂ ଥକାପଣ ଭଳି ଲକ୍ଷଣ ଦେଖାଯାଏ ।
୩. ଡାଇଜେସନର ସମସ୍ୟା : ଅଧିକ ଭିଟାମିନ ସି ଖାଇବା କାରଣରୁ ହଜମ ଶକ୍ତିରେ ବାଧା ସୃଷ୍ଟି ହୋଇଥାଏ । ଏହି କାରଣରୁ ବାନ୍ତି, ପେଟ ଦରଜ ହେବା, ଛାତି ଜଳିବା ଭଳି ସମସ୍ୟା ହୋଇଥାଏ । କିନ୍ତୁ ଆପଣ ଭିଟାମିନ ସି ସପ୍ଲିମେଣ୍ଟକୁ ବନ୍ଦ କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

୪. ଶରୀରରେ ଅସନ୍ତୁଳିତ ପୋଷଣ :
ଭିଟାମିନ ସି ଆବଶ୍ୟକତାରୁ ଅଧିକ ସେବନ କରିବା ଦ୍ୱାରା ଶରୀରରେ ପୋଷକ ତତ୍ୱର ସ୍ତର ଅସନ୍ତୁଳିତ ହୋଇଯାଏ । ଏହା ଦ୍ୱାରା ଶରୀରରେ ଭିଟାମିନ ବି ୧୨ ଏବଂ କପରର ମାତ୍ରା କମ ହୋଇପାରେ । ଭିଟାମିନ୍‌-ସି କାରଣରୁ ଶରୀରରେ ଆଇରନ୍‌ ମାତ୍ରା ବଢ଼ିଯାଏ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.