କାଲିଠୁ ରାଜ୍ୟରେ ଗଡିବନି ବସ, ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ଦାବି କଲା ସଂଘ

କାଲିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଡିବନି ବସ । ପୂର୍ବ ନିଷ୍ପତ୍ତି ଅନୁଯାଇ ଘରୋଇ ବସ ମାଲିକ ସଂଘ କଲା ଘୋଷଣା । ଆଲୋଚନାରୁ ନିଷ୍କର୍ଷ ବାହାରିଲା ନାହିଁ। ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ। ଘରୋଇ ବସ ମାଲିକ ସଂଘର ସୂଚନା ଦେଲା ।

କାଲି ଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ କାଲିଠାରୁ ବସ ଧର୍ମଘଟକୁ ଓହ୍ଲାଇବ ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ।

ପୂଜା ସମୟରେ ଯାତ୍ରୀଙ୍କୁ ହାଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଉଥିବା ସେ କହିଛନ୍ତି। ଧର୍ମଘଟକୁ ଓହ୍ଲାଉଥିବାରୁ ଯାତ୍ରୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିଛି ଘରୋଇ ବସ ମାଲିକ ସଂଘ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ସଂଘ। ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ସେପଟେ ଆସନ୍ତା ୨୬ ତାରିଖରେ ବସ ମାଲିକ ସଂଘ ସହ ରାଜ୍ୟ ପରିବହନ ମନ୍ତ୍ରୀ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ନେଇଥିଲେ ମଧ୍ୟ ଜିଦରେ ଅଟଳ ରହିଛି ସଂଘ।

Leave A Reply

Your email address will not be published.