ଘରେ ଯଦି ଏ ଗଛ ଲଗାଇଛନ୍ତି ତୁରନ୍ତ ହଟାଇ ଦିଅନ୍ତୁ ,ଏହା ଖରାପ ସ୍ୱାସ୍ଥ୍ୟର ମୂଳପିଣ୍ଡ

ଘରର ସାଜ ସଜାକୁ ଧ୍ୟାନରେ ରଖି ପ୍ରାୟତ ଲୋକମାନେ ଘରେ ବିଭିନ୍ନ ଗଛ ଲଗାଇଥାନ୍ତି, ଯଦ୍ୱାରା ଘର ଦେଖିବାକୁ ସୁନ୍ଦର ଓ ସବୁଜିମା ଲାଗେ | କିନ୍ତୁ ବାସ୍ତୁ ଶାସ୍ତ୍ରରେ କିଛି ଗଛ ନ ଲଗାଇବା ପାଇଁ ଉପଦେଶ ଦିଆଯାଇଛି |

ବେଳେବେଳେ ଅଜ୍ଞାନତା ବଶତଃ ଲୋକେ ଘରେ କିଛି ବି ଗଛ ଲଗେଇ ଦିଅନ୍ତି ଯାହା ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ | ଆସନ୍ତୁ ଜାଣିବା ଗଛ ଲଗାଇବା ପାଇଁ ବାସ୍ତୁ ଶାସ୍ତ୍ର ସହିତ ଜଡି଼ତ କିଛି ନିୟମ ବିଷୟରେ |

କ୍ଷୀର ବୋହୁଥିବା ଗଛଠାରୁ ଦୁରେଇ ରହନ୍ତୁ : ଘରେ କେବେ ବି କ୍ଷୀର ବୋହୁଥିବା ଗଛ ଲଗାଇବେ ନାହିଁ | ବାସ୍ତୁ ଅନୁସାରେ ଯଦି ଘରେ ଏପରି ଗଛ ଲଗାନ୍ତି ତେବେ ପରିବାରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ | ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ରହିଥାଏ |

ବର ଏ ବଂ ଅଶ୍ୱସ୍ଥ ଗଛ ଲଗାଇବେ ନାହିଁ : ହିନ୍ଦୁ ଧର୍ମାନୁସାରେ ଏ ଦୁଇ ଗଛକୁ ପବିତ୍ର ଏବଂ ପୂଜନୀୟ ସ୍ଥାନ ଦିଆଯାଇଛି | କିନ୍ତୁ ଘରେ ଲାଗିଥିବା ବର ଏବଂ ଅଶ୍ୱସ୍ଥ ଗଛ ଅଶୁଭ ଫଳ ଦିଅନ୍ତି | ଏଥିପାଇଁ ଏ ଦୁଇ ଗଛ ସର୍ବଦା ମନ୍ଦିରରେ ହିଁ ଲଗାନ୍ତୁ |

କଣ୍ଟାଥିବା ଗଛ ଲଗାଇବେ ନାହିଁ : କଣ୍ଟାଥିବା ଗଛ ଘରେ ଲଗେଇବା ଠାରୁ ଦୂରେଇ ରହନ୍ତୁ | ଏ ପ୍ରକାର ଗଛ ଘରେ ନକାରାତ୍ମକତା ଏବଂ ପ୍ରଗତିରେ ବାଧା ଉତ୍ପନ୍ନ କରିଥାଏ | ତେଣୁ ଗୋଲାପ ଗଛ ଲଗାଇବା ପାଇଁ ଛାତର ବ୍ୟବହାର କରନ୍ତୁ |

ଘରର ସାମ୍ନାରେ ଲଗାଇବେ ନାହିଁ ଗଛ : ବାସ୍ତୁ ଅନୁସାରେ ଘର ସାମ୍ନାରେ କିମ୍ବା ଘର ମଝିରେ ଗଛ ଲଗାଇବେ ନାହିଁ | ନହେଲେ ଜୀବନରେ ବହୁତ ଅସୁବିଧା ଦେଖାଦେବ | ତାସହିତ ଫଳ ଗଛ ଯେମିତି ଆମ୍ବ ,ଜାମୁ ,କଦଳୀ ଆଦି ଘର ଅଗଣାରେ ଲଗାଇବା ମନା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.