କଣ ଆପଣଙ୍କୁ ବି ଇଚ୍ଛା ହେଉନି କିଛି ଖାଇବାକୁ? ତେବେ ଏହି ଚାରିଟି ଘରୋଇ ଉପାୟରୁ ବଢାନ୍ତୁ ଭୋକ

ଖାଦ୍ଯ ମନୁଷ୍ଯ ଶରୀର ପାଇଁ କେତେ ଦରକାର ତାହା ବୁଝେଇବା ଦରକାର ନାହିଁ। ଆଜ୍ଞା ହଁ, ବଞ୍ଚିବା ପାଇଁ ଯେଉଁଭଳି ଭାବେ ପାଣି ଆଉ ପବନର ଦରକାର ହୋଇଥାଏ, ଠିକ୍ ସେହିପରି ଖାଇବାର ମଧ୍ଯ ନିହାତି ଅାବଶ୍ଯକତା ପଡିଥାଏ । କିଛି ଲୋକ ତ ନିଜ ଖାଇବା ପିଇବା ପ୍ରତି ବେଶି ଧ୍ଯାନ ଦେଇଥାନ୍ତି, ହେଲେ ଆଉ କିଛି ଲୋକ ନାମମାତ୍ରକୁ ଖାଦ୍ଯ ଖାଇଥାନ୍ତି । ଏସବୁ ଭିତରେ ଏମିତି ମଧ୍ଯ କିଛି ବ୍ଯକ୍ତି ଅଛନ୍ତି ଯାହାଙ୍କୁ ପ୍ରାୟେ ଭୋକ ଲାଗିନଥାଏ । ଭୋକ ନଲାଗିବା କିଛି ସାଧାରଣ କଥା ନୁହେଁ । କାହିଁକିନା ଏହା କୌଣସି ରୋଗର ସଙ୍କେତ ମଧ୍ଯ ଦେଇଥାଏ ।

aଖାଦ୍ଯ ଆମ ଶରୀରକୁ ଶକ୍ତି ଦେଇଥାଏ, ଯାହା ସାହାର୍ଯ୍ଯରେ ପ୍ରତିଦିନ ସକାଳୁ ଉଠିବା ପରେ ପୂରା ଦିନ କାମ କରିପାରୁଛନ୍ତି । ଯଦି ଖାଦ୍ଯକୁ ଆମେ ଠିକ୍ ଭାବେ ଗ୍ରହଣ ନକରିବା ତେବେ ଆମ ଶରୀରରେ କିଛି ପରିବର୍ତ୍ତନ ଆସିଥାଏ, ଏବଂ ଶରୀରରେ ଶକ୍ତି ହ୍ରାସ ପାଇଥାଏ । ଏଇଥିପାଇଁ ସକାଳେ,ଦ୍ବିପ୍ରହରରେ ଏବଂ ରାତିରେ ଖାଦ୍ଯ ଖାଇବା ଜମାରୁ ଭୁଲିବା କଥା ନୁହେଁ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯାହାଙ୍କୁ ଖାଇବା ପାଇଁ ଜମାକୁ ଇଚ୍ଛା ହୋଇନଥାଏ । ଯେଉଁଥିପାଇଁ ତାଙ୍କର ସ୍ବଭାବ ପୂର୍ବ ଅପେକ୍ଷା ଚିଡିଚିଡା ହୋଇଯାଇଥାଏ ଏବଂ ସେମାନଙ୍କୁ କିଛି ଭଲ ଲାଗିନଥାଏ ।

ଆଜି ଆମେ ଆପଣଙ୍କୁ ସେହି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ଯରେ ଆପଣ ଭୋକ ନ ଲାଗିବା ସମସ୍ଯାରୁ ନିଜକୁ କାଢିପାରିବେ । ଆଜ୍ଞା ହଁ, ଭୋକ ନ ଲାଗିବା କାରଣରୁ ଆପଣ ବାଇରାଲ୍ କିମ୍ବା ଅନ୍ଯ କୌଣସି ଗମ୍ଭିର ରୋଗରେ ପୀଡିତ ହୋଇପାରନ୍ତି, କାରଣ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଲକୁଲ ଦୁର୍ବଳ ହୋଯାଇଥାଏ ।

ଏହାପରେ ଆପଣଙ୍କୁ ପୁଣି ଠିକ୍ ହେବା ପାଇଁ ବହୁତ ସମୟ ଲାଗିଥାଏ । ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ଆପଣ ଡକ୍ଟରଙ୍କ ପରାମର୍ଶ ନୁଅନ୍ତୁ । ଏହାଛଡା ଆପଣ ତଳେ ଦିଆଯାଇଥିବା ଉପାୟକୁ ଗ୍ରହଣ କରି ଏହି ସମସ୍ଯାରୁ ମୁକ୍ତି ପାଇପାରିବେ ।

dhania୧.ଧନିଆ ପତ୍ରର ରସ:  ଯଦି ପ୍ରତିଦିନ ଏକ ଚାମଚ ଧନିଆ ପତ୍ରର ରସ ସହ ଲେମ୍ବୁ ରସ ଗୋଳାଇକି ପିଇବେ, ତେବେ ଆପଣଙ୍କ ଭୋକ ଲାଗୁନଥିବା ସମସ୍ଯା ଦୂର ହେବ । କାହିଁକି ନା ଉଭୟ ଧନିଆ ଏବଂ ଲେମ୍ବୁ ରସ ପାଚନ ଶକ୍ତି ତୀବ୍ର କରିଥାଏ । ଯାହାଫଳରେ ଭୋକ ଲାଗିଥାଏ ।

ginger୨.ଅଦା: ଯଦି ଆପଣଙ୍କର ଭୋକ ନ ଲାଗିବା ସମସ୍ଯା ରହିଛି, ତେବେ ଆପଣ ଅଦା ଖାଇଲେ ଲାଭ ପାଇବେ। ଆଜ୍ଞା ହଁ, ଖାଇବାର ଅଧଘଣ୍ଟା ପୂର୍ବରୁ ଅଦାକୁ ଅଳ୍ପ ଲୁଣ ସହ ମିଶାଇ ଖାଆନ୍ତୁ । ଏହା ଦ୍ବାରା ଆପଣଙ୍କ ଭୋକ ଲାଗିବା ଶକ୍ତି ବଢିବା ସହ ଭୋକ ନଲାଗିବା ସମସ୍ଯା ଦୂର ହେବ । ମନେରଖନ୍ତୁ ଏହାକୁ ଆପଣ ପ୍ରତି ଦିନ ଖାଇବା ପୂର୍ବରୁ ଖାଇବେ ।

mulha୩.ମୂଳା: ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ଆପଣ ପ୍ରତିଦିନ ମୂଳା ଖାଆନ୍ତୁ । ମୂଳା ଖାଇବା ଦ୍ବାରା ଆପଣଙ୍କ ପାଚନ ଶକ୍ତି କ୍ରୀୟାଶୀଳ ହୋଇଥାଏ, ଯାହାଦ୍ବାରା ଆପଣଙ୍କୁ ଭୋକ ଲାଗିବ । ଧ୍ଯାନ ଦେବେ କି ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବେ ନାହିଁ ।

black୪.କଳା ଲୁଣ: କଳା ଲୁଣରେ ବହୁତ ସାହା ଗୁଣ ଭରପୂର ହୋଇ ରହିଛି । ଏହି କଳାଲୁଣରେ ଆପଣଙ୍କର ଭୋକ ଲାଗୁନଥିବା ସମସ୍ଯାକୁ ଦୂର କରିବାର କ୍ଷମତା ରହିଛି । ଏହା ଖାଇବା ଦ୍ବାରା ପାଚନ ଶକ୍ତି ମଧ୍ଯ ଭଲ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ଚିମୁଟାଏ କଳାଲୁଣ ସେବନ କରନ୍ତୁ ।

Leave A Reply

Your email address will not be published.