ହୋଲିରେ ଆପଣାନ୍ତୁ ଏହି ୫ ଉପାୟ, ମାନସିକ ଚାପରୁ ମିଳିବ ମୁକ୍ତି

ହୋଲି ଦିନରେ ଆପଣ ଛୋଟ ଛୋଟ ଉପାୟକୁ ଆପଣାଇ ନିଜ ମନରେ ଶାନ୍ତି ଏବଂ ଆପଣଙ୍କ ଘରେ ସୁଖ ଆଣିପାରିବେ । ଏହା ବ୍ୟତୀତ ଏହି ପ୍ରତିକାର ମାନିବା ଦ୍ୱାରା ମନ, ସ୍ୱାସ୍ଥ୍ୟ, ବ୍ୟବସାୟ ତଥା ପ୍ରେମ ଏବଂ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିବ ।

ହୋଲି ଦିନରେ ଆପଣ ଛୋଟ ଛୋଟ ଉପାୟକୁ ଆପଣାଇ ନିଜ ମନରେ ଶାନ୍ତି ଏବଂ ଆପଣଙ୍କ ଘରେ ସୁଖ ଆଣିପାରିବେ । ଏହା ବ୍ୟତୀତ ଏହି ପ୍ରତିକାର ମାନିବା ଦ୍ୱାରା ମନ, ସ୍ୱାସ୍ଥ୍ୟ, ବ୍ୟବସାୟ ତଥା ପ୍ରେମ ଏବଂ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିବ ।
୧. ମାନସିକ ଶାନ୍ତି :
ହୋଲି ସନ୍ଧ୍ୟାରେ ଗାଈ କ୍ଷୀରକୁ ପାଣିରେ ମିଶାଇ ଏଥିରେ ଧଳା ଫୁଲ ମିଶାନ୍ତୁ । ପରେ ଏହାକୁ ଚନ୍ଦ୍ରକୁ ଅର୍ପଣ କରନ୍ତୁ ଏବଂ ମାନସିକ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ମନର ସମସ୍ତ ଚିନ୍ତା ଦୂର ହେବ ଏବଂ ପରିବାରର ଅସୁବିଧା ସମାପ୍ତ ହେବ । ଏକ ବିଶେଷ କଥା ମନେରଖନ୍ତୁ ହୋଲି ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।

୨. ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା :
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ହୋଲି ରାତିରେ ଧଳା ପୋଷାକ ପିନ୍ଧି ଚନ୍ଦ୍ର ଆଲୋକରେ ବସନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପାଇଁ ପ୍ରାର୍ଥନା କରନ୍ତୁ । ଚନ୍ଦ୍ର ଆଲୋକରେ ବସିବା ଦ୍ୱାରା ଅନେକ ରୋଗ ଶୀଘ୍ର ଆରୋଗ୍ୟ ହେବ ।

୩. ବ୍ୟବସାୟ :
ଯଦି ଆପଣ ଅନେକ ଦିନ ଧରି ବ୍ୟବସାୟରେ କ୍ଷତି ସହୁଛନ୍ତି କିମ୍ବା ଆପଣଙ୍କୁ ଲାଭ ମିଳୁ ନାହିଁ, ତେବେ ହୋଲି ଦିନ ଜଣେ ବୃଦ୍ଧ ମହିଳାଙ୍କୁ ଧଳା ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ୱାରା ବ୍ୟବସାୟରେ ଥିବା ବାଧାଗୁଡିକ ଶୀଘ୍ର ଦୂରେଇ ଯିବ ।

୪. ପ୍ରେମ ଜୀବନ :
ଯଦି ଆପଣଙ୍କ ସମ୍ପର୍କ ଠିକ ଭାବେ ଚାଲୁ ନାହିଁ, ତେବେ ଆପଣ ହୋଲି ଦିନ ଏହି ପ୍ରତିକାରକୁ ଆପଣାନ୍ତୁ । ରାଧା କୃଷ୍ଣଙ୍କୁ ଗୋଲାପ ଫୁଲର ଏକ ପୁଷ୍ପମାଲ୍ୟ ଅର୍ପଣ କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂରେଇ ଯିବ ।

୫. ସୁଖୀ ଦାମ୍ପତ୍ୟ ଜୀବନ :
ବୈବାହିକ ଜୀବନରେ ସୁଖ ଆଣିବା ପାଇଁ ଚାଉଳ ଖରି ତିଆରି କରନ୍ତୁ ଏବଂ ହୋଲି ପର୍ବ ରାତିରେ ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହି ଖରିକୁ ସ୍ୱାମୀ ଏବଂ ସ୍ତ୍ରୀ ତଥା ପରିବାରର ସମସ୍ତ ସଦସ୍ୟ ପ୍ରସାଦ ଭାବରେ ଖାଆନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖରେ କଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.