ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଓଟ୍ସ, ମିଳିବ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି 

ଲୋକମାନେ ପ୍ରାୟତଃ ସକାଳର ଖାଦ୍ୟରେ ହେଲଦି ଏବଂ ହାଲୁକା ଜଳଖିଆ ଖାଇବାକୁ ପସନ୍ଦ କରନ୍ତି । ଏଥିମଧ୍ୟରେ ଓଟ୍ସ ଏକ ଭଲ ବ୍ରେକ୍‌ଫାଷ୍ଟ ହୋଇଥାଏ । ତେବେ ଓଟ୍ସରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ B ଭରପୂର ରହିଥାଏ । ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଯଦି ଆପଣ ପ୍ରତିଦିନ ସକାଳେ ଏକ ହେଲଦି ବ୍ରେକ୍‌ଫାଷ୍ଟ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହ କୌଣସି ପ୍ରକାରର ରୋଗ ମଧ୍ୟ ଆପଣଙ୍କ ଆଖପାଖରେ ରହିବ ନାହିଁ । ସେଥିପାଇଁ ଲୋକମାନେ ପ୍ରାୟତଃ ସକାଳର ଖାଦ୍ୟରେ ହେଲଦି ଏବଂ ହାଲୁକା ଜଳଖିଆ ଖାଇବାକୁ ପସନ୍ଦ କରନ୍ତି । ସେଥିପାଇଁ ଆସନ୍ତୁ ଜାଣିବା ଯେ ସକାଳେ କେଉଁ ଖାଦ୍ୟ ଖାଇବା ଉଚିତ । ଏଥିମଧ୍ୟରେ ଓଟ୍ସ ଏକ ଭଲ ବ୍ରେକ୍‌ଫାଷ୍ଟ ହୋଇଥାଏ । ତେବେ ଓଟ୍ସରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ B ଭରପୂର ରହିଥାଏ । ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ସକାଳର ବ୍ରେକ୍‌ଫାଷ୍ଟରେ ଓଟ୍ସ ଖାଇବା ଦ୍ୱାରା କ’ଣ ଲାଭ ?
ଜାଣନ୍ତୁ ବ୍ରେକ୍‌ଫାଷ୍ଟରେ ଓଟ୍ସ ଖାଇବାର ଲାଭ :
ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ : ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଫୁଲିବା ଇତ୍ୟାଦି ତେବେ ଆପଣ ସକାଳ ବ୍ରେକ୍‌ଫାଷ୍ଟରେ ଓଟ୍ସ ଖାଇବା ଉଚିତ୍ । କାରଣ ଓଟ୍ସରେ ଫାଇବର ଭରପୂର ହୋଇଥାଏ, ଯାହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ । ଓଟ୍ସ ଖାଇବା ଦ୍ୱାରା ଆପଣଙ୍କ ପେଟ ସମସ୍ୟା ଦୂର ହୋଇଥାଏ, ଯାହା ଦ୍ୱାରା କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସର ସମସ୍ୟା କମ୍‌ ହୋଇଥାଏ ।
ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରେ : ଡାଇବେଡିସ୍‌ ରୋଗୀଙ୍କ ପାଇଁ ଓଟ୍ସ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଓଟ୍ସରେ ବହୁତ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ, ଯାହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ହାଇ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଗ୍ଲୁକୋଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରେ ।
କୋଲେଷ୍ଟ୍ରଲ କମ୍‌ କରେ : ଯଦି ଆପଣ ଖରାପ କୋଲେଷ୍ଟ୍ରଲ ଦ୍ୱାରା ଅସୁବିଧାରେ ପଡୁଛନ୍ତି । ତେବେ ଏହା ଆପଣଙ୍କ ଖାଦ୍ୟରେ ପରିବର୍ତ୍ତନ କରିବା ଏବଂ ଆପଣଙ୍କ ଖାଦ୍ୟରେ ଓଟ୍ସ ଅନ୍ତର୍ଭୁକ୍ତ କରିବା ସବୁଠାରୁ ଭଲ ହେବ । ଏଥିରେ ଥିବା ଫାଇବର ବ୍ଲଡରେ ଥିବା ଖରାପ କୋଲେଷ୍ଟ୍ରଲ୍‌ ଲେବଲ୍‌କୁ କମ୍‌ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଦ୍ୱାରା, ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ । ଏଥିରେ ଏଣ୍ଟେରୋଲାକ୍ଟୋନ ମିଳିଥାଏ ଯାହା ହାର୍ଟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।
ସ୍କିନ୍‌ ସମସ୍ୟା ପାଇଁ ଭଲ ହୋଇଥାଏ : ଓଟ୍ସ କୋଲାଜେନ୍ ଉତ୍ପାଦନ କରେ ଯାହା ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ବ୍ୟବହାର କରିବା ଦ୍ୱାରା ସ୍କିନ୍‌ରେ କୁଣ୍ଡେଇ ହେବା, ଫୁଲିବା ଏବଂ ଘାଆ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ । ଏହାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ସମ୍ଭନ୍ଧୀୟ ଅନେକ ସମସ୍ୟା ଦୂର ହୋଇପାରେ ।
ଜାଣନ୍ତୁ ଓଟ୍ସକୁ କିପରି ଖାଇବେ ?
ଲୋକମାନେ ସେମାନଙ୍କର ବ୍ରେକ୍‌ଫାଷ୍ଟରେ ଅନେକ ଉପାୟରେ ଓଟ୍ସ ଅନ୍ତର୍ଭୁକ୍ତ କରିପାରିବେ । ତେବେ ଆପଣ ଏହାକୁ ଫଳ, ପନିପରିବା, ବାଦାମ ଏବଂ ଅନ୍ୟାନ୍ୟ ଜିନିଷ ସହିତ ଖାଇପାରିବେ । ଆପଣ ଏଥିରେ ଚିଲା, ଖିଚିଡି, ଓଟ୍ସ ଡୋସା ଏବଂ ଇଡଲି ମଧ୍ୟ ତିଆରି କରିପାରିବେ । ତେବେ ଏପରି ଭାବେ ଆପଣ ଓଟ୍ସକୁ ନିଜ ପ୍ରତିଦିନ ଡାଏଟ୍‌ରେ ସାମିଲ କରିପାରିବେ । ଯାହାଫଳରେ ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.