Below header

ବର୍ଷାଋତୁରେ ଏହି ସବୁ ଖାଆନ୍ତୁ, ରହିବେ ସୁସ୍ଥ

ବର୍ଷା ତ’ ଆରମ୍ଭ ହୋଇଗଲାଣି । ପହିଲି ବର୍ଷା ଯେମିତି ଗରମରୁ ରକ୍ଷା କରିଥାଏ ସେମିତି ସମସ୍ତଙ୍କ ହୃଦୟରେ ଖୁସି ମଧ୍ୟ ଛାଡି ଯାଇଥାଏ । ବର୍ଷାଋତୁରେ ଚା ଏବଂ ଗରମ ଗରମ ପକୁଡିର ମଜା ନେବା ପାଇଁ ଲୋକମାନେ ଆନାଇ ବସିଥାନ୍ତି ।

କିନ୍ତୁ, ବର୍ଷାଋତୁ ନିଜ ସାଥିରେ ଅନେକ ରୋଗକୁ ନେଇ ଆସିଥାଏ । ବଦଳୁଥିବା ଋତୁରେ ସଂକ୍ରମିତ, ଥଣ୍ଡା-କାଶ ଏବଂ ଫ୍ଲୁ ଭଳି ରୋଗ ବହୁତ ଜଲଦି ଲୋକମାନଙ୍କୁ ନିଜ ଆୟତକୁ ଆଣିଥାଏ । ତେଣୁ ଆପଣମାନେ ନଜ ଖାଇବା-ପିଇବାର ଧ୍ୟାନ ରଖିବା ବହୁତ୍ ଜରୁରୀ ।

ବର୍ଷା ଋତୁରେ ଏହିସବୁକୁ ଖାଆନ୍ତୁ :

ସୁପ୍

• ଅଧିକାଂଶ ଲୋକମାନେ ବର୍ଷାଋତୁରେ ଜମେଇକି ଚାଟ୍-ପକୁଡି ଖାଇଥାନ୍ତି । ଏହା ଆମ ଶରୀରକୁ ଖୁବ୍ କ୍ଷତି ପହଂଚାଇଥାଏ । ବର୍ଷା ଦିନରେ ଚାଟ୍ ପକୁଡିକୁ ଛାଡି ସୁପ୍ ଖାଇବାର ଅଭ୍ୟାସ କରନ୍ତୁ । ଏହା ବହୁତ କମ୍ ସମୟରେ ଏବଂ ଜଲଦି ହଜମ ହୋଇଯାଇଥାଏ ଯାହା ଆପଣଙ୍କ ଶରୀର ପାଇଁ ଖୁବ୍ ଭଲ ।

• ଡାକ୍ତମାନେ ସୁପରେ ଅଦା, ରସୁଣ ଏବଂ ଗରମ-ମସଲା ପକାଇକି ପିଇବା ପାଇଁ ପରାର୍ମଶ ଦେଇଥାନ୍ତି । ଏଥିରୁ କେବଳ ସୁପର ଟେଷ୍ଟ୍ ବଢି ନଥାଏ ବଂର ଆପଣଙ୍କ ଇମିନୋ ସିଷ୍ଟମକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ ।

ଆହୁରି ପଢନ୍ତୁ : କ’ଣ ଆପଣ ଜାଣିଛନ୍ତି, ଭୃସଙ୍ଗ ପତ୍ର ସେବନ କରିବାର ଏହି ୫ଟି ଫାଇଦା

ସିଝା ପନିପରିବା

• ବର୍ଷାଋତୁରେ ସିଝା ଯାଇଥିବା ପନିପରିବା ହିଁ ଖାଆନ୍ତୁ । ପରିବାକୁ ଅଳ୍ପ ସିଝାଇ ଖାଇବା ଦ୍ବାରା ଏଥିରେ ଥିବା ସମସ୍ତ ପୋଷକ ତତ୍ବ ମଜଭୁତ ରହିଥାଏ । କିନ୍ତୁ ଶରୀରକୁ ହାନି ପହଂଚାଉଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ସିଝା ହୋଇଥିବା ବ୍ରୋକୋଲି, ଗାଜର, ଛତୁ ଏବଂ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ସମୃଦିଜ୍

• ବର୍ଷାରେ ଜୁସ୍ ବଦଳରେ ସମୃଦ୍ଧି ପିଇବା ଅଧିକ ଲାଭଦାୟକ ହୋଇଥାଏ । ତଟକା ପନିପରିବା ଏବଂ ଫଳରେ ପ୍ରସ୍ତୁତ ସମୃଦ୍ଧି ଅଧିକ ପୁଷ୍ଟିକର ହୋଇଥାଏ ।

ଅଧିକ ସିଝୁଥିବା ଖାଦ୍ୟ ଖାଆନ୍ତୁ ନାହିଁ

• ବର୍ଷାଋତୁରେ ଅଧିକ ସିଝୁଥିବା ଖାଦ୍ୟ ତଥା: ପାଳଙ୍ଗ, କୁକୁଡା ମାଂସ, କୋବି ଏହା ଖାଇବା ଉଚିତ୍ ନୁହେଁ । କମଳା, ଆମ୍ବ, ଟମାଟୋ ଅଧିକ ମାତ୍ରାରେ ଖାଇବା ଉଚିତ୍ ।

ଡ୍ରାଏ ଫୁଡସ୍

• ବର୍ଷା ଋତୁରେ ଡ୍ରାଏ ଫୁଡସ୍ ଅଧିକ ଖାଆନ୍ତୁ । ଏହା ଶରୀରର ଇମିୟୁନିଟି ବଢାଇଥାଏ । ଶରୀରରେ ଶକ୍ତି ଆସିବା ଯୋଗୁଁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ତୁଳସୀପତ୍ର ଚା

• ବର୍ଷା ଏବଂ ଚାର ସଂପର୍କ ବହୁତ ଘନିଷ୍ଠ । କିନ୍ତୁ ବର୍ଷା ଋତୁରେ ତୁଳସୀପତ୍ରରେ ପ୍ରସ୍ତୁତ ଚା’ ପିଅନ୍ତୁ । ତୁଳସୀରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.