ବେପାରରେ ସଫଳତା ପାଇବାକୁ ଚାହୁଁଛନ୍ତି କି? ଦୀପାବଳି ପୂର୍ବରୁ କରନ୍ତୁ ଏହି ୪ଟି କାମ

କୁହାଯାଏ, ସକାରାତ୍ମକ ଉର୍ଜା ରହିଲେ ଘର ସୁଖ, ସମୃଦ୍ଧିରେ ପୂରି ଉଠେ। ଯଦି ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରେ, ତା’ହେଲେ ଆମ ସହ ଅନେକ ଅଶୁଭ ଘଟଣା ଘଟିଥାଏ। ତେଣୁ ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ଟିପ୍ସ। ଦୀପାବଳି ପୂର୍ବରୁ ଏହାକୁ ଆପଣାଇ ଘରକୁ ଖୁସିରେ ଭରି ଦିଅନ୍ତୁ।

୧. ବାସ୍ତୁଶାସ୍ତ୍ର ଅନୁସାରେ, ଅଫିସରେ କାନ୍ଥ ଆଡ଼କୁ ପିଠି କରି ବସିବା ଶୁଭ ହୋଇଥାଏ। କାନ୍ଥରେ ପାହାଡ଼ର ଫଟୋ ଲଗାନ୍ତୁ। ଏପରି ସ୍ଥାନରେ ବସନ୍ତୁ, ଯେପରି ସାମ୍ନାରେ ଖୋଲା ଜାଗା ରହିଥିବ। ଏହାଦ୍ୱାରା ଆପଣଙ୍କ ଭିତରେ ନୂଆ ଏବଂ ଖୋଲା ବିଚାରଧାରା ସଞ୍ଚାର ହୋଇପାରିବ।

diwali1

ଏହାସହ ପଢ଼ନ୍ତୁ: ପିଅନ୍ତୁ ଏହି ୩ଟି ଫୁଲର ଚା’, ଖୁବ୍ କମ୍ ଦିନରେ କମିଯିବ ଆପଣଙ୍କ ମୋଟାପଣ

୨. ବେପାରରେ ଯଦି ଉନ୍ନତି ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ଅଫିସ ଏବଂ ଦୋକାନର ଈଶାଣ କୋଣକୁ ସମ୍ପୂର୍ଣ୍ଣ ଖାଲି ରଖନ୍ତୁ। ପୂଜା ସ୍ଥାନ ମଧ୍ୟ ଏହି କୋଣରେ କରନ୍ତୁ। ଈଶାଣ କୋଣର ସ୍ୱଚ୍ଛତା ଅତିଥିଙ୍କୁ ଆକର୍ଷିତ କରିଥାଏ। ତେଣୁ ଏହାକୁ ସବୁବେଳେ ସଫା ସୁତରା ରଖିଥାଆନ୍ତୁ।

୩. ଯଦି ଆପଣଙ୍କ ନିଜର କିଛି ବେପାର ରହିଛି, ତା’ହେଲେ ଏହା ସମ୍ବନ୍ଧିତ ଜିନିଷଗୁଡ଼ିକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ। ଏହାଦ୍ୱାରା ବିକ୍ରି ବଢ଼ିଯାଇଥାଏ। ଅଫିସରେ ଅଣ୍ଡାକାର, ଗୋଲାକାର କିମ୍ବା ଅଙ୍କାବଙ୍କା ଧାତୁରେ ତିଆରି ଫର୍ନିଚର ରଖନ୍ତୁ ନାହିଁ। କାଠର ଫର୍ନିଚର ଗୋଲାକାର ଏବଂ ଆୟତ୍ତକାର ରଖନ୍ତୁ।

୪. ଆପଣଙ୍କ ଦୋକାନକୁ ନକରାତ୍ମକ ଶକ୍ତିରୁ ଦୂରେଇ ରଖିବା ପାଇଁ ଦୋକାନର ମୁଖ୍ୟ ଦ୍ୱାରରେ ଲାଲ୍ ସିନ୍ଦୂରରେ ‘ଓଁ’ ଚିହ୍ନ ଲେଖନ୍ତୁ।