ବିରାଟ ଶ୍ରେଷ୍ଠ ଅଧିନାୟକ, ରୋହିତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍; ନଜର ପକାନ୍ତୁ ରେକର୍ଡ଼ ଉପରେ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ୍ ଜିତିଲା ଭାରତୀୟ ଦଳ । ଏହା ସହିତ ଅନେକ ରେକର୍ଡ଼ର ମଧ୍ୟ ଅଧିକାରୀ ହେଲା । ଦଳ ସହିତ ଅଧିନାୟକ ବିରାଟ କୋହଲି ମଧ୍ୟ ବେଶ୍ କିଛି ନୂଆ ରେକର୍ଡ଼ କରିଛନ୍ତି ଏହି ସିରିଜ୍ ଶେଷରେ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ଼ ଉପରେ ।
ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ସବୁ ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହୋଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପର ସହିତ ୩୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଭାରତ ୧୪ଟି ଓ ଦକ୍ଷିଣ ଆଫ୍ରିକା ୧୫ଟିରେ ବିଜୟ ହାସଲ କରିଛି ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ମ୍ୟାଚ୍ ଟେଷ୍ଟ ସିରିଜ୍ ଏହି ଦୁଇ ଦଳ ଖେଳିଛନ୍ତି ସେଥିରେ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ବିରାଟ କୋହଲି । ତାଙ୍କ ପୂର୍ବର ଅଧିନାୟକମାନେ ମୋଟ୍ ୨୯ଟି ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୭ଟି ଟେଷ୍ଟରେ ଦଳକୁ ଜିତାଇଥଲେ । ହେଲେ ବିରାଟ ୧୦ଟି ଟେଷ୍ଟରେ ୭ଟି ବିଜୟ ଆଣି ଦେଇଛନ୍ତି । ବିରାଟଙ୍କ ସଫଳତା ହାର ହେଉଛି ୭୦ ପ୍ରତିଶତ ।
ସେହିପରି ଦୁଇ ଦେଶର ଦଳ ଭିତରେ ମଧ୍ୟ କୋହଲି ଶ୍ରେଷ୍ଠ ଅଧିନାୟକ ବିବେଚିତ ହୋଇଛନ୍ତି । କାରଣ ସେ ତାଙ୍କ ଟିମ୍କୁ ସର୍ବାଧିକଥର ଜିତାଇଛନ୍ତି । ଏହି ରେକର୍ଡ଼ରେ ପୂର୍ବରୁ ଗ୍ରେମ ସ୍ମିଥ୍ ଦକ୍ଷିଣ ଆଫ୍ରିକାକୁ ୧୫ଟି ମ୍ୟାଚ୍ରେ ୬ ଥର ବିଜୟୀ କରାଇଥିଲେ ।
ସେପଟେ ରେକର୍ଡ଼ କରିବାରେ ଓପ୍ନର ରୋହିତ ଶର୍ମା ବି ପଛରେ ନାହାନ୍ତି । ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ଛକା ମାରିବାର ରେକର୍ଡ଼ କରିଛନ୍ତି ରୋହିତ । ସେ ୧୭ଟି ଛକା ମାରିଛନ୍ତି । ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ୍ ଖେଳାଳି ହେଟମେୟର ୨୦୧୮ରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ୧୫ଟି ଛକା ମାରିଥିଲେ । ରୋହିତ କେବଳ ବିଶାଖାପାଟଣା ଟେଷ୍ଟରେ ୧୩ଟି ଛକା ମାରିଥିଲେ । ପୂର୍ବରୁ ଗୋଟିଏ ଟେଷ୍ଟରେ ସର୍ବାଧିକ ଛକା ମାରିଥିଲେ ପାକିସ୍ତାନର ଓ୍ଵାସିମ ଆକ୍ରାମ । ସେ ୧୨ଟି ଛକା ମାରି ରେକର୍ଡ଼ର ଅଧିକାରୀ ଥିଲେ ।
ରୋହିତଙ୍କର ଆଉ ଏକ ରେକର୍ଡ଼ ହେଲା ତିନିଟି ଟେଷ୍ଟରେ ତିନିଟି ଶତକ । ପୂର୍ବରୁ ସୁନୀଲ ଗାଭାସ୍କର ଏହି ସଫଳତା ଅର୍ଜନ କରିଥିଲେ । ଏହି ସିରିଜ୍ରେ ରୋହିତ ଶର୍ମା ମୋଟ୍ ୪୦୦ ରନ୍ ସ୍କୋର କରିବା ସହ ୨ ହଜାର ଟେଷ୍ଟ ରନ୍ ମଧ୍ୟ ପୂରଣ କରିଛନ୍ତି ।
WATCH: @Wriddhipops turns anchor 🎙️🎙️ in Ranchi to discuss @y_umesh‘s & @MdShami11‘s heroics – by @RajalArora
For full interview click 👉👉https://t.co/TyUOM5urGw pic.twitter.com/LykU5xREeX
— BCCI (@BCCI) October 22, 2019