ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ, ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟଙ୍କ ଦ୍ୱାରା ହୋଇଛି ବୋଲି ରିପୋର୍ଟ ଦେଲା NCRB

ଉତ୍ତରପ୍ରଦେଶ ହେଉଛି ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ । ଏଠାରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି NCRB । ସେହିଭଳି ଅପହରଣ ଘଟଣା ବଢ଼ିଥିବା ବେଳେ ହତ୍ୟା ମାମଲା ଦେଶରେ କମିଛି । ସାଇବର ସିଟି ବେଙ୍ଗାଲୁରୁରେ ସର୍ବାଧିକ ସାଇବର ଅପରାଧ ଘଟିଥିବା ରେକର୍ଡ କହୁଛି ।

ଦେଶରେ ବଢ଼ିଛି ଅପହରଣ ଘଟଣା, କମିଛି ହତ୍ୟା ମାମଲା । ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସବୁଠୁ ବେଶୀ ବିପଦ । ଦିଲ୍ଲୀରେ ଅପରାଧ ୪ଗୁଣା ବଢ଼ିଛି । ସାଇବର ସିଟି ବେଙ୍ଗାଲୁରୁରେ ସାଇବର ଅପରାଧ ଦେଶରେ ସବୁଠୁ ଅଧିକ । ୯୩ ପ୍ରତିଶତ ଦୁଷ୍କର୍ମ ପୀଡିତାଙ୍କ ପରିଚିତଙ୍କ ଦ୍ୱାରା ହୋଇଛି । ଏଭଳି କିଛି ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ । NCRB ତଥ୍ୟ ଅନୁସାରେ ୨୦୧୭ରେ ଦେଶବ୍ୟାପୀ ୫୦ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି ।

Image result for uttarpradesh is not safe for women

୨୦୧୬ରେ ଏହି ସଂଖ୍ୟା ଥିଲା ୪୮ ଲକ୍ଷ । ୯.୫ ପ୍ରତିଶତ ହତ୍ୟା ମାମଲା କମିଛି । ୨୦୧୬ରେ ୩୦ ହଜାର ୪୫୦ ହତ୍ୟା ମାମଲା ଥିବା ବେଳେ ୨୦୧୭ରେ ଏହା ୨୮ ହଜାର ୬୫୩କୁ ଖସିଛି । ୨୦୧୭ରେ ଅପହରଣ ମାମଲା ୯ ପ୍ରତିଶତ ବଢ଼ିଛି । ୨୦୧୬ରେ ୮୮ ହଜାର ଅପହରଣ ଘଟଣା ଘଟିଥିବା ବେଳେ ୨୦୧୭ରେ ୯୫ ହଜାର ୮୫୩କୁ ବୃଦ୍ଧି ପାଇଛି । ଜେଲ ମୃତ୍ୟୁ ଭଳି ଘଟଣା ବଢ଼ିବାରେ ଲାଗିଛି । ୨୦୧୬ରେ ଜେଲରେ ୧୪୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ୧୬୭୧ ପ୍ରାଣ ହରାଇଛନ୍ତି । ତଥ୍ୟ ଅନୁସାରେ ଦେଶବ୍ୟାପୀ ୨୦୧୭ରେ ମହିଳାଙ୍କ ବିରୋଧରେ ୩ ଲକ୍ଷ ୫୯ ହଜାର ୮୪୯ ମାମଲା ରୁଜୁ ହୋଇଛି । ୨୦୧୬ରେ ୩ଲକ୍ଷ ୩୮ ହଜାର ୯୫୪ ମାମଲା ରୁଜୁ ହୋଇଥିଲା । ଉତ୍ତରପ୍ରଦେଶରେ ସର୍ବାଧିକ ୫୬ ହଜାର ମାମଲା ରୁଜୁ ହୋଇଛି । ପାଖାପାଖି ଏକବର୍ଷ ବିଳମ୍ବରେ ୨୦୧୭ ବାର୍ଷିକ ଅପରାଧ ତଥ୍ୟ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.