ମକର ସଂକ୍ରାନ୍ତି ଅବସରରେ ଦାନରେ ଦିଅନ୍ତୁ ଏହି ସବୁ ଜିନିଷ, ଘରେ ବଢିବ ସୁଖ, ଶାନ୍ତି ଓ ସମୃଦ୍ଧି

ଦେଶରେ ମକର ସଂକ୍ରାନ୍ତି ଦେଶର ସମସ୍ତ ସ୍ଥାନରେ ବଡ ଧୂମଧାମରେ ପାଳନ ହୋଇଥାଏ । ଏହି ପର୍ବ ବିଶେଷ ଭାବରେ ସୂର୍ଯ୍ୟ ଦେବକୁ ସମର୍ପିତ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ନାମରେ ଜଣାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ବି ଦାନ ଧର୍ମର ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବାକୁ ଅତ୍ୟନ୍ତ ଶୁଭ ଭାବେ ଧରାଯାଇଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ହିଁ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥାନ୍ତି । ତେବେ ଆସନ୍ତୁ କଣ କଣ ଦାନ କଲେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିଥାଏ ଜାଣିରଖିବା ।

– ଏହି ଦିନ କିଛି ଗୁଡ ଦାନ କରିବା ଉଚିତ । ଗୁଡ ଦେବା ଦ୍ୱାରା ଘରୁ ଦାରିଦ୍ରତ୍ୟ ଦୂର ହେଉଥିବା ନେଇ ବିଶ୍ୱାସ ରହିଛି । ଏହାବାଦ ଏହା ଖୁବ ଶୁଭ ବି ହୋଇଥାଏ ।

makar chaula

– ଏହି ପବିତ୍ର ଦିବସରେ ରାଶି ଦାନ ଆକାରରେ ଦେବା ବି ଖୁବ ଶୁଭ । ଏହି ଦିନ ଘରେ ରାଶି ଓ ଗୁଡ ବ୍ୟବହାର କରି ଅନେକ ଖାଦ୍ୟ ବି ପ୍ରସ୍ତୁତ କରାଯାଏ । ଏହାକୁ ବି ଆପଣ ଦାନ ଆକାରରେ ଦେଇ ପାରିବେ ।

– ଏହି ଦିନ ଘରେ ପ୍ରସ୍ତୁତ ହେଉଥିବା ଖେଚୁଡ଼ିକୁ ଗରିବଙ୍କ ମଧ୍ୟରେ ଵାଟନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

– ଏସବୁ ବ୍ୟତୀତ ରାଶି ଅନୁଯାୟୀ କିଛି କିଛି ଦାନ ଆକାରରେ ଦେବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.