Below header

ଓଜନ ହ୍ରାସ କରିବ ଧନିଆ ଚା’, ମିଳିବ ଏହିସବୁ ଲାଭ

ଅନେକ ଲୋକଙ୍କର ସକାଳେ ଚା ପିଇବାର ଅଭ୍ୟାସ ଅଛି । ଏହି ସମୟରେ, ଅନେକ ଲୋକ ଗ୍ରୀନ୍ ଟି, ଲେମ୍ବୁ ଚା କିମ୍ବା କଳା ଚା ପିଇବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଚା ବିଷୟରେ କହିବାକୁ ଯାଉଛୁ ଯାହାର ସ୍ୱାଦ ଭଲ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ।

ଧନିଆ ଚା ପ୍ରତିରକ୍ଷା ପ୍ରଣାଳୀ ଓ ଶରୀରକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଏଥିସହ, ଏହି ଚାକୁ ନିୟମିତ ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ କରାଯାଇପାରେ । ଆସନ୍ତୁ ଜାଣିବା ଏହି ଚା ତିଆରି କରିବାର ପଦ୍ଧତି ଏବଂ ଏହାର ଉପକାରିତା-

ଏହାକୁ କିପରି ପ୍ରସ୍ତୁତ କରିବା :

ଏହି ଚା ତିଆରି କରିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ । ଏଥିରେ ଡାଳଚିନ,ଡାଳଚିନ, ଅଦା, ତୁଳସୀ ପତ୍ର , ପୋଦିନା ପତ୍ର, ସବୁଜ ଚା ପତ୍ର, ଧନିଆ ଗୁଣ୍ଡ ଇତ୍ୟାଦି ପକାନ୍ତୁ । ଏହାକୁ କିଛି ସମୟ ଫୁଟାଇବା ପରେ ଏହାକୁ ଗ୍ୟାସରୁ ବାହାର କରନ୍ତୁ । ବର୍ତ୍ତମାନ ଏଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ ।

ଏହି ଧନିଆ ଚା କମ୍ ପ୍ରତିରୋଧକ ଶକ୍ତି, ଓଜନ ବୃଦ୍ଧି (ମେଦବହୁଳତା), ଥାଇରଏଡ୍, ରିମାଟଏଡ୍ ଆର୍ଥ୍ରାଇଟିସ୍, କେଶ ଝଡ଼ିବା , ଚର୍ମରୋଗ , ଗଣ୍ଠି ଯନ୍ତ୍ରଣା,ମଧୁମେହ ପରି ରୋଗ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

tea2
photo credit: India.com

ଶରୀରରେ ହରମୋନ୍ ଅସନ୍ତୁଳନ ଥିଲେ ଏହି ଧନିଆ ଚା ଅତ୍ୟନ୍ତ ଲାଭଦାୟକ । ଏହି ଚା ଖାଇବା ଦ୍ୱାରା ଆପଣ ହରମୋନ୍ ଅସନ୍ତୁଳନକୁ ସନ୍ତୁଳିତ କରିପାରିବେ । ଏହା ବ୍ୟତୀତ, ଏହା ଆପଣଙ୍କ ମେଟାବୋଲିଜିମ୍କୁ ଉନ୍ନତ କରିଥାଏ ।

ଆପଣ ସକାଳୁ ଉଠିବା ପରେ ଏହି ଚା ପିଇପାରିବେ । ଆପଣ ଏହାକୁ ଦିନର ଯକୌଣସି ସମୟରେ ପିଇପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.