ଓଡ଼ିଆ ପୁଅ ତଥା ବିଶ୍ୱ ମାନ୍ୟତାର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ

ଓଡ଼ିଆ ପୁଅ ତଥା ବିଶ୍ୱ ମାନ୍ୟତାର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ । ଆଗାମୀ ଟୋକିଓ ପାରାଅଲିମ୍ପିକ୍ସ ପାଇଁ ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଧିବଦ୍ଧ ଯୋଗ୍ୟତା ହାସଲ କରିଥିବା ବିଶ୍ୱ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସୂଚନା ମିଳିଛି । ପୁରୁଷ ଏକକ ବର୍ଗରେ ପ୍ରମୋଦଙ୍କ ସହିତ ତରୁଣ ଅରୁଣ ଓ କ୍ରିଷ୍ଣା ନାଗରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିବା ବିଡବ୍ଲୁଏଫ୍‌ କହିଛି ।

ଏ ଖବର ଆସିବା ପରେ ଓଡ଼ିଶା ସହ ଭାରତୀୟ କ୍ରୀଡା ମହଲରେ ଖୁସିର ଲହରି ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ଵିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବପରି ଏଥର ମଧ୍ୟ ପ୍ରମୋଦ ଆମ ଦେଶ ପାଇଁ ଗୌରବ ଆଣିବେ । ଆନୁଷ୍ଠାନିକ ଭାବେ ଟୋକିଓ ଅଲମ୍ପିକ୍ସ ଲାଗି ଟିକେଟ ହାସଲ କରିବାରେ ପ୍ରମୋଦ ରାଜ୍ୟର ପ୍ରଥମ କ୍ରୀଡାବିତ୍‌ ହୋଇଛନ୍ତି । କରୋନା କଟକଣା ସତ୍ୱେ ଚଳିତବର୍ଷ ୩ଟି ଅର୍ନ୍ତଜାତୀୟ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.