ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ, ହେଲେ ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ(କେ ନ୍ୟୁଜ): ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ବାହାରିଥିଲେ ଦମ୍ପତ୍ତି ହେଲେ ଦୁର୍ଘଟଣା ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ରାଉରକେଲାରେ ରହୁଥିବା ନିଜ ବାପାଙ୍କ

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ପାଇ ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ସମ୍ପର୍କୀୟ ମାନଙ୍କ ସହ କାରରେ ଘରକୁ ଯାଉଥିଲେ। ଭୋର ସମୟରେ କାରଟି ଚାରିଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.