Below header

ଅଧିକ ପାଣି ପିଇବା ଦ୍ୱାରା ଓ୍ଵାଟର ଟକ୍ସିଟି ହୋଇଥାଏ, ଜାଣନ୍ତୁ ଏହି ରୋଗରୁ ବଞ୍ଚିବେ କିପରି

ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ମଧ୍ୟ ହୋଇଥାଏ । ଯାହା ଦ୍ୱାରା ବ୍ୟକ୍ତି ଓ୍ଵାଟର ଟକ୍ସିଟି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଇଣ୍ଡିଆନାରେ ରହୁଥିବା ଜଣେ ମହିଳା ଓ୍ଵାଟର ଟକ୍ସିଟି ରୋଗର ଶିକାର ହୋଇଥିଲେ । କାରଣ ମହିଳା ଜଣକ ୨୦ ମିନିଟ୍‌ରେ ୮ ଗ୍ଲାସ୍‌ ପାଣି ପିଇଥିଲେ । ଯାହା ଦ୍ୱାରା ସେହି ମହିଳାଙ୍କର ମୃତ୍ୟୁ ହୋଇଛି ।

ପ୍ରାୟତଃ ବ୍ୟକ୍ତି ଦିନକୁ ଚାରି ଲିଟର ପାଣି ପିଇବା ଦ୍ୱାରା ସୁସ୍ଥ ରହିଥାନ୍ତି । ହେଲେ ଚାରି ଲିଟରରୁ ଅଧିକ ପାଣି ପିଇବା ଦ୍ୱାରା ଓଭରହାଇଡ୍ରେସନ୍‌ ହୋଇପାରେ । ଏହା ଦ୍ୱାରା ଅନେକ ପ୍ରକାରର ରୋଗ ହେବା ସହ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ଯଦି ବ୍ୟକ୍ତି ଅଧିକ ପାଣି ପିଇବା ଦ୍ୱାରା ମୃତ୍ୟୁ ହେଉଛି ତାହେଲେ ସେହି ବ୍ୟକ୍ତି ଓ୍ଵାଟର ଟକ୍ସିଟି ନାମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ହେଲେ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ମଧ୍ୟ ହୋଇଥାଏ । ଯାହା ଦ୍ୱାରା ବ୍ୟକ୍ତି ଓ୍ଵାଟର ଟକ୍ସିଟି ନାମକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ତେବେ ଏହି ପରି ଏକ ଘଟଣା ଇଣ୍ଡିଆନାରେ ରହୁଥିବା ଜଣେ ମହିଳାଙ୍କ ସହ ହୋଇଛି । ସେ ଓ୍ଵାଟର ଟକ୍ସିଟି ରୋଗର ଶିକାର ହୋଇଥିଲେ । କାରଣ ମହିଳା ଜଣକ ୨୦ ମିନିଟ୍‌ରେ ୮ ଗ୍ଲାସ୍‌ ପାଣି ପିଇଥିଲେ । ଯାହା ଦ୍ୱାରା ସେହି ମହିଳାଙ୍କର ମୃତ୍ୟୁ ହୋଇଛି ।

ଓ୍ଵାଟର ଟକ୍ସିଟି ରୋଗ କଣ :
ଓ୍ଵାଟର ଟକ୍ସିଟି ରୋଗ ସେମାନଙ୍କୁ ହୋଇଥାଏ ଯେଉଁ ମାନେ କମ୍‌ ସମୟରେ ଅଧିକ ପାଣି ପିଇଥାନ୍ତି । ଏହା ଦ୍ୱାରା କିଡନୀ ଯୁକ୍ତ ସମସ୍ୟା ହେବା ସହ ଓଭରହାଇଡ୍ରେସନ୍‌ କାରଣରୁ ରକ୍ତରେ ପାଣିର ମାତ୍ରା ବଢିଥାଏ । ଯାହା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ସୋଡିୟମ ଲେବଲ କମ ହୋଇଯାଏ । ପ୍ରାୟତଃ ଗରମ ଦିନରେ ଏହି ରୋଗ ହୋଇଥାଏ । କାରଣ ଗରମ ଯୋଗୁଁ ଲୋକମାନେ ଅଜାଣତରେ ଅଧିକ ପାଣି ପିଇଥାନ୍ତି । ଯାହାଦ୍ୱାରା ଓ୍ଵାଟର ଟକ୍ସିଟିର ଶିକାର ହୋଇଥାନ୍ତି ।

ଓ୍ଵାଟର ଟକ୍ସିଟି ରୋଗ ଲକ୍ଷଣ :
ଓ୍ଵାଟର ଟକ୍ସିଟି ରୋଗ ଯୋଗୁଁ ବାନ୍ତି, ମୁଣ୍ଡବିନ୍ଧା, ମାସଂପେଶୀରେ କଷ୍ଟ ହେବା, ଥକା ଲାଗିବା, ନିଦ ଠିକ୍‌ ଭାବେ ନ ହେବା, ଉଚ୍ଚ ରକ୍ତଚାପ, ନିଶ୍ୱାସ ନେବାରେ କଷ୍ଟ ହେବା ଏହାର ଲକ୍ଷଣ ହୋଇଥାଏ । ଯଦି ଏହି ରୋଗରେ ବ୍ୟକ୍ତି ଗଭୀର ଭାବରେ ଆକ୍ରାନ୍ତ ହୁଅନ୍ତି ତେବେ ଡିସଫଙ୍କସନ, କୋମା ଓ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚିଥାଏ ।

ଓ୍ଵାଟର ଟକ୍ସିଟି ରୋଗରୁ କିପରି ବଞ୍ଚିବା :

ଜଣେ ବ୍ୟକ୍ତିକୁ ପ୍ରତ୍ୟେକ ଦିନ ୧୩ଗ୍ଲାସରୁ ଅଧିକ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ । ପ୍ରତି ଘଣ୍ଟାରେ ୧ ଲିଟରରୁ କମ ପାଣି ପିଇବା ଦ୍ୱାରା ଓଭରହାଇଡ୍ରେସନ୍‌ରୁ ବଞ୍ଚି ପାରିବେ । ବ୍ୟାୟାମ କରିବା ସମୟରେ ଇଲେକ୍ଟ୍ରୋଲାଇଟ୍ସରେ ଭରୁପୁର ଥିବା ସ୍ପୋର୍ଟ୍ସ ଡ୍ରିିଙ୍କ୍ସ ପିଇ ପାରିବେ । କାରଣ ଏହା ସୋଡିୟମ, ପୋଟାସିୟମ ଓ ଚିନିର ମାତ୍ରାକୁ ଠିକ ରଖିଥାଏ । ଯାହାଦ୍ୱାରା ଓ୍ଵାଟର ଟକ୍ସିଟି ରୋଗରୁ ଆପଣ ବଞ୍ଚି ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.