ଭାତ ଖାଇବା ପରେ କାହିଁକି ଲାଗେ ସୁସ୍ତିଆ, ଜାଣନ୍ତୁ କାରଣ

ଭାତ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସାରା ଦୁନିଆରେ ଏହା ଲୋକଙ୍କର ଏକ ପ୍ରମୁଖ ଖାଦ୍ୟ । କିଛି ଏହା ବିନା ଖାଦ୍ୟ ଖାଇବାକୁ ପସନ୍ଦ କରିନଥାନ୍ତି । ସକାଳଠୁ ଆରମ୍ଭ କରି ରାତି ଯାଏଁ ସବୁ ସମୟରେ ଏହାକୁ ଖାଇବାକୁ ପସନ୍ଦ କରାଯାଏ । ଏହାର ଉର୍ଜାର ପାୱାରହାଉସ କୁହାଯାଏ । କିନ୍ତୁ ଏହା ଖାଇବା ଦ୍ୱାରା ଦେହ ଅଳସୁଆ ବା ସୁସ୍ତିଆ ଲାଗେ । କିନ୍ତୁ ଏହା ଲାଗିବାର କାରଣ କଣ ଜାଣନ୍ତି । ଜାଣିବା ପୂର୍ବରୁ ଦେଖିନିଅନ୍ତୁ ଏହି ଭିଡ଼ିଓ..

 

View this post on Instagram

 

A post shared by PM | Nutritionist (@poojamakhija)

ଭିଡ଼ିଓରେ ମହିଳା ଜଣକ ଜଣେ ନ୍ୟୁଟ୍ରିଶନିଷ୍ଟ । ତାଙ୍କ ନାମ ପୂଜା ମଖିଜା । ତାଙ୍କ କହିବା ଅନୁଯାୟୀ , ଶରୀରରେ ପାଚନ କ୍ରିୟା ସମୟରେ କାର୍ବୋହାଇଡ୍ରେଟର ସଙ୍ଗୀକରଣ ପାଇଁ ଏପରି ହେଉଛି । ସାଧାରଣତଃ ଆମେ ଖାଦ୍ୟ ଖାଇବା ପରେ ଖାଦ୍ୟ ହଜମ ହୋଇ କାର୍ବୋହାଇଡ୍ରେଟ ଗ୍ଲୁକୋଜରେ ପରିଣତ ହୁଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରେ ।

ଏଥିପାଇଁ ଇନସୁଲିନର ଆବଶ୍ୟକତା ରହିଛି । ଏହାର ମାତ୍ରା ବଢ଼ିଗଲେ ଫ୍ୟାଟି ଏସିଡ ଟ୍ରିପ୍ଟୋଫେନ ସକ୍ରିୟ ହୋଇଯାଏ । ଏହାପରେ ମେଲାଟୋନିନ ଓ ସେରୋଟିନର ମାତ୍ରା ବଢ଼ିଯାଏ ।ଏହା ହର୍ମୋନକୁ ସୁସ୍ତିଆ ବନାଇଥାଏ । ତେଣୁ ଏହାକୂୁ ରୋକିବା ପାଇଁ ହେଲେ ଠିକ ପରିମାଣରେ ଉଚିତ ସମୟରେ ଏହାର ଭୋଜନ କରିବା ନିହାତି ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.