ଗରମା ଗରମ ରୁଟି ସହ ଖାଆନ୍ତୁ ଆଳୁ ଗାଜର ସବଜି, ମିନିଟରେ ହେବ ପ୍ରସ୍ତୁତ

ଯଦି ଆପଣଙ୍କୁ କିଛି ଚଟପଟା ଖାଇବାକୁ ମନ କରୁଛି ତାହେଲେ ଗାଜର ଓ ଆଳୁର ସବଜି ବନାଇପାରିବେ ଏହା ବହୁତ ସ୍ୱାଦିଷ୍ଟ ହେବା ସହିତ ହେଲଦି ବି ହୋଇଥାଏ। ଏହାସହିତ ଏହାକୁ ବନାଇବାରେ ଜମା ବି ଅଧିକ ସମୟ ଲାଗେ ନାହିଁ। ବହୁତ କମ୍‌ ସମୟରେ ଆପଣ ଏହାକୁ ବନାଇ ଗରମା ଗରମ ରୁଟି ସହିତ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨୫ ଗ୍ରାମ୍‌ ଗାଜର (ଛୋଟ ଖଣ୍ଡରେ କଟା ହୋଇଥିବା)
  • ୩ଟି ଆଳୁ (ଛୋଟ ଖଣ୍ଡରେ କଟା ହୋଇଥିବା)
  • ୨ଟି କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ୧/୨ ଚାମଚ୍‌ ଜିରା
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୨ ଚାମଚ ଧନିଆ ପାଉଡର
  • ଲୁଣ ସ୍ୱାଦାନୁସାରେ
  • ତେଲ (ଛାଣିବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ମିଡିୟମ ଆଞ୍ଚରେ ଏକ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ।
-ତେଲ ଗରମ ହେବା ପରେ ଜିରା ଏବଂ କଞ୍ଚା ଲଙ୍କା ପକାଇ ଭାଜନ୍ତୁ।
-ଯେମିତି ହିଁ ଜିରା ଫୁଟିବା ଆରମ୍ଭ କରିବ ସେଥିରେ ଗାଜର ଏବଂ ଆଳୁ ପକାଇ ଦିଅନ୍ତୁ।
-ଏବେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରି ପରିବାକୁ ଘୋଡାଇ ସିଝାଇ ଦିଅନ୍ତୁ।
-୫ ମିନିଟ୍‌ ପରେ ଢ଼ାଙ୍କଡା ହଟାଇ ପରିବାକୁ ଥରେ ଭଲଭାବେ ଚଲାଇ ଦିଅନ୍ତୁ।
-୧୫ ମିନିଟରେ ଆପଣଙ୍କ ହେଲଦି ସବଜି ପ୍ରସ୍ତୁତ ହୋଇଯିବ। ଆପଣ ଏବେ ଆଞ୍ଚ ବନ୍ଦ କରିଦିଅନ୍ତୁ।
-ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଆଳୁ ଗାଜର ସ୍ପେଶାଲ ସବଜି। ଏହାକୁ ଆପଣ ରାତିରେ ରୁଟି ସହିତ ଗରମା ଗରମ ଖାଇପାରିବେ।