Below header

ଗର୍ଭବତୀ ସମୟରେ ବାଇଗଣ ଖାଇବା ହୋଇଥାଏ କ୍ଷତିକାରକ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଡାଏଟ୍‌ରେ ସାମିଲ୍‌

ଗର୍ଭବତୀ ଥିବା ସମୟରେ ନିଜର ଧ୍ୟାନ ରଖିବା ଜରୁରୀ। ଏହି ସମୟରେ ମା’ ସହ ଶିଶୁର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। ଏହି ସମୟରେ ଜୀବନଶୈଳୀ ଏବଂ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। କାରଣ ଖାଦ୍ୟ-ପାନୀୟରେ ଅଣଦେଖା କରିବା ଦ୍ୱାରା ଶିଶୁକୁ କ୍ଷତି ପହଞ୍ଚିଥାଏ। ଏହିକାରଣରୁ ଗର୍ଭବତୀ ଥିବା ସମୟରେ ମହିଳାମାନେ ବାଇଗଣ ଖାଇବା କ୍ଷତିକାରକ ହୋଇଥାଏ।

ଜାଣନ୍ତୁ ଗର୍ଭବତୀ ସମୟରେ ବାଇଗଣ ଖାଇବା ଅନୁଚିତ କାହିଁକି:

ବାଇଗଣରେ ଏସୋସିୟଲ ମିନେରାଲ, ଭିଟାମିନ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପେଟ ସମସ୍ୟା, ନିଦ ନ ଆସିବା ଏବଂ ଅପଚ ଭଳି ଅନେକ ସମସ୍ୟା ବାଇଗଣ ଖାଇବା ଦ୍ୱାରା ଭଲ ହୋଇଥାଏ। କିନ୍ତୁ ଆପଣମାନେ ଜାଣିଛନ୍ତି କି ଗର୍ଭବତୀ ସମୟରେ ବାଇଗଣ ଖାଇବା କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ଅନୁଯାୟୀ ଗର୍ଭବତୀ ସମୟରେ ବାଇଗଣ ଖାଇବା ଅନୁଚିତ। ଏହା ଶିଶୁ ଏବଂ ମା’ ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ।

brinjalଗର୍ଭବତୀ ସମୟରେ ମହିଳାମାନେ ଶାରୀରିକ ରୁପେ ଅଧିକ ସକ୍ରିୟ ରହିନଥାନ୍ତି, ଯେଉଁ କାରଣରୁ ମା’ କୁ ଏସିଡିଟି ଏବଂ ଗ୍ୟାସ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆୟୁର୍ବେଦ ଅନୁଯାୟୀ ବାଇଗଣରେ ଫାଇଟୋହରମୋନ୍ସ ରହିଥାଏ, ଯେଉଁକାରଣରୁ ଗର୍ଭବତୀ ସମୟରେ ପିରିୟଡସ୍‌ ହେବାର ସମ୍ଭାବନା ବଢିଯାଇଥାଏ। ଏହି ସମୟରେ ପିରିୟଡ ହେବା ବିଲକୁଲ୍‌ ଠିକ୍‌ ନୁହେଁ।

ଏହାସହ ପଢନ୍ତୁ: ନୂଆକରି ଜନ୍ମ ଦେଇଥିବା ମହିଳାଙ୍କ ଯତ୍ନ ନେବା ପାଇଁ ଖାଇବାରେ ସାମିଲ କରନ୍ତୁ ଏହିସବୁ

ଏହିକାରଣରୁ ଗର୍ଭବତୀ ଥିବା ସମୟରେ ବାଇଗଣ ଖାଆନ୍ତୁ ନାହିଁ। ବାଇଗଣରେ ଏଭଳି ଏକ ତତ୍ତ୍ୱ ରହିଥାଏ, ଯାହାଦ୍ୱାରା ଆବର୍ସନ ହେବାର ସମ୍ଭାବନା ବଢିଥାଏ। ଏଥିସହ ବାଇଗଣ ଗର୍ଭରେ ବଢୁଥିବା ଶିଶୁର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.