Below header

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ବର୍ତ୍ତମାନ ସମୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ହ୍ଵାଟ୍ସଆପ୍‌ ବ୍ୟବହାର କରାଯାଉଛି। ସାଙ୍ଗସାଥୀ ହୁଅନ୍ତୁ ଅବା ବନ୍ଧୁ ପରିଜନ ମାତ୍ର କିଛି ସେକେଣ୍ଡରେ ସମ୍ପର୍କ ସ୍ଥାପନ କରିବାର ସବୁଠାରୁ ସହଜ ମାଧ୍ୟମ ସାଜିଛି ହ୍ଵାଟ୍ସ ଆପ୍‌। ଏଥିରେ ଆମେ ଖୁବ୍‌ ସହଜରେ ପରସ୍ପର ସହିତ ଫଟୋ, ଫାଇଲ୍‌, ଅଡ଼ିଓ ଏବଂ ଭିଡ଼ିଓ ସେୟାର କରିପାରୁଛେ। କିନ୍ତୁ ଆଉ ମାତ୍ର କିଛି ଦିନ ପରେ କେତେକ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ବ୍ୟବହାରକାରୀଙ୍କୁ ଏହି ଆପ୍‌ର ସପୋର୍ଟ ମିଳିବ ନାହିଁ। ଟେକ୍‌ ୱେବ୍‌ସାଇଟ୍‌ WABetainfo ଏ ନେଇ ସୂଚନା ଦେଇଛି। WABetainfo ର କହିବାନୁସାରେ, ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ବ୍ୟବହାରକାରୀ ୨୦୨୦ ଫେବୃଆରୀ ୧ ତାରିଖଠାରୁ ଆଉ ହ୍ଵାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ପୂର୍ବରୁ ହ୍ଵାଟ୍ସଆପ୍‌ ଓ୍ଵିଣ୍ଡୋ ୮ରେ ସପୋର୍ଟ କରିବା ବନ୍ଦ କରିଦେଇଥିଲା।

ଏହାସହ ପଢନ୍ତୁ: ଭାରତ ସରକାର ଲଞ୍ଚ୍‌ କଲେ CEIR, ଏବେ ସିମ୍‌ ବଦଳାଇଲେ ମଧ୍ୟ ଧରାପଡ଼ିବ ଚୋରି

WABetainfo ର ସୂଚନାନୁସାରେ, ହ୍ଵାଟ୍ସଆପ୍‌ ୨୦୨୦ ଫେବୃଆରୀ ୧ରୁ ଆଣ୍ଡ୍ରଏଡ୍‌ ୨.୩.୭ ଏବଂ ଓଏସ୍‌ ୭ ଅପରେଟିଂ ସିଷ୍ଟମ୍‌ରେ କାମ କରିବ ନାହିଁ। ପୂର୍ବରୁ ହ୍ଵାଟ୍ସଆପ୍‌ ଓ୍ଵିଣ୍ଡୋ ଏବଂ ମାଇକ୍ରୋସଫ୍ଟରେ ନିଜ ସର୍ଭିସ ବନ୍ଦ କରିଛି। ସୂଚନାନୁଯାୟୀ ଏହି ଅପରେଟିଂ ସିଷ୍ଟମ୍‌ ବ୍ୟବହାର କରୁଥିବା ୟୁଜରଙ୍କ ସଂଖ୍ୟା ଖୁବ୍‌ କମ୍‌।

ହ୍ଵାଟ୍ସ ଆପ୍‌ର କହିବାନୁସାରେ ଉପଭୋକ୍ତା KaiOS 2.5.1+ ଅପରେଟିଂ ସିଷ୍ଟମ୍‌ରେ ଆପ୍‌ର ଉପଯୋଗ କରିପାରିବେ। ବର୍ତ୍ତମାନ ଜିଓ ଫୋନ୍‌ ୧ ଏବଂ ଜିଓ ଫୋନ୍‌୨ରେ ଏହି ଅପରେଟିଂ ସିଷ୍ଟମ୍‌ର ସପୋର୍ଟ ମିଳୁଛି। ଏହା ଛଡ଼ା ୟୁଜର କିଛିଦିନ ତଳେ ଲଞ୍ଚ ହୋଇଥିବା ନୋକିଆ ୪ ଜି ଫୋନ୍‌ର ମଧ୍ୟ ଉପଯୋଗ କରିପାରିବେ। ଅନ୍ୟପଟେ, ୟୁଜରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ଅନ୍‌ଲକ୍‌, ପ୍ରାଇଭେଟ୍‌ ରିପ୍ଲାଏ ଏବଂ ଗ୍ରୁପ ଆଡମିନ୍‌ ଭଳି ନୂତନ ଫିଚର ମଧ୍ୟ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.