ରାତିରେ ଏହି ଗୋଟିଏ କାମ କରି ବି କମାଇପାରିବେ ଓଜନ, ବହୁତ ସହଜ ଉପାୟ

ବର୍ତ୍ତମାନ ଓଜନ ସବୁ ରୋଗର ମୂଳ କାରଣ । ସେଥିପାଇଁ ଓଜନ କମାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି । ବ୍ୟାୟାମ ଠାରୁ ଆରମ୍ଭ କରି ବିଭିନ୍ନ ମେଡିସିନ ଓ ଯୋଗ ଅଭ୍ୟାସ ଜାରି ରହିଛି ଏହି ଓଜନ କମାଇବା ପାଇଁ । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ଅତି ସହଜରେ ଓଜନ କମାଇ ପାରିବେ । ଯଦି ଆମେ କହୁ କି ଆପଣ ଶୋଇ ଶୋଇ ବି ଓଜନ କମାଇ ପାରିବେ ତେବେ ଏହା ଆପଣଙ୍କୁ ବିଶ୍ୱାସ ହେବନାହିଁ ।

ଅଧିକାଂଶ ଲୋକେ ରାତିରେ ଶୀଘ୍ର ଶୋଇବି ସକାଳେ ଡେରିରେ ଉଠିଥାନ୍ତି । ଏହାଛଡ଼ା କିଛି ଲୋକ ମଧ୍ୟ ଦିନରେ ବି ଶୋଇଥାନ୍ତି । ଯଦି ଆମେ କହିବୁ କି ଅଧିକ ଶୋଇବା ଯୋଗୁ ମଧ୍ୟ ଆପଣ ଓଜନ କମାଇ ପାରିବେ । ଆସନ୍ତୁ ଜାଣିବା ରିସର୍ଚ୍ଚ କ’ଣ କହୁଛି ।

ରିସର୍ଚ୍ଚ ଅନୁଯାୟୀ, ଯେଉଁ ଲୋକ ପ୍ରତିଦିନ ୧ ଘଣ୍ଟା ଅଧିକ ନିଦରେ ଶୁଅନ୍ତି, ସେମାନଙ୍କ ଓଜନ କମ ହେବାରେ ସହାୟକ ହୋଇଥାଏ । ତେବେ ଶୋଇବାକୁ ଯିବା ପୂର୍ବରୁ ଏହି କଥା ବି ଜାଣି ରଖନ୍ତୁ ।

sleep
P.C : aajtak.in

ଚିକାଗୋ ୟୁନିଭରସିଟି ରିସର୍ଚ୍ଚ ଅନୁଯାୟୀ, ପ୍ରତି ରାତିରେ ୧ ଘଣ୍ଟା ଅଧିକ ନିଦରେ ଶୋଇବା ଯୋଗୁ ଗୋଟିଏ ବର୍ଷରେ ପ୍ରାୟ ୩ କେଜି ଓଜନ କମିଥାଏ । ଏହି ରିସର୍ଚ୍ଚ ୨୧ ରୁ ୪୦ ଜଣ ବର୍ଷ ବୟସର ୮୦ ଜଣଙ୍କ ଉପରେ ହୋଇଥିଲା । ଯେଉଁମାନେ କି ରାତିରେ ୬.୫ ଘଣ୍ଟାରୁ କମ ଶୋଉଥିଲେ । ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ ଯେଉଁ ଲୋକ ଦୈନିକ ୧ ଘଣ୍ଟା ୨୦ ମିନିଟ ଅଧିକ ଶୋଉଥିଲେ ସେମାନେ ୨୭୦ କ୍ୟାଲୋରୀ କମ ସେବନ କରୁଥିଲେ ।

୩ ବର୍ଷରେ ଏତିକି କିଲୋ ଓଜନ ହୋଇପାରେ କମ

ଶୋଇବାକୁ ପ୍ରଭାବିତ କରୁଥିବା କାରକ ସମ୍ପର୍କରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ଭଲରେ ଅଧିକ ସମୟ ଶୋଉଥିଲେ ସେମାନଙ୍କର ୩ ବର୍ଷରେ ୧୨ କିଲୋ ଓଜନ ହ୍ରାସ ହୋଇଥିଲା । ତେବେ ଅଧିକ ଶୋଉଥିବା ଲୋକ କ’ଣ ପାଇଁ କମ କ୍ୟାଲୋରୀ ଖାଦ୍ୟ ନେଉଥିଲେ, ସେ ସମ୍ପର୍କରେ ଗବେଷଣା କରାଯାଇନଥିଲା । ଭବିଷ୍ୟତରେ ଏହା ଉପରେ ଗବେଷଣା କରାଯିବ ବୋଲି କୁହାଯାଇଛି । ତେବେ ନୀନ ପୁରା ନହେବାରୁ ଭୋକ ବଢ଼ିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.