Below header

ବିଗବସ୍‌ ୧୫ ସରିବା ପରେ ମତ ବଦଳାଇଦେଲେ ରାକ୍ଷୀ, ରିତେଶଙ୍କୁ ପରିଚିତ କରାଇବା ପରେ ଏବେ କହୁଛନ୍ତି ସେ ମୋ ସ୍ୱାମୀ ନୁହେଁ

ବଲିଉଡ ଏବଂ ଟିଭିର ଆଇଟମ୍‌ କ୍ୱୀନ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଚର୍ଚ୍ଚାରେ ଖାଆନ୍ତି। ନିଜର ପ୍ରୋଫେସନାଲ ଲାଇଫ ଠାରୁ ବେଶ ଅଧିକ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥାଆନ୍ତି ରାଖି। ରାକ୍ଷୀ ସାଓ୍ଵନ୍ତଙ୍କ ଲଭ ଏବଂ ମ୍ୟାରେଡ ଲାଇଫ ସମ୍ପୁର୍ଣ୍ଣ ଭାବେ ଯେମିତି ରହସ୍ୟ ହୋଇଯାଇଛି ସମସ୍ତଙ୍କ ପାଇଁ। କେବେ ସେ କହୁଛନ୍ତି ସେ ବାହା ହୋଇସାରିଛନ୍ତି, କିନ୍ତୁ ତାଙ୍କର ସ୍ୱାମୀ ରିତେଶ ଲୋକଙ୍କ ସାମ୍ନାକୁ ଆସିବାକୁ ଚାହୁଁନାହାଁନ୍ତି।

ଆଉ କେବେ ସେ କହୁଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଛନ୍ତି। ଏହାପରେ ବିଗବସ୍‌ ୧୫ରେ ରାଖି ନିଜ ସ୍ୱାମୀ ରିତେଶଙ୍କୁ ସମସ୍ତଙ୍କ ସାମ୍ନାରେ ଇଣ୍ଟ୍ରଡ୍ୟୁସ କଲେ। କିନ୍ତୁ ରିତେଶଙ୍କୁ ଲୋକମାନେ ମାନିବାକୁ ନାରାଜକୁ ସତରେ ଇଏ ହେଉଛନ୍ତି ସେଇ ରିତେଶ, ଯାହାଙ୍କୁ ରାଖି ବାହା ହୋଇଛନ୍ତି। ଏହାକୁ ପ୍ରମାଣ କରିବାକୁ ଯାଇ ରାକ୍ଷୀ ଗଣମାଧ୍ୟମ ସାମ୍ନାରେ ରିତେଶଙ୍କୁ କିସ୍‌ ବି କରିଥିଲେ। କିନ୍ତୁ ଏବେ ଆଉ ଏକ ନୂଆ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ଚମକି ପଡିବେ।

riteshବିଗବସ୍‌ ୧୫ ଶେଷ ହେବା କ୍ଷଣି ହିଁ ରାକ୍ଷୀ ନିଜ ସ୍ୱର ବଦଳାଇଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ରାକ୍ଷୀ କହିଛନ୍ତି ଯେ ‘ଏବେ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସବୁକିଛି ବଳଦିଯାଇଛି। ସେମାନେ ଦୁଇଜଣ ଏବେ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି। ବରଂ ଏବେ ସେ ଦୁଇଜଣ ବହୁତ ଭଲ ସାଙ୍ଗ। ସେମାନଙ୍କର କିଛି ଆଇନଗତ ମାମଲା ଚାଲୁଛି, ଯାହାକୁ ମିମାଂଶା କରିବାକୁ ଲାଗିଛନ୍ତି ସେ।

ସେ ଆଗକୁ କହିଛନ୍ତି ବହୁତ କିଛି ଏମିତି କଥା ରହିଛି ଯାହାକୁ ସେ କହିବାକୁ ଚାହୁଁନାହଁନ୍ତି। କିନ୍ତୁ ବୁଝିନିଅନ୍ତୁ ଯେ ଆମ ଭିତରେ ଆଉ କିଛି ସମ୍ପର୍କ ନାହିଁ। ଆମେ ଏବେ ଭଲ ବନ୍ଧୁ। ଆଇଟମ୍‌ କ୍ୱୀନ୍‌ ରାକ୍ଷୀ ଆଗକୁ କହିଲେ ଯେ ମୋ ସ୍ୱାମୀଙ୍କୁ କିଛି ଲୋକ କହିଲେ ଯେ ସେ ମୋର ଭଡା ସ୍ୱାମୀ। କିନ୍ତୁ ଯେଉଁମାନେ ଏଭଳି କହୁଛନ୍ତି ମୁଁ ସେମାନଙ୍କ ମୁହଁ ବନ୍ଦ କରିପାରିବିନାହିଁ। ଭଡା ସ୍ୱାମୀ ଯଦି ହେଇଥିବେ ଭାବୁଛନ୍ତି ତାହେଲେ ଭଡା ସ୍ୱାମୀ ହୋଇଥିବେ। କିନ୍ତୁ ଏବେ ସେ କହିଛନ୍ତି ସେ ମୋ ସ୍ୱାମୀ ନୁହେଁ ଆମେ ଦୁଇଜଣ ଦୁଇ ବନ୍ଧୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.