ମୁଁ ଜାଣିଛି, ନାଗିନକୁ ନେଇ ମୁଁ ଏଥର ଟ୍ରୋଲ ହେବି : ଏକତା କପୁର

ଏକତା କପୁରଙ୍କ ନାଗିନ ସୋ । ଯାହା ଏବେ ହେଡଲାଇନ୍ସରେ । କାରଣ ନୂଆ ସିଜିନରେ ଆସୁଛି ନାଗିନ । ଯେଉଁଥିରେ ଟାଇଟୁଲାର ଭୂମିକାରେ ନଜର ଆସୁଛନ୍ତି ବିଗବସ ବିଜୟିନୀ ତେଜସ୍ୱୀ ପ୍ରକାଶ । ପୂର୍ବ ସିଜିନରେ ଯେତେବେଳେ ଟାଇଟୁଲାର ଚରିତ୍ରମାନେ ସେମାନଙ୍କ ବ୍ୟକ୍ତିଗତ ଚରିତ୍ରରେ ଲଢୁଥିଲେ ଏଥର ଏହା ମହାମାରୀ ପରିସ୍ଥିତି ଓ ତାର ମୁକାବିଲା ଉପରେ ଫୋକସ କରୁଛି । ସୋସିଆଲ ମିଡିଆରେ ସୋ କୁ ନେଇ ଏକ ମେଜର ରିଆକ୍ସନ ମଧ୍ୟ ମିଳିଲାଣି ।

ଏକ ସାକ୍ଷାତକାରର ସୋ ର ନିର୍ମାତା ଏକତା କପୁରଙ୍କୁ ଟ୍ରୋଲ ଓ ସମାଲୋଚନାର ମୁକବିଲା କରିବାକୁ ପ୍ରସ୍ତୁତ କି ନାହିଁ ବୋଲି ପଚରାଯିବାରୁ ଏକତା କହିଛନ୍ତି ଯେ ମୁଁ ଭଲଭାବରେ ଜାଣିଥିଲି ଯେ ମୁଁ ଟ୍ରୋଲ ହେବି । ଏଥିପାଇଁ ମୁଁ ପ୍ରସ୍ତୁତ ଥିଲି । କିନ୍ତୁ ପାଶ୍ଚତ୍ୟରେ ଯଦି ଆପଣ ଦେଖିବେ ତେବେ ସେମାନେ ପ୍ରକୃତ ଘଟଣାରୁ ସୋ କରନ୍ତି ଏବଂ ସେମାନେ ଭଲ କାମ କରନ୍ତି । ଏକଥା କହି ଟାଇଟନିକର ଉଦାହରଣ ଦେଇଛନ୍ତି ଏକତା । କହିଛନ୍ତି ଟାଇଟନିକ ଏକ ପ୍ରକୃତ ଘଟଣାରୁ ବାହାରିଲା ଭଳି ମହାମାରୀ ବି ପ୍ରକୃତ ଘଟଣା । ଆମେ ଇତିହାସର ସାକ୍ଷୀ ଅଟୁ ଓ ଆମେ ସମସ୍ତେ ପରିବର୍ତ୍ତନ କରିଛୁ । ଗତ ଦୁଇ ବର୍ଷରେ ନାଗିନଙ୍କୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଲା ।

ତେବେ ଏହାକୁ ନେଇ ପ୍ରଯୋଜକ ମଧ୍ୟ ବିଶ୍ଳେଷଣ କରିଛନ୍ତି ଯେ ସେ କାହିଁକି ଏଭଳି ପ୍ରସଙ୍ଗ ନେଇଛନ୍ତି । ଏହା ତାଙ୍କର ଅନୁଭବରୁ ସେ ଚିନ୍ତା କରିଥିବା କହିଛନ୍ତି । ଏପରିକି ସେ ଯେତେବେଳେ କାହାଣୀ ପଢିଲେ ଅନେକ ଏହା ଶୁଣି ହସିବାକୁ ଲାଗିଲେ । ଏମିତିକି ପ୍ରତିକ୍ରିୟା ଥିଲା କି ଏହା ହୁଏତ ଚାଲି ଯାଇପାରେ ନାହିଁତ ପଡି ବି ଯାଇପାରେ ।

ପୂର୍ବରୁ ଏହି ଶୋରେ ମନି ରୟ, ସୁରଭି ଜ୍ୟୋତି, କରିସ୍ମା ତନ୍ନା, ଅନୀତା ହସନାନ୍ଦି, ମୋତି ଭି ପୁରୀ, ନିଆ ଶର୍ମା, ସୁରଭି ଚାନ୍ଦନା ଓ ହିନା ଖାନଙ୍କ ଭଳି ଲୋକପ୍ରିୟ ଟିଭି ଅଭିନେତ୍ରୀମାନେ ଅଭିନୟ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.