ମିନିଟ୍‌ରେ ଦୂର ହେବ ଚଟାଣ ଏବଂ କାନ୍ଥରେ ଲାଗିଥିବା ହୋଲି ଦାଗ, ଜାଣନ୍ତୁ କିପରି ?

ଆପଣଙ୍କ ଘରର ଚଟାଣ ଏବଂ କାନ୍ଥରେ ଲାଗିଥିବା ହୋଲି ଜିଦ ଦାଗକୁ ଛଡାଇବାକୁ ବହୁତ କଷ୍ଟ କରିବାକୁ ପଡିଥାଏ। କିଛି ଟିପ୍ସ ରହିଛି ଯାହାଦ୍ୱାରା ଆପଣ ନିଜ ଘରର ଚଟାଣ ଏବଂ କାନ୍ଥରୁ ହୋଲି ରଙ୍ଗ ଦୂର କରିପାରିବେ। ଜାଣିବା ...

ରଙ୍ଗର ପର୍ବ ହୋଲିକୁସମସ୍ତେ ଚାହିଁବସିଚନ୍ତି। ଏହି ଉତ୍ସବରେ ସମସ୍ତେ ପ୍ରାୟତଃ ରଙ୍ଗରେ ବୁଡି ରହିଥାନ୍ତି। କିନ୍ତୁ ଏହି ରଙ୍ଗ ଆପଣଙ୍କ ଘରର ଚଟାଣ ଏବଂ କାନ୍ଥରେ ଲାଗିଥିବା ଜିଦ ଦାଗକୁ ଛଡାଇବାକୁ ବହୁତ କଷ୍ଟ କରିବାକୁ ପଡିଥାଏ। ହୋଲି ସିନା ସରିଯାଏ କିନ୍ତୁ ଏହାର ରଙ୍ଗ ଛଡାଇବାକୁ ବହୁତ କଷ୍ଟ କରିବାକୁ ପଡିଥାଏ। କିନ୍ତୁ ଆପଣଙ୍କୁ ଆମେ ଏପରି କିଛି ଟିପ୍ସ ଜଣାଇବା, ଯାହାଦ୍ୱାରା ଆପଣ ନିଜ ଘରର ଚଟାଣ ଏବଂ କାନ୍ଥରୁ ହୋଲି ରଙ୍ଗ ଦୂର କରିପାରିବେ। ଆସନ୍ତୁ ଜାଣିବା ଟିପ୍ସ…

– ଯଦି ଆପଣଙ୍କ ଘର ଚଟାଣରେ ଶୁଖିଲା ରଙ୍ଗ ପଡିଛି, ତେବେ ଏହାକୁ ଏକାଠି କରିନିଅନ୍ତୁ।

– ତା’ ପରେ ବେକିଂ ସୋଡା ଏବଂ ପାଣିରେ ଏକ ପେଷ୍ଟ ତିଆରି କରନ୍ତୁ। ଏବେ ଯେଉଁଠି ହୋଲି ଦାଗ ରଙ୍ଗ ଲାଗିଛି, ସେହି ସ୍ଥାନରେ କିଛି ସମୟ ଏହି ପେଷ୍ଟକୁ ଲଗାଇ ରଖନ୍ତୁ। ଏହା ଶୁଖିଯିବା ପରେ କପଡାରେ ଭଲଭାବେ ପୋଛଝି ଦିଅନ୍ତୁ।

– ଅଳ୍ପ ଲାଗିଥିବା ଦାଗକୁ ସଫା କରିବା ପାଇଁ ସର୍ଫ ପାଣିକୁ ନେଇ ବ୍ରସ୍‌ ସାହାଯ୍ୟରେ ଘଷି ସଫା କରିପାରିବେ।

– ହୋଲି ରଙ୍ଗକୁ ଯଥାଶୀଘ୍ର ସଫା କରିଦିଅନ୍ତୁ। ଅଧିକ ସମୟ ରହିଲେ ଆପଣଙ୍କୁ ଏହି ଦାଗ ଛଡାଇବାକୁ ଅଧିକ କଷ୍ଟ କରିବାକୁ ପଡିବ।

– ଯେଉଁ ସ୍ଥାନରେ ପାଣିଯୁକ୍ତ ରଙ୍ଗ ଲାଗିଥିବ, ସେହି ସ୍ଥାନରେ ଅଳ୍ପ ଗରମ ପାଣି ପକାଇ ସଫା କରିପାରିବେ। ଏହା ଅତି ଆରାମରେ ସଫା ହୋଇଯିବ।

– ସେହିପରି କାନ୍ଥରେ ଲାଗିଥିବା ରଙ୍ଗ ଦାଗ ଦୂର କରିବା ପାଇଁ ବେକିଂ ସୋଡା ଏବଂ ପାଣିକୁ ନେଇ ମଧ୍ୟ ବ୍ୟବହାର କରିପାରିବେ।

– ଏହା କେବଳ ଓ୍ଵାଶବେଲ ଡିଷ୍ଟମ୍ପେର ଲାଗିଥିବା କାନ୍ଥରୁ ହିଁ ରଙ୍ଗ ଦାଗ ଛଡାଇହେବ।

Leave A Reply

Your email address will not be published.