ତେଲିଆ କେଶରୁ ମୁକ୍ତି ପାଇଁ ହେୟାର ୱାଶ ସମୟରେ ଆପଣାନ୍ତୁ ଏହି ଟିପ୍ସ

କେଶ ସମସ୍ୟା ଏବେ ସମସ୍ତଙ୍କର ସାଧାରଣ ସମସ୍ୟା ପାଲଟି ଗଲାଣି । ଋତୁ ପରିବର୍ତ୍ତନରେ ଜଳବାୟୁର ପ୍ରଭାବ କେଶ ଉପରେ ପଡିଥାଏ । କେଶକୁ ସୁନ୍ଦର ରଖିବା ପାଇଁ ଏବେ ସମସ୍ତେ ଅନେକ କେମିକାଲ ତଥା ଘରୋଇ ଉପାୟ ଆପଣାଉଛନ୍ତି । ତେଲିଆ କେଶକୁ ନେଇ ଏବେ ସମସ୍ତେ ଚିନ୍ତିତ । ଏହା ମୁଣ୍ଡରେ ଥିବା ନାଚୁରାଲ ଅୟେଲ ସୀବମ, ଯାହା ବାହାରକୁ ଆସିବା ମାତ୍ରେ କେଶ ତେଲିଆ ହୋଇଯାଇଥାଏ ।

ସାଧାରଣତଃ ଏହା କେଶକୁ ପ୍ରୋଟେକ୍ଟ କରିବା ସହିତ ସାଇନିଂ ଲୁକ ଦେଇଥାଏ । କିନ୍ତୁ ଏହି ତେଲ ସ୍କାଲ୍ପରେ ଲାଗିବା ମାତ୍ରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଝାଳ ଲାଗିବା ମାତ୍ରେ ଏଥିରୁ ଆହୁରି ଦୁର୍ଗନ୍ଧ ବାହାରିଥାଏ । ଏହାପାଇଁ କେଶ ଉପୁଡ଼ିବା ଆରମ୍ଭ ହୋଇଥାଏ । ଏଥିପାଇଁ ଅନେକ ଉପାୟ ରହିଛି , ଯାହା ଆଜି ଆମେ ଆପଣଙ୍କୁ କହିବୁ ।

ଡାଏ ସାମ୍ପୁର ବ୍ୟବହାର:

ସ୍କାଲ୍ପ ତେଲିଆ ହେବା ଦ୍ୱାରା କେଶର ମୂଳରେ ତେଲ ରହିଥାଏ । ଏହାପାଇଁ କେଶ ତେଲିଆ ଏବଂ ଦୁର୍ଗନ୍ଧ ଯୁକ୍ତ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଡ୍ରାଏ ସାମ୍ପୁ ଲଗାଇ ଏହାକୁ ଆପଣ ଛଡାଇ ପାରିବେ ।

ସମୟ ଅନୁଯାୟୀ ହେୟାର ୱାଶ:

ଖରା ଦିନରେ କେଶ ଅୟେଲ ଯୁକ୍ତ ହେବା ଦ୍ୱାରା ଅନେକ ସମସ୍ୟା ଦେଖାଯାଏ । ଧ୍ୟାନ ରଖିବେ ଆପଣ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ସାମ୍ପୁରେ ସଫା କରିବା ପରେ ଉଷୁମ ପାଣିର ବ୍ୟବହାର କରିବେ ।

ତେଲରୁ ମୁକ୍ତି ପାଇଁ ଚେଷ୍ଟା କରନ୍ତୁ:

ପ୍ରତିଦିନ କେଶରେ ତେଲ ଲଗାନ୍ତୁ ନାହିଁ । ସାଧାରଣତଃ ତେଲ କେଶ ପାଇଁ ଭଲ ହୋଇଥାଏ । କିନ୍ତୁ ଖରାଦିନରେ ଏହାକୁ କରିବାକୁ ବାରଣ କରନ୍ତୁ। ଏଥିପାଇଁ ସପ୍ତାହକୁ ଥରେ ତେଲ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.