ଯାଜପୁର ଟାଉନ୍(କେନ୍ଯୁଜ୍): ସ୍କୁଲ ପରିସରରେ କିରାଣୀଙ୍କ ମଦ୍ୟପାନ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ । ଆଉ ଭାଇରାଲ ହେବା ପରେ ଏବେ ତେଜିଛି ବିବାଦ। ଯାଜପୁର ବିଂଝାରପୁର ବ୍ଲକ କପିଳା ରାହାସ ଗୁହାଳି ସ୍ଥିତ ଭାସ୍କର ସାମଲ ସରକାରୀ ବିଦ୍ୟାଳୟ ପରିସରରେ କିରାଣୀ ଅନିଲ ସାମଲ ମଦ୍ୟପାନ କରୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।
ଅନ୍ଯପଟେ କିଭଳି ଜଣେ କିରାଣୀ ବିଦ୍ୟାଳୟ ପରିସରରେ ମଦ୍ୟପାନ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଜୋର୍ ଧରିଛି। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ବିଦ୍ୟାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।