Below header

ଗରମରେ କ୍ଷୀର ଜାତୀୟ ପଦାର୍ଥ ଜଲଦି ଖରାପ ହୋଇଯାଉଛି କି, ତେବେ ଆପଣାନ୍ତୁ ଏହି ଟିପ୍ସ

ଗରମ ଦିନରେ ଆମେ ଯେମିତି ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତି, ସେମିତି ରୋଷେଇ ପଦାର୍ଥକୁ କିଛି ଜିନିଷକୁ ମଧ୍ୟ ଧ୍ୟାନରେ ରଖିବା ନିହାତି ଜରୁରୀ। ଖାସ କରି ଡାଏରୀ ପ୍ରଡକ୍ଟ ଗରମ ଦିନରେ ଏସବୁ ପଦାର୍ଥ ଜଲଦି ଖରାପ ହୋଇଯାଏ। ଆଜ୍ଞା ହଁ, ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ଯଦି କୌଣସି ଡାଏରୀ ପ୍ରଡକ୍ଟର ବ୍ୟବହାର କରୁଛନ୍ତି ତାହେଲେ ତାକୁ କେବଳ ଫ୍ରିଜରେ ରଖିବା କାଫି ନୁହେଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଡାଏରୀ ପ୍ରଡକ୍ଟସକୁ ସମ୍ଭାଳିକି ରଖିପାରିବେ ଏବଂ ତାକୁ ଲମ୍ବା ସମୟ ପର୍ଯ୍ୟନ୍ତ କାମରେ ଲଗାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ସର୍ବପ୍ରଥମେ କୌଣସି ବି ଡାଏରୀ ପ୍ରଡକ୍ଟ ବା କ୍ଷୀର ଜାତୀୟ ପ୍ରଡକ୍ଟ ନେବା ସମୟରେ ତାହାର ତାରିଖକୁ ଦେଖି କିଣନ୍ତୁ। ଏମିତି ଉତ୍ପାଦ ଆଦୌ କିଣନ୍ତୁନି ଯେଉଁଥରେ ଡେଟ ଏକ୍ସପାୟାରୀ ହୋଇଯାଇଛି।

ଧ୍ୟାନ ରଖନ୍ତୁ ଡାଏରୀ ପ୍ରଡକ୍ଟସକୁ ସବୁବେଳେ ଫୁଲ ଟେମ୍ପରେଚରରେ ହିଁ ଷ୍ଟୋର କରି ରଖିବା ଉଚିତ। କ୍ଷୀର ଜାତୀୟ ପଦାର୍ଥକୁ ମଶ୍ଚର ହେବା ଠାରୁ ଦୂରେଇକି ରଖନ୍ତୁ। ଏହାଦ୍ୱାରା କ୍ଷୀର ଜାତୀୟ ପଦାର୍ଥ ଲମ୍ବା ସମୟ ଧରି ରହିପାରିବ।

କ୍ଷୀର ଗରମ ହେବା ପରେ ଫ୍ରିଜରେ ରଖିବା ସମୟରେ ଧ୍ୟାନରେ ରଖନ୍ତୁ ଯେ ରୁମ ଟେମ୍ପରେଚରରେ ରଖନ୍ତୁ। ଗରମ କ୍ଷୀରକୁ ଷ୍ଟୋର କରିବା ଦ୍ୱାରା ତାହା ଜଲଦି ଫାଟିଯାଇଥାଏ ଏବଂ ଏହାଦ୍ୱାରା ଫ୍ରିଜ ବି ଖରାପ ହୋଇପାରେ।

ପନୀର ଯଦି ନେଉଛନ୍ତି ତ ଚେଷ୍ଟା କରନ୍ତୁ ଖୋଲା ପନୀର ନିଅନ୍ତୁ। ଗରମ ଦିନରେ ପନୀରଏମିତି ବି ଖରାପ ହୋଇଯାଏ ତେଣୁ ତାହାର ଏକ୍ସପାୟାରୀ ଡେଟ ବିଷୟରେ ଜାଣିବା ଦରକାର।

ପନୀରର ଖଣ୍ଡକୁ ସାମାନ୍ୟ ଭାଜି ରଖିବା ଦ୍ୱାରା ଜଲଦି ଖରାପ ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.