ଜାଣନ୍ତୁ, କେଉଁ ଜିନିଷକୁ ଫ୍ରିଜ୍‌ରେ ରଖିବା କଥା ନୁହେଁ

ସାଧାରଣତଃ ଆମେ ତାଜା ଓ ବେଶୀ ଦିନ ରହିବା ପାଇଁ ଫ୍ରିଜରେ ପରିବା, ଫଳ ଓ ବିଭିନ୍ନ ଜିନିଷ ରଖିଦେଇଥାଉ । କିନ୍ତୁ କେଉଁ ଜିନିଷକୁ ଫ୍ରିଜରେ ରଖିବା କଥା ଓ କାହାକୁ ଫ୍ରିଜରେ ରଖିବା କଥା ନୁହେଁ ତାହା ଆମେ ଜାଣିନଥାଉ । ଫଳରେ ସେସବୁ ବେଶୀ ଦିନ ରହିବା ବଦଳରେ ଖରାପ ହୋଇଯାଇଥାଏ । ଏଥିସହ ଖାଦ୍ୟର ପୋଷକତତ୍ତ୍ୱ ମଧ୍ୟ ଖରାପ ହୋଇଯାଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ ଜିନିଷକୁ ଫି୍ରଜରେ ରଖିବା କଥା ନୁହେଁ ।

୧. ଟମାଟର : ଏହାକୁ ଫ୍ରିଜ୍‌ରେ ରଖିଲେ ତା’ର ବାସ୍ନା ନଷ୍ଟ ହେବା ସହ ରଂଗ ମଧ୍ୟ ଖରାପ ହୋଇଯାଇଥାଏ । ଫ୍ରିଜ୍‌ରେ ରଖିବା ଫଳରେ ଟମାଟରର ରସ କମିଯିବା ସହ ଟେଷ୍ଟ ମଧ୍ୟ କମିଯାଇଥାଏ । ତେଣୁ ଏହାକୁ ରୁମ୍‌ ଟେମ୍ପରଚରରେ ରଖାଯିବା ଉଚିତ୍‌ ।

tamato

୨. ବାଇଗଣ : ବାଇଗଣ ଉତ୍ତାପ ସମ୍ବେଦନଶୀଳ ହୋଇଥିବାରୁ ବେଶୀ ଦିନ ଫ୍ରିଜ୍‌ରେ ରହିଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ୫୦ ଡିଗ୍ରୀ ଫାରେନାଇଟ ତାପମାତ୍ରା ତଳେ ଏହାକୁ ରଖିଲେ ଏହାର ରଙ୍ଗ ଖରାପ ହେବା ସହ ଟେଷ୍ଟ ମଧ୍ୟ ଖରାପ ହୋଇଯାଇଥାଏ । ଟମାଟର ଭଳି ଏହାକୁ ମଧ୍ୟ ରୁମ୍‌ ଟେମ୍ପରଚରରେ ରଖିବା ଉଚିତ୍‌ ।

୩. ପିଆଜ : ଏହାକୁ ଫ୍ରିଜ୍‌ରେ ରଖିଲେ ଏହା ନରମ ଓ ଷଢ଼ିଯାଇଥାଏ । ବେଳେ ବେଳେ ଏଥିରୁ ଗଜା ମଧ୍ୟ ବାହାରି ଥାଏ । ଏହାକୁ ବାହାରେ ରଖିଲେ ଅଧିକ ଦିନ ଯାଏ ସତେଜ ରହିଥାଏ । ପିଆଜକୁ ବାୟୁ ଚଳପ୍ରଚଳ ଯାଗାରେ ରଖିବା ଉଚିତ୍‌ । ବିଶେଷକରି ପିଆଜକୁ ଜାଲି ବ୍ୟାଗରେ ରଖିବା ଉଚିତ୍‌ । ଖୋଲା ଯାଗାରେ ରହିଲେ ଏହା ମାସାଧିକ କାଳ ରହିଥାଏ ।

orange

୪. କମଳା ଲେମ୍ବୁ ଓ କଦଳୀ : କମଳା ଲେମ୍ବୁ ଭଳି ଖଟା ଫଳ କୁ ଫ୍ରିଜ୍‌ରେ ରଖିଲେ ଏହାର ରସ କମିଯାଇଥାଏ । ଏହାର ଚୋପା ଖରାପ ହେବା ସହ ଚୋପାରେ ଦାଗ ହୋଇଯାଇଥାଏ । ତେଣୁ ଏହାକୁ ଗରମ ପରିବେଶରେ ରଖିବା ଉଚିତ୍‌ । ସେହିପରି କଦଳୀକୁ ମଧ୍ୟ ଫ୍ରିଜରେ ରଖିଲେ ତାହା କଳା ପଡ଼ିଯିବା ସହ ଖରାପ ହୋଇଯାଇଥାଏ ।

୫. ଅମୃତଭଣ୍ଡା : ଏହାକୁ ମଧ୍ୟ ଫ୍ରିଜରେ ରଖିଲେ ଶୀଘ୍ର ଏହା ଖରାପ ହେବା ସହ ଏଥିରେ ଥିବା ରସ ଶୁଖିଯାଇଥାଏ । ଏହାକୁ ବରଂ ଗୋଟିଏ କଦଳୀ ସହ ପେପର ବ୍ୟାଗରେ ରଖିଲେ ଏହା ଶୀଘ୍ର ପାଚିଯାଇଥାଏ ।

potato

୬. ଆଳୁ ଓ କାକୁଡି : ଆଳୁକୁ ଶୁଖିଲା ଓ ଥଣ୍ଡା ଯାଗାରେ ରଖିବା ଉଚିତ୍‌ । ବ୍ୟବହାର କରିବା ପର୍ଯ୍ୟନ୍ତ ଏହାକୁ ନଧୋଇ ରଖିବା ଉଚିତ୍‌ । ଫ୍ରିଜରେ ରଖିଲେ ଏଥିରେ ଥିବା ଷ୍ଟ୍ରାଚ୍‌ ଅଂଶ ଖରାପ ହେବା ସହ ଏହାର ଚୋପା ମଧ୍ୟ କଳା ପଡ଼ିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.