ବିଗିଡିଯାଇଥିବା ସମ୍ପର୍କକୁ ସଠିକ୍‌ କରିବ ଏହି ଧ୍ୟାନ, ଆଜିଠାରୁ କରନ୍ତୁ ସହଜ ସମାଧି ଧ୍ୟାନ

ଆପଣମାନେ ତ ଅନେକ ପ୍ରକାର ଧ୍ୟାନ ବିଷୟରେ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଏହି ସହଜ ସମାଧି ଧ୍ୟାନ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଏହାର ନାମ ପରି ଏହା ମଧ୍ୟ ଅତି ସହଜ। ଏହି ଧ୍ୟାନ କ’ଣ, କରିବା ଦ୍ୱାରା କି ଲାଭ ମିଳେ, ଏହାକୁ କେମିତି କରିବେ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

2

କ’ଣ ଏହି ସହଜ ସମାଧି ଧ୍ୟାନ ?

ସହଜ ଶବ୍ଦର ଉତ୍ପତ୍ତି ସଂସ୍କୃତ ଭାଷାରୁ ଆରମ୍ଭ ହୋଇଛି। ଯାହାର ଅର୍ଥ ‘ପ୍ରାକୃତିକ’ ଯାହା ବିନା କୌଣସି ଚେଷ୍ଟାରେ କରାଯାଇପାରିବ। ସମାଧି ହେଉଛି ଆନନ୍ଦ ଏବଂ ଗଭୀର ଭାବେ କରାଯାଉଥିବା ଏକ ଧ୍ୟାନର ଅବସ୍ଥା। ଏହା ଏପରି ଏକ ପ୍ରକ୍ରିୟା, ଯେଉଁଥିରେ ଆମେ ସହଜରେ ଧ୍ୟାନ କରିପାରିବା। ଏହି ଧ୍ୟାନ କରିବା ଦ୍ୱାରା ବାସ୍ତବିକ ବିଶ୍ରାମର ଅନୁଭୂତି ହୋଇଥାଏ। ଏହି ଧ୍ୟାନ କରିବା ଦ୍ୱାରା ଶରୀରକୁ ତୁରନ୍ତ ଆରାମ ମିଳିବା ସହ ଚିନ୍ତା ଦୂର ହୋଇଥାଏ। ମନକୁ ଶାନ୍ତି ମିଳିଥାଏ।

7

କିପରି କରିବେ ଏହି ଧ୍ୟାନ :

ସହଜ ସମାଧି ଧ୍ୟାନ ଏକ ମନ୍ତ୍ର ଧ୍ୟାନ। ଏଥିରେ ଏକ ସରଳ ଧ୍ୱନି ମନ୍ତ୍ର ଶିଖାଯାଏ, ଯାହା ଆପଣ ମନରେ ଉଚ୍ଚାରଣ କରି ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିପାରିବେ। ଏହାକୁ ଆପଣ କରିବା ପାଇଁ ସାଧାରଣ ଚକାମାଡି ବସିବା ସହ ମନରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦରକାର। ଯେତେବେଳେ ଆମ ମନ ଏବଂ ପ୍ରାଣ ବିଶ୍ରାମ କରିବା ସ୍ଥିତିରେ ରହିବ, ତା’ରେ ଏହି ଧ୍ୟାନର ଲାଭ ମିଳିବ। ଏହାକୁ କରିବା ଦ୍ୱାରା ମନ ପ୍ରଫୁଲ୍ଲିତ ରହେ। ଯାହାଦ୍ୱାରା ମାନସିକ ବିକାଶ ବୃଦ୍ଧି ହୋଇଥାଏ।

କ’ଣ ରହିଛି ଏହାର ଲାଭ :

ସହଜ ସମାଧି ଧ୍ୟାନ କରିବା ଫଳରେ ଆପଣ କୌଣସି ବି କଥାକୁ ନେଇ ସ୍ପଷ୍ଟ ବିଚାରବାଦୀ ହୋଇପାରନ୍ତି। ଶରୀରରେ ଉର୍ଜା ବଢିବାକୁ ଲାଗିଥାଏ। ମନ ଶାନ୍ତି ରହିବା ଯୋଗୁଁ ଆପଣଙ୍କ ସମ୍ପର୍କରେ ମଧ୍ୟ କୌଣସି କଳହ ଆସିନଥାଏ। ମନକୁ ଗଭୀର ଶାନ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.