Below header

ସଚ୍ଚା ପ୍ରେମ ଖୋଜୁଛନ୍ତି ଏହି ଯୁବତୀ, ବୟଫ୍ରେଣ୍ଡ ହେଲେ ମିଳିବ ୬୦ ଲକ୍ଷ ଟଙ୍କା!

ବ୍ରିଟେନ୍‌ରେ ରହୁଥିବା ଜଣେ ଯୁବତୀ ମାତ୍ର ୧୭ ବର୍ଷ ବୟସରେ ଲଟେରୀ ଜରିଆରେ ଜିତିଯାଇଥିଲେ କୋଟିଏ ଟଙ୍କା। ଆଉ ଏବେ ସେ ପୂରାପୂରି ହତାଶ ହୋଇପଡ଼ିଛନ୍ତି, ଯାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କୁ ଏବେ ୨୩ ବର୍ଷ। କିନ୍ତୁ ଆଜି ପଯ୍ୟର୍ନ୍ତ ତାଙ୍କୁ ସଚ୍ଚା ପ୍ରେମ ମିଳିନାହିଁ, ଯେଉଁଥିପାଇଁ ସେ ଅନେକ ସମୟରେ ଚିନ୍ତିତ ରହୁଛନ୍ତି।

girl2

ଏବେ ଯୁବତୀ ଜଣକ ନିଜ ପ୍ରେମକୁ ଖୋଜିବା ପାଇଁ ଏକ ନିଆରା ଉପାୟ ବାହାର କରିଛନ୍ତି। ଜେନ୍ ପାର୍କ ନାମ୍ନୀ ଏହି ଯୁବତୀ ୧୭ ବର୍ଷ ବୟସରେ କୋଟିପତି ବନିଯାଇଥିଲେ। ଲଟେରୀ ଲାଗିବା ପରେ ସେ ସେହି ପଇସାରେ ବହୁତ ଅଏସ୍ ଆରାମ କରିଥିଲେ। ଏହାସତ୍ତ୍ୱେ ତାଙ୍କୁ ପ୍ରେମରେ ଅନେକ ବାର ଧୋକା ମିଳିଥିଲା। ଏବେ ଜେନ୍ କେବଳ ପ୍ରକୃତ ଭଲ ପାଇବା ଖୋଜି ବୁଲୁଛନ୍ତି।

girl3

ଏହାସହ ପଢ଼ନ୍ତୁ: ଛୋଟ ଛୁଆ ଭାବି ଯାହାଙ୍କୁ କୋଳେଇ ନେଇଥିଲେ ଏହି ମହିଳା, ସେ ବାହାରିଲେ ୪୬ ବର୍ଷର ବିବାହିତ ପୁରୁଷ!

ଏକୁଟିଆପଣ ଦୂର କରିବା ପାଇଁ ଜେନ୍ ଏକ ୱେବ୍‌ସାଇଟ୍ ଲଞ୍ଚ କରିଛନ୍ତି। ଏହା ମାଧ୍ୟମରେ ସେ ନିଜ ପାଇଁ ପରଫେକ୍ଟ ମ୍ୟାଚ୍‌ର ଖୋଜ୍ କରୁଛନ୍ତି। ତାଙ୍କ କହିବା ହେଲା, ଯଦି ତାଙ୍କୁ ତାଙ୍କ ପ୍ରକୃତ ଭଲ ପାଇବା ମିଳିଯିବ, ତା’ହେଲେ ସେ ଉକ୍ତ ଯୁବକଙ୍କୁ ଗୋଟିଏ ବର୍ଷ ପାଇଁ ୬୦ ହଜାର ପାଉଣ୍ଡ ଅର୍ଥାତ୍ ୬୦ ଲକ୍ଷ ଟଙ୍କା ଦେବେ। ତେବେ ଏ ବିଷୟରେ ଜେନ୍ ୱେବ୍‌ସାଇଟ୍ ମାଧ୍ୟମରେ ଜଣାଇବା ପରେ ଅନେକ ଯୁବକ ଆବେଦନ କରିବାରେ ଲାଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.