Below header

ବିବାହ ପାଇଁ ଅତିଥି ଦେଖିବାକୁ ଆସିଛନ୍ତି କି ? ତେବେ ଉତ୍ତର ଦିଗକୁ ମୁହଁ କରି ବସନ୍ତୁ, ପ୍ରସ୍ତାବ ଠିକ୍ ହୋଇଯିବ

ଏବେ ବିବାହ ଋତୁ ଆରମ୍ଭ ହୋଇଗଲାଣି। ବିବାହ ପାଇଁ ବାପା ମା’ ଅନେକ ପ୍ରସ୍ତାବ ମଧ୍ୟ ଦେଖୁଛନ୍ତି। ତେଣୁ ଜଣେ ସଠିକ୍ ଜୀବନସାଥୀ ସମସ୍ତଙ୍କ ଜୀବନରେ ନିତାନ୍ତ ଆବଶ୍ଯକ। ଆଉ ଯଦି ପ୍ରସ୍ତାବିତ ବିବାହରେ ନିଜ ମନ ପସନ୍ଦର ପୁଅ କିମ୍ବା ଝିଅଟିଏ ମିଳିଯାଏ ତେବେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ । ମାତ୍ର ଏଭଳି କେତେକ କାରଣ ଥାଏ ଯେତେବେଳେ ଆପଣଙ୍କ ପସନ୍ଦ ଠିକ୍ ହୋଇନଥାଏ । ଏହାର ଏକ କାରଣ ବାସ୍ତୁ ଦୋଷ । ଯଦି ଏହି ବାସ୍ତୁ ଦୋଷର ସମାଧାନ କରାଯାଏ ତେବେ ସବୁକିଛି ଠିକ୍ ଠାକ୍ ଚାଲିଥାଏ । ଏଭଳି କେତେକ ଜିନିଷ ଅଛି ଯାହା ବାସ୍ତୁ ଦୋଷ କରାଇଥାଏ ।

ଯଦି କୌଣସି ରାସ୍ତା ଆପଣଙ୍କ ଘର ସମ୍ମୁଖରେ ସିଧା ଯାଇଥାଏ ଅଥବା ଘର ପାଖରେ ଆସି ରହିଥାଏ ତେବେ ତାହାକୁ ଅଶୁଭ ଧରାଯାଇଥାଏ । ଏଭଳି ସ୍ଥିତି ଅଶୁଭ ବୋଲି ଧରାଯାଇଥାଏ ।

ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ ।
ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ ରୁମ୍ ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ଏହା ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।

life
photo credit: beliefnet

ଯଦି ପ୍ରେମ ବିବାହ ହେଉଥାଏ ଆଉ ଖରାପ ସ୍ବପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।

ଘରର ମୁଖ୍ୟ ଦ୍ବାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ବାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।
ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍ ।

ଯଦି ଘରର ମୁଖ୍ୟ ଦ୍ବାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ, ଖୋଲାଯାଇଥିବା ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜାଇପାରେ । କାରଣ ଏ ସବୁ ନକାରାତ୍ମକ ଧରାଯାଇଥାଏ । ଏଥିପାଇଁ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.