ଆଉ ମିଳିନପାରେ ଏଲପିଜି ସିଲିଣ୍ଡର ସବସିଡି ଟଙ୍କା, ଏବେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଗରିବ ପରିବାରର ପକେଟ ଉପରେ ହେଉଥିବା ମହଙ୍ଗା ମାଡକୁ ହାଲକା କରିବା ପାଇଁ ସରକାରଙ୍କ ପକ୍ଷରୁ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପରେ ସବସିଡି ଦେଆଯାଉଛି। କିନ୍ତୁ ବହୁତ ଜଲଦି ଏହା ବ୍ୟବସ୍ଥା ଶେଷ ହେବାକୁ ଯାଉଛି। ରାଜ କୋଷ ଉପରେ ପଡୁଥିବା ଅତିରିକ୍ତ ଭାରକୁ କମ୍‌ କରିବା ପାଇଁ ସରକାର ଏହି ନିଷ୍ପତ୍ତି ବନାଇଛନ୍ତି।

ନିକଟରେ ଉପସ୍ଥାପନ ହୋଇଥିବା ବଜେଟ ୨୦୨୧-୨୨ରେ ଅର୍ଥମନ୍ତ୍ରୀ ପିଏମ ଉଜ୍ଜ୍ୱଳା ଯୋଜନାରେ ଏକ କୋଟି ନୂଆ ଉପଭୋକ୍ତାଙ୍କୁ ଯୋଡିବା ପାଇଁ କହିଥିଲେ। ଏହାଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ବୋଝ ବଢ଼ିଯିବ। ଏହାକୁ କମ୍‌ କରିବା ପାଇଁ ଏଲପିଜି ସିଲିଣ୍ଡରର ଦାମକୁ ବୃଦ୍ଧି କରାଯାଇପାରେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାର ସବସିଡିକୁ ଶେଷ କରିବାକୁ ଯାଉଛନ୍ତି। ଏହି କାରଣରୁ କିରୋସିନ ଏବଂ ଏଲପିଜି ଦାମରେ ଲଗାତର ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି। ଗତ ବର୍ଷ ମଧ୍ୟ ଏଲପିଜି ଦାମ ବୃଦ୍ଧି କରାଯାଇଥିଲା। ଏହି କାରଣରୁ ସିଲିଣ୍ଡର ନେଉଥିବା ଗ୍ରାହକଙ୍କୁ ସବସିଡିରୁ ଅଧିକ ଲାଭ ମିଳୁନଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କ୍ଷୁଦ୍ର ଇନ୍ଧନ ବିକ୍ରେତା, ଏଲପିଜି ସିଲିଣ୍ଡର୍ସ ଦାମକୁ ରିଭାଇଜ୍‌ କରୁଛନ୍ତି। ସେହିପରି କିରୋସିନକୁ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଜରିଆରେ ବିକ୍ରି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.