Below header

ଓଜନ କମାଇବାକୁ ସପ୍ତାହରେ ଥରୁଟିଏ ହେଲେ ବି ଖାଆନ୍ତୁ ଖେଚୁଡ଼ି, ଜାଣନ୍ତୁ ଏହାର ଫାଇଦା

ଦେହ ଖରାପ ହେଲେ ପ୍ରାୟତଃ ଡାକ୍ତରମାନେ ଖେଚୁଡ଼ି ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ହାଲ୍‌କା ହୋଇଥିବାରୁ ସହଜରେ ହଜମ ହୋଇଯାଏ। ଖେଚୁଡ଼ିରେ ବିଭିନ୍ନ ପ୍ରକାରର ଡାଲି ଓ ଚାଉଳ ବ୍ୟବହାର କରାଯାଏ। ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମଧ୍ୟ ମିଳେ। ଭାତରୁ କାର୍ବୋହାଇଡ୍ରେଟ୍ସ ମିଳୁଥିବା ବେଳେ ଡାଲିରୁ ପ୍ରୋଟିନ୍‌ ମିଳେ। ଏଥିରେ ପନିପରିବା ପକାଇଲେ ଅନ୍ୟ ଭିଟାମିନ୍‌ ଓ ମିନେରାଲ୍ସ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଖେଚୁଡ଼ି ଖାଇବାର ଫାଇବା ସମ୍ପର୍କରେ..

  • ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ଖେଚୁଡ଼ି ସାହାଯ୍ୟ କରେ। ଏହା ସହଜରେ ହଜମ ହୋଇଯାଉଥିବାରୁ ପେଟ ଖରାପ ଥିଲେ ଏହାକୁ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
  • ଗର୍ଭାବସ୍ଥାରେ ମହିଳାଙ୍କ ଠାରେ ପ୍ରାୟତଃ କୋଷ୍ଠକାଠିନ୍ୟ ଓ ବଦହଜମି ସମସ୍ୟା ଦେଖାଯାଏ। ଏଣୁ ଏହି ସମୟରେ ଖେଚୁଡ଼ି ଖାଇବା ଲାଭଦାୟକ ହୋଇଥାଏ।
  • ଖେଚୁଡ଼ି ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳେ। ଫଳରେ କଫ, ଜ୍ୱର, ଦୁର୍ବଳତା ଆଦିରୁ ମୁକ୍ତି ମିଳେ।
  • ଓଜନ କମ୍‌ କରିବାରେ ମଧ୍ୟ ଖେଚୁଡ଼ି ସାହାଯ୍ୟ କରେ। ପତଳା ହେବାକୁ ଆପଣ ଏହାକୁ ଡିନରରେ ବି ଖାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.