କେଶ ପାଚି ଝୋଟ ହୋଇଗଲାଣି…ଅଥଚ ଉପାୟ ଖୋଜି ପାଉନାହାନ୍ତି; ତ ନିଶ୍ଚୟ ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ଆଜିକାଲି କେଶ ପାଚିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ୨୦ରୁ ୨୫ ବର୍ଷ ବୟସ୍କଙ୍କ ମଧ୍ୟରେ ଏହି ସମସ୍ୟା ବେଶି ମାତ୍ରାରେ ଦେଖାଯାଉଛି। ଏପରି କି, ଛୋଟ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ତେବେ ଏଥିପାଇଁ କେବଳ ଜେନେଟିକ୍‌ କାରଣଗୁଡ଼ିକୁ ଦାୟୀ କରାଯାଇ ପାରିବ ନାହିଁ, ଅନେକ ବାର ବଦଳୁଥିବା ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ମଧ୍ୟ କେଶ ଧଳା ହେବାର କାରଣ ପାଲଟିଥାଏ। ଏମିତି ସ୍ଥିତିରେ ଆପଣ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ଘରୋଇ ଉପାୟ ଆପଣାଇ ପାରିବେ।

ଅଁଳା ପାଉଡର: ଏକ କପ୍‌ ଅଁଳା ପାଉଡରକୁ ଲୁହା ପାତ୍ରରେ ସେ ପର୍ଯ୍ୟନ୍ତ ଗରମ କରନ୍ତୁ, ଯେ ପର୍ଯ୍ୟନ୍ତ ଏହା ପାଉଁଶ ଭଳି ନ ହୋଇଛି। ଏବେ ସେଥିରେ ୫୦୦ ଏମ୍‌ଏଲ୍‌ ନଡ଼ିଆ ତେଲ ପକାଇ ଧିମା ଆଞ୍ଚରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ବର୍ତ୍ତମାନ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ୨୪ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ କରିଥିବା ତେଲକୁ ଏୟାର ଟାଇଟ୍‌ ବୋତଲରେ ଭର୍ତ୍ତି କରନ୍ତୁ ଏବଂ ସପ୍ତାହରେ ଦୁଇଥର ଏହାକୁ କେଶରେ ମାଲିସ୍‌ କରନ୍ତୁ।

ଭୃସଙ୍ଗ ପତ୍ର: କିଛି ଭୃସଙ୍ଗ ପତ୍ର ନିଅନ୍ତୁ ଏବଂ ସେଥିରେ ୨ ଚାମଚ ଅଁଳା ପାଉଡର ଓ ୨ ଚାମଚ ବ୍ରାହ୍ମୀ ପାଉଡର ମିଶାଇ ଭଲ ଭାବରେ ପେସି ନିଅନ୍ତୁ। ଏହି ହେୟାର ମାସ୍କକୁ କେଶ ମୂଳ ପର୍ଯ୍ୟନ୍ତ ଲଗାନ୍ତୁ। ଏବେ ୧ ଘଣ୍ଟା ଛାଡ଼ି ଦିଅନ୍ତୁ ଏବଂ ପୁଣି ହର୍ବାଲ ସାମ୍ପୁରେ କେଶ ଧୋଇ ନିଅନ୍ତୁ।

ବ୍ଲାକ ଟି: ବ୍ଲାକ୍‌ ଟି ଜରିଆରେ ମଧ୍ୟ ଆପଣ ଧଳା କେଶକୁ କଳା କରି ପାରିବେ। ଯେତେବେଳେ ଆପଣ କେଶରେ ସାମ୍ପୁ ଲଗାଇବେ, ସେଥିରେ ୨୦୦ ଏମ୍‌ଏଲ୍‌ ବ୍ଲାକ୍‌ ଟି ବି ମିଶାଇ ନେବେ।

ନଡ଼ିଆ ତେଲ ଓ ଲେମ୍ବୁ: ନଡ଼ିଆ ତେଲ ଓ ଲେମ୍ବୁ ରସକୁ ଯଦି ଏକାଠି ମିକ୍ସ କରି ନିଆଯାଏ, ତ ଏହା ଧଳା କେଶକୁ କଳା କରିବାରେ ବିଶେଷ ସହାୟକ ହୋଇ ପାରିବ। କାରଣ, ଏଥିରେ କେମିକାଲ ରିଆକ୍ସନ ହୋଇଥାଏ, ଯଦ୍ଦ୍ଵାରା କେଶ ପ୍ରାକୃତିକ ଉପାୟରେ କଳା ହୋଇଥାଏ।

ହିନା ଓ ନୀଳ: ପୁରୁଣା କାଳରୁ ହୀନା ଓ ନୀଳର ମିଶ୍ରଣ ପ୍ରାକୃତିକ ରଙ୍ଗ ରୂପରେ ବ୍ୟବହାର ହୋଇ ଆସୁଛି। ଯଦି ଆମେ ଏହି ଦୁଇଟି ଜିନିଷକୁ ମିକ୍ସ କରିନେବା, ତ ଏହାଦ୍ୱାରା ବ୍ଲୁଇଶ୍‌-ବ୍ଲାକ୍‌ ରଙ୍ଗ ପ୍ରସ୍ତୁତ ହୋଇଯିବ, ଯାହାକି କେଶକୁ କଳା କରିବାରେ ସାହାଯ୍ୟ କରି ପାରିବ। କହି ରଖୁଛୁ, ଏହି ସବୁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.