ହିମୋଗ୍ଲୋବିନ୍ କମ୍ ପାଇଁ ଶରୀରରେ ଆଇରନ ମଧ୍ୟ କମ୍ ହୋଇଥାଏ, ଖାଆନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀର ପାଇଁ ସବୁ ପ୍ରକାର ଭିଟାମିନ ଓ ପ୍ରୋଟିନ ଏବଂ ଆଇରନ୍ ଆବଶ୍ୟକ। ଯଦି ଏହି ସବୁ ଉତ୍ପାଦନ ଶରୀରରେ କମ୍ ଥାଏ ତେବେ ଅନେକ ରୋଗ ଦେଖାଯିବ। ଅନେକ ସମୟରେ ସବୁଠୁ ଆବଶ୍ୟକ ଜିନିଷ ହେଉଛି ହିମୋଗ୍ଲୋବିନ୍ । ହିମୋଗ୍ଲୋବିନର ମାତ୍ରା ଶରୀରରେ କମ୍ ଥିଲେ ଏହା ଆଇରନ ମଧ୍ୟ କମ୍ କରିଥାଏ । ଯାହା ଦ୍ଵାରା ମୁଣ୍ଡବୁଲାଇବା, ଥକା ଲାଗିବା, ରକ୍ତ ହୀନତା ପରି ରୋଗ ସୃଷ୍ଟି କରିଥାଏ। ହିମୋଗ୍ଲୋବିନର ମାତ୍ରା ଶରୀରରେ ଅଧିକ କରିବା ପାଇଁ ଆପଣଙ୍କୁ ଏମିତି କିଛି ଖାଦ୍ୟ ଖାଇବାକୁ ପଡିବ ଯାହା ଶରୀରରେ ଆଇରନର ମାତ୍ରା ନିୟନ୍ତ୍ରଣ କରିବ।

ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ:

ଡାଳିମ୍ବ ରସ:

POMEGRANATE juice
Picture Credit – wiki

ଡାଳିମ୍ବ ଖାଇବା ଦ୍ବାରା ବା ଏହାର ରସ ପିଇବା ଦ୍ଵାରା ରକ୍ତହୀନତା ଭଳି ରୋଗରୁ ଆପଣ ମୁକ୍ତି ପାଇବେ। ଏହା ଶରୀରରେ ଆଇରନ ଅଭାବକୁ ପୁରା କରିଥାଏ। ତେଣୁ ଆପଣଙ୍କ ପାଖରେ ଯଦି ହିମୋଗ୍ଲୋବିନର ଅଭାବ ଅଛି ତେବେ ଆପଣ ଏହାକୁ ସବୁଦିନେ ଖାଇବା ଉଚିତ୍।

ବିଟ୍ ଜୁସ:

bit juice
Picture Credit – India.com

ଏହା ହିମୋଗ୍ଲୋବିନ କମ୍ ଥିବା ଲୋକଙ୍କ ପାଇଁ ଏକ ଭଲ ଓ ଉପଯୁକ୍ତ ଖାଦ୍ୟ। ଆପଣ ବିଟକୁ ଯୁସ କରି ପିଇ ପାରିବେ ଓ ଏହାକୁ ସିଝାଇ ମଧ୍ୟ ଖାଇପରିବେ।
ଏହାକୁ ନିୟମିତ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ ।
 ପିଜୁଳି :

guava
Picture Credit – wiki

ହୁଏତ କେହି ଜାଣିନଥିବେ ପିଜୁଳି ଖାଇବା ଦ୍ୱାରା ମଧ୍ୟ ଶରୀରରେ ରକ୍ତ ହିନତା ଦୂର ହୋଇଥାଏ। ଏଥିରେ ଆଇରନ ଏବଂ ଭିଟାମିନ୍ ସି ଭରପୁର ପରିମାଣରେ ରହିଥାଏ। ତେବେ ପାଚିଲା ପିଜୁଳି ଆପଣ ଖାଇପରିବେ।
ତୁଳସୀ ପତ୍ର:

Tulsi
Picture Credit – krushi jagaran

ନିୟମିତ ଭାବେ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ପରିମାଣ ବଢିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

ପାଳଙ୍ଗ ଶାଗ:

Spinach
Picture Credit – wiki

ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଆଇରନ ରହିଛି। ଯଦି ଆପଣଙ୍କ ପାଖରେ ହିମୋଗ୍ଲୋବିନର ଅଭାବ ଥାଏ, ତେବେ ଆପଣଙ୍କୁ ନିଜ ଖାଦ୍ୟରେ ପାଳଙ୍ଗ ଶାଗ ଅନ୍ତର୍ଭୁକ୍ତ କରିବା ଜରୁରୀ। ପାଳଙ୍ଗରେ କ୍ୟାଲସିୟମ୍, ସୋଡିୟମ୍, ମିନେରାଲ୍ ଲବଣ, କ୍ଲୋରାଇନ୍, ଫସଫରସ୍ ଏବଂ ପ୍ରୋଟିନ୍ ପରି ଉପାଦାନ ରହିଛି। ଏହା ଶରୀରକୁ ଅଧିକ ମାତ୍ରାରେ ଶକ୍ତି ଯୋଗାଇଥାଏ।

ଅଣ୍ଡା:

egg
Picture Credit – very well health

ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ, ଆଇରନ୍ ଏବଂ କ୍ୟାଲସିୟମ୍ ମିଳିଥାଏ । କିନ୍ତୁ ଆପଣ ଦେଶୀ ଅଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ। ଯଦି ନରମାଲ୍ ଅଣ୍ଡା ଖାଉଛନ୍ତି ତେବେ ଏହାର ଧଳା ଅଂଶ ଖାଆନ୍ତୁ । ଏଥିରେ ଭିଟାମିନ୍ ଡି ମଧ୍ୟ ଥାଏ । ପୁଣି ଅଣ୍ଡାରେ ଭରପୁର ପରିମାଣରେ ଲୌହ ସାର ବା ଆଇରନ ରହିଛି। ତେଣୁ ଆପଣ ଏହାକୁ ମଧ୍ୟ ଖାଇପରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.