ଏହି ସହଜ ଅଭ୍ୟାସ ଦ୍ୱାରା କମିଯିବ ହୃଦଘାତ ସମସ୍ୟା, ନିୟମିତ ପାଳନ କରନ୍ତୁ

ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । ଏହି ସମୟରେ ଆମେ ସତର୍କ ହୋଇଯାଉ କିନ୍ତୁ ସମୟ ବହୁତ ବିଳମ୍ବ ହୋଇଯାଇଥାଏ ।
ହୃଦୟକୁ ପ୍ରଭାବିତ କରୁଥିବା ଯେକୌଣସି ଅବସ୍ଥା ହୃଦରୋଗର କାରଣ ହୋଇପାରେ । ହୃଦରୋଗ ଅନେକ ପ୍ରକାରର ଅଛି । ଏହା ହାର୍ଟ ଓ ବ୍ଲଡ ବାଲାନ୍ସକୁ ଅନେକ ଉପାୟରେ ପ୍ରଭାବିତ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଅନୁଯାୟୀ, ଆମେରିକାରେ ପ୍ରତି ୪ରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ । ରିପୋର୍ଟ ଅନୁଯାୟୀ, ହୃଦରୋଗକୁ ରୋକିବା ପାଇଁ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ମଦ୍ୟପାନ କମ୍ କରି ସୁସ୍ଥ ଜୀବନଶୈଳୀ ଅନୁସରଣ କରାଯିବା ଆବଶ୍ୟକ ।
ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଆମର ଏହା ଉପରେ ଧ୍ୟାନ ପଡ଼ିଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହୃଦରୋଗ ସମ୍ୱନ୍ଧୀୟ ବିପଦରୁ ରକ୍ଷା ପାଇବା ପାଇଁ ସୁସ୍ଥ ଖାଦ୍ୟ ଅନୁସରଣ କରିବା, ନିୟମିତ ବ୍ୟାୟାମ କରିବା, ଭଲ ନିଦ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କ ଦ୍ୱାରା ଅନୁମୋଦିତ ସେହି ଉପାୟ, ଯାହା ଆପଣଙ୍କୁ ହୃଦଘାତରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇପାରିବ।
-ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୪୦ ମିନିଟ୍ ବ୍ୟାୟାମ କରିବା ଉଚିତ୍ । ସପ୍ତାହରେ ୫ ଥର ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ହୃଦ୍ରୋଗର ବିପଦ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଓଜନ ହ୍ରାସ, ରକ୍ତରେ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରର ଉନ୍ନତି ପାଇଁ ଏହା ମଧ୍ୟ ଏକ ଭଲ ଉପାୟ ।
-ଖୁସି ହେବା ହୃଦଘାତର ଆଶଙ୍କା କମାଇବା ପାଇଁ ସବୁଠୁ ବଢ଼ିଆ ଉପାୟ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହସିବା ଅତ୍ୟନ୍ତ ଜରୁରୀ । ହସିବା ଦ୍ୱାରା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ ମୁକ୍ତ କରିଥାଏ ଯାହାକି ଆପଣଙ୍କ ରକ୍ତଚାପକୁ ହ୍ରାସ କରିବାରେ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
-ଡାକ୍ତରମାନେ ମଧ୍ୟ ବିଶ୍ରାମ ନେବା ଉପରେ ଜୋର ଦିଅନ୍ତି । ଭଲ ନିଦ ଆସିବା ଦ୍ୱାରା ମାନସିକ ଓ ହୃଦୟ ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ । ପ୍ରତ୍ୟେକ ବ୍ୟକ୍ତି ୭-୮ ଘଣ୍ଟା ଶୋଇବା ଉଚିତ୍ ।
– ଖାଦ୍ୟରେ ତେଲର ବ୍ୟବହାର ହ୍ରାସ କରିବା ଉଚିତ୍ । ବୟସ୍କମାନଙ୍କୁ ପ୍ରତି ମାସରେ ଅଧା ଲିଟର ଅଲିଭ୍, କାନୋଲା ଏବଂ ଫ୍ଲାକ୍ସସିଡ୍ ପରି ସାଚୁରେଟେଡ ଫ୍ୟାଟରେ ଭରପୂର ତେଲ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତାଙ୍କ କହିବାନୁସାରେ, ଏହା ବ୍ୟତୀତ ବୟସ୍କମାନେ ନିୟମିତ ଭାବେ ଶାଗ୍, ବାଦାମ, ପ୍ରୋଟିନ୍ ଖାଇବା ଉଚିତ୍ ।

-WHO ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଧୂମପାନ ଓ ମଦ୍ୟପାନ ଯୋଗୁଁ ଅଧିକାଂଶ ହୃଦ୍ରୋଗର ମାମଲା ବୃଦ୍ଧି ପାଉଛି । ତେଣୁ ଏହାକୁ ସେବନ କରୁନଥିବା ବ୍ୟକ୍ତିଙ୍କ ତୁଳନା ଏହାର ସେବନ କରୁଥିବା ବ୍ୟକ୍ତିଙ୍କ ହଠାତ୍ ହୃଦ୍ଘାତର ଆଶଙ୍କା ୫୦ ପ୍ରତିଶତ ବଢ଼ାଇଥାଏ । କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଅନ୍ୟ ରୋଗର ଆଶଙ୍କା ବଢ଼ାଇବା ପାଇଁ ଏହି ଖରାପ ଅଭ୍ୟାସ ମଧ୍ୟ ଦାୟୀ ।