ପିତାମାତାଙ୍କ ଜେନେଟିକ୍ ଯୋଗୁ ବଢିଥାଏ ପିଲାଙ୍କ ଓଜନ, ରିସର୍ଚ୍ଚରେ ସାମ୍ନାକୁ ଆସିଲା ଏଭଳି ତଥ୍ୟ

ମୋଟାପଣର ସମସ୍ୟା ଲାଇଫ୍‌ଷ୍ଟାଇଲ୍‌ ଏବଂ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯାହା ସମୟ ସହିତ ଅଧିକ ଗମ୍ଭୀର ହେବାକୁ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ସହ ଜଡିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି ।

ଆଜିକାଲି ସବୁଠାରୁ ବଡ଼ ସମସ୍ୟା ହେଉଛି ହଠାତ୍‌ ଓଜନ ବଢିଯିବା । ବାସ୍ତବରେ ଏହା ଲାଇଫ୍‌ଷ୍ଟାଇଲ୍‌ ଏବଂ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯାହା ସମୟ ସହିତ ଅଧିକ ଗମ୍ଭୀର ହେବାକୁ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ସହ ଜଡିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପିଲାମାନଙ୍କ ଓଜନ ବୃଦ୍ଧି ସେମାନଙ୍କ ପିତାମାତାଙ୍କ ସହିତ ମଧ୍ୟ ଜଡିତ ହୋଇପାରେ । କିଛି ରିସର୍ଚ୍ଚ ଅନୁଯାୟୀ, ଯଦି ପିତାମାତା ସେମାନଙ୍କ ମିଡିଲ୍‌ ଏଜ୍‌ରେ ମୋଟା ହୋଇଥାନ୍ତି ତେବେ ସେମାନଙ୍କ ପିଲାଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳେ । ଏହି ସମସ୍ୟା ପିଲାମାନଙ୍କଠାରେ ୬ ଗୁଣ ଅଧିକ ହୋଇପାରେ । ଏହା ବ୍ୟତୀତ ଏହି ଅନୁସନ୍ଧାନରୁ ମଧ୍ୟ ଏହି ବିଷୟରେ ବହୁତ କିଛି କଥା ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଏନେଇ କିଛି ବିଶେଷ କଥା ଜାଣିବା ।

ନରୱେ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନରେ କରିଛନ୍ତି ଯେ ପିଲାମାନଙ୍କଠାରେ ମୋଟାପଣ ବିଷୟରେ ଏକ ବଡ଼ ଖୁଲାସା କରିଛି । ଏହି ଅନୁସନ୍ଧାନ ଅନୁଯାୟୀ, ମୋଟାପଣ ସହିତ ଲଢିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନ ସାରା ଅସୁବିଧାରେ ପକାଇଥାଏ କିନ୍ତୁ, ଏହା ପିଲାଦିନରୁ ଆରମ୍ଭ ହୋଇପାରେ ଏବଂ ଏହା ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ହୋଇପାରେ । ବାସ୍ତବରେ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନଙ୍କର ପିତାମାତାଙ୍କ ମଧ୍ୟରେ ମିଡିଲ୍‌ ଏଜ୍‌ ମୋଟାପଣ ସମସ୍ୟା ଥାଏ,ସେମାନଙ୍କ ପିଲାମାନଙ୍କ ମଧ୍ୟରେ ମଡିଲ୍‌ ଏଜ୍‌ ମୋଟାପଣ ହୋଇପାରେ । ତେବେ ଏହି ପରି ଭାବେ ସେମାନଙ୍କ ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟା ଟ୍ରାନ୍ସଫର ହୋଇପାରେ । ଯାହାଫଳରେ ପିଲାମାନଙ୍କର ମୋଟା ହେବାର ଆଶଙ୍କା ୬ ଗୁଣ ଅଧିକ ବଢିଯାଏ ।

ପିଲାମାନଙ୍କ ମଧ୍ୟରେ ମେଦବହୁଳତା, ଯେତେବେଳେ ଜେନେଟିକ୍ ଫ୍ୟାକ୍ଟର୍ ଦ୍ୱାରା ସୃଷ୍ଟି ହୁଏ, ସେତେବେଳେ କ୍ରୋମୋଜୋମାଲ୍ ମେଦବହୁଳତା ଭାବରେ ବିଭାଜିତ ହୋଇଥାଏ । ଯେପରିକି ପ୍ରେଡର-ୱିଲି ସିଣ୍ଡ୍ରୋମ, WAGR ସିଣ୍ଡ୍ରୋମ, ସିମ ୧ ସିଣ୍ଡ୍ରୋମ ଏବଂ ପ୍ଲିଓଟ୍ରୋପିକ ସିଣ୍ଡ୍ରୋମ । ଏହା ସବୁ ପିତାମାତାଙ୍କ ଜିନ୍ ସହିତ ଜଡିତ ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କ ପିଲା ପିଲାଦିନେ ବହୁତ ଶୀଘ୍ର ମେଦବହୁଳତାର ଶିକାର ହୋଇପାରନ୍ତି । ତେଣୁ ଏଥିପାଇଁ ସତର୍କ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ତେବେ ପିଲାମାନଙ୍କଠାରେ ମେଦବହୁଳତାକୁ ରୋକିବା ପାଇଁ, ଆପଣ ପ୍ରଥମେ ସେମାନଙ୍କର ଫିଜିକାଲ ଏକ୍ସର ସାଇଜ୍‌ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯାହାଦ୍ୱାରା ସେମାନଙ୍କର ମେଟାବୋଲିଜିମ୍ ବଢାଇବ ଯାହା ଦ୍ୱାରା ସେମାନେ ଯାହା ଖାଇବେ ତାହା ହଜମ ହୋଇଯାଏ ଏବଂ ସେମାନେ ଓଜନ ବଢିବ ନାହିଁ । ପିଲାମାନଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଦେବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଯେପରି ଫାଷ୍ଟଫୁଡରେ ପିଜା ଓ ବରଗଡ ଭଳି ଜିନିଷ ଠାରୁ ଦୂରେଇ ରହିବା ଉଚିତ । ତେବେ ପ୍ରତିଦିନ ୨ ଘଣ୍ଟା ପାଇଁ ଘର ବାହାରେ କିଛି ଖେଳ ଖେଳିବାକୁ ସେମାନଙ୍କୁ ବାହାରକୁ ପଠାନ୍ତୁ । ଯେପରି ସେମାନେ ମୋଟାପଣର ଶୀକାର ହେବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.