ଏହି ସହଜ ଉପାୟରେ ମୁହଁରୁ ଛଡ଼ାଇ ପାରିବେ ବ୍ରଣ ଦାଗ, ବ୍ୟବହାର କରନ୍ତୁ ଏହି ତେଲ

ଗରମ ଦିନରେ ଧୂଳି ଏବଂ ମଇଳା ଚେହେରାରେ ଅଧିକ ଲାଗେ । ଏହି କାରଣରୁ ମୁହଁରେ ବ୍ରଣ ଅଧିକ ବାହାରିଥାଏ । ଗରମ ଦିନରେ ତ୍ୱଚାର ଯତ୍ନ ନନେବା କାରଣରୁ ବ୍ରଣ ହେବା ପରେ ମୁହଁରେ ଚିହ୍ନ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ମୁହଁରେ ଥିବା ବ୍ରଣ ଦାଗକୁ ଛଡ଼ାଇ ପାରିବେ ।

ଗରମ ହେବା ମାତ୍ରେ ଲୋକମାନଙ୍କ ମୁହଁରେ ବ୍ରଣ ବାହାରିଥାଏ । ଗରମ ଦିନରେ ଧୂଳି ଏବଂ ମଇଳା ଚେହେରାରେ ଅଧିକ ଲାଗେ । ଏହି କାରଣରୁ ମୁହଁରେ ବ୍ରଣ ଅଧିକ ବାହାରିଥାଏ । ଗରମ ଦିନରେ ତ୍ୱଚାର ଯତ୍ନ ନନେବା କାରଣରୁ ବ୍ରଣ ହେବା ପରେ ମୁହଁରେ ଚିହ୍ନ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ମୁହଁରେ ଥିବା ବ୍ରଣ ଦାଗକୁ ଛଡ଼ାଇ ପାରିବେ । ଏଥିପାଇଁ ଆପଣ ନିମ୍ବ ତେଲ, ମୁଲତାନି ମାଟି ଏବଂ ତୁଳସୀ ପାଉଡର ବ୍ୟବହାର କରିପାରିବେ ।

ନିମ୍ବ ତେଲରେ ଅନେକ ଔଷଧୀୟ ଗୁଣ ମିଳିଥାଏ । ଏଥିରେ ଫ୍ୟାଟି ଏସିଡ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ଇ ମଧ୍ୟ ଭରପୂର ଥାଏ । ତେଣୁ ଲୋକମାନେ ନିମ୍ବ ତେଲ ଅଧିକ ବ୍ୟବହାର କରନ୍ତି । ତ୍ୱଚାରୁ ବ୍ରଣ ଦାଗ ଦୂର କରିବା ପାଇଁ ନିମ୍ବ ତେଲ ବ୍ୟବହାର କରିପାରିବେ । ଏହା ଆପଣଙ୍କ ତ୍ୱଚାରେ କୋଲାଜେନ୍ ପ୍ରଡକ୍ସନକୁ ମଧ୍ୟ ବଢ଼ାଇଥାଏ ଯାହା ତ୍ୱଚାକୁ ହେଲଦି କରିଥାଏ । ଅନେକ ଚର୍ମଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ନିମ୍ବ ତେଲ ବ୍ୟବହାର କରିପାରିବେ ।

ତେଲ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରନ୍ତୁ । ଏହା ପରେ ଏକ ପାତ୍ରରେ ଦୁଇ ରୁ ତିନି ଚାମଚ ନିମ୍ବ ତେଲ ନେଇ ଏକ ତୁଳା ସାହାଯ୍ୟରେ ବ୍ରଣ ଦାଗରେ ଲଗାନ୍ତୁ । ରାତିସାରା ଏହି ତେଲକୁ ମୁହଁରେ ଲଗାଇ ଛାଡ଼ିଦିଅନ୍ତୁ । ସକାଳେ ଉଠିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଶୀଘ୍ର ବ୍ରଣ ଦାଗରୁ ମୁକ୍ତି ଦେବ । ନିମ୍ବ ତେଲରେ ଆପଣ ଆଲୋଭେରା ଜେଲ୍ ମିଶାଇ ଲଗାଇ ପାରିବେ । ଏହା ବ୍ୟତୀତ ଆପଣ ନିମ୍ବ ତେଲକୁ ମୁହଁରେ ମାଲିସ୍ କରିପାରିବେ । ଏହା ଆପଣଙ୍କ ତ୍ୱଚାରେ ରକ୍ତ ପ୍ରବାହକୁ ବଢ଼ାଇବ ଏବଂ ଆପଣଙ୍କ ଚେହେରାକୁ ଚମକାଇବ । ଆପଣ ଭିଟାମିନ୍ ଇ କ୍ୟାପସୁଲ ସହିତ ନିମ୍ବ ତେଲ ବ୍ୟବହାର କରିପାରିବେ । ଭିଟାମିନ୍ ଇ କ୍ୟାପସୁଲକୁ ଅଧା ଚାମଚ ନିମ୍ବ ତେଲରେ ମିଶାଇ ମୁହଁରେ ଲଗାନ୍ତୁ । ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ଏହି ତେଲକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଏହା ଲଗାଇବା ପରେ ଫେସଓ୍ଵାସ ଓ ସାବୁନ ଲଗାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.