ମାଇଗ୍ରେନ ସମସ୍ୟା ଯୋଗୁ ପେନ୍‌କିଲର ଖାଉଛନ୍ତି କି ? ସାବଧାନ ହୋଇପାରନ୍ତି ଡିପ୍ରେସନ୍‌ର ଶିକାର, ଜାଣନ୍ତୁ ଏଥିରୁ କିପରି ପାଇବେ ମୁକ୍ତି

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଦୁନିଆର ପ୍ରାୟ ୧୦୦ କୋଟି ଲୋକ ଏହି ଯନ୍ତ୍ରଣା ଭୋଗୁଛନ୍ତି । ସାଇନସ୍, ଥଣ୍ଡା ଓ କାଶ, ହାଇ ବିପି, ଜ୍ୱର, ଆଖିରେ ଡ୍ରାଏନେସ୍‌ ଏବଂ ଡିହାଇଡ୍ରେସନ୍ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ ଏବଂ ଲୋକମାନେ ଏହାର କାରଣ ନ ଜାଣି ତୁରନ୍ତ ଏଥିପାଇଁ ପେନ୍‌କିଲର ଖାଇଦେଇଥାନ୍ତି । କିନ୍ତୁ ଲୋକମାନେ ଏପରି କରିବା ଭୁଲ୍ ହୋଇଥାଏ ।

ଆପଣମାନେ ତ ଜାଣିଥିବେ ଯେ ମାଇଗ୍ରେନ୍ ସମସ୍ୟାରେ ଏପରି ଅନୁଭବ ହୋଇଥାଏ, ଯେପରି କେହି ହାତୁଡ଼ିରେ ମୁଣ୍ଡକୁ ଆଘାତ କରୁଛି । ତେବେ ଏହି ସମସ୍ୟାରେ ସାଧାରଣ ଶବ୍ଦ ଶୁଣାଗଲେ ମଧ୍ୟ ଯେପରି ଲାଗେ କେହି କାନରେ ବୋମା ଫିଙ୍ଗିଛି । ଏହି ଯନ୍ତ୍ରଣା ଆପଣଙ୍କ ସେନ୍ସର ସିଷ୍ଟମକୁ ଖରାପ କରିଥାଏ । କେଉଁ କାରଣରୁ ଆଖି, କାନ, ହାତ, ଗୋଡ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ନୁହେଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଦୁନିଆର ପ୍ରାୟ ୧୦୦ କୋଟି ଲୋକ ଏହି ଯନ୍ତ୍ରଣା ଭୋଗୁଛନ୍ତି । ସାଇନସ୍, ଥଣ୍ଡା ଓ କାଶ, ହାଇ ବିପି, ଜ୍ୱର, ଆଖିରେ ଡ୍ରାଏନେସ୍‌ ଏବଂ ଡିହାଇଡ୍ରେସନ୍ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ ଏବଂ ଲୋକମାନେ ଏହାର କାରଣ ନ ଜାଣି ତୁରନ୍ତ ଏଥିପାଇଁ ପେନ୍‌କିଲର ଖାଇଦେଇଥାନ୍ତି । କିନ୍ତୁ ଲୋକମାନେ ଏପରି କରିବା ଭୁଲ୍ ହୋଇଥାଏ । ପ୍ରକୃତରେ ପେନ୍‌କିଲର ସେବନ କରି ମୁଣ୍ଡବିନ୍ଧା ଭଲ ହୋଇଯାଏ କିନ୍ତୁ ଲୋକମାନେ ଡିପ୍ରେସନ୍‌ ଏବଂ ଏଞ୍ଜାଇଟିର ଶିକାର ହୋଇପାରନ୍ତି, ତେଣୁ ମାଇଗ୍ରେନ୍ ଯନ୍ତ୍ରଣା ହେଉଥିଲେ ଭୁଲରେ ମଧ୍ୟ ପେନ୍‌କିଲର ସେବନ କରିବା ଉଚିତ୍ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଯେ ମାଇଗ୍ରେନର ଲକ୍ଷଣ କ’ଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କ’ଣ କରିବା ଉଚିତ୍ ?

ଜାଣନ୍ତୁ ମାଇଗ୍ରେନ୍‌ର ଲକ୍ଷଣ :

ତେବେ ମାଇଗ୍ରେନ୍‌ ସମସ୍ୟାରେ ପ୍ରାୟତଃ ଅଧା ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ, ଅଧିକ ଲାଇଟରୁ ଅସୁବିଧା ହେବା, ବାନ୍ତି, ମୁଣ୍ଡ ବୁଲାଇବା, ଥକା ଲାଗିବା, ଆଖି ପୋଡିବା ଏବଂ ଅଧିକ ଶବ୍ଦରୁ ସମସ୍ୟା ହେବା ଭଳି ଅନେକ ଲକ୍ଷଣ ରହିଥାଏ । ସେଥିପାଇଁ ଯଦି ଆପଣଙ୍କର ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ ।

ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ଉପାୟ :

ବଡ଼ିରେ ଗ୍ୟାସ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ : ମୁଣ୍ଡବିନ୍ଧା ଏବଂ ଅନ୍ତନଳୀ ମଧ୍ୟରେ ଏକ ସଂଯୋଗ ଥାଇପାରେ । ତେବେ ମାଇଗ୍ରେନ୍ ସମସ୍ୟାରେ ପ୍ରାୟତଃ ବାନ୍ତି ହୋଇଥାଏ । କିଛି ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନଙ୍କର ବାରମ୍ବାର ମୁଣ୍ଡବିନ୍ଧା ହୁଏ, ସେମାନେ ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ଥାଇପାରେ ।

ଅନୁଲୋମ ଓ ବିଲୋମ କରନ୍ତୁ : ମାଇଗ୍ରେନ୍ ଏବଂ ମୁଣ୍ଡବିନ୍ଧାରୁ ମୁକ୍ତି ପାଇଁ ଅନୁଲୋମ ଓ ବିଲୋମ ପ୍ରାଣାୟମ୍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଆସାନା ହୋଇଥାଏ । ଏହା କେବଳ ମୁଣ୍ଡବିନ୍ଧାରୁ ନୁହେଁ ବରଂ ଷ୍ଟ୍ରେସ୍‌ରୁ ମଧ୍ୟ ମୁକ୍ତି ଦେଇଥାଏ । ତେବେ ପ୍ରତିଦିନ ପ୍ରାୟ ୧୫ ମିନିଟ୍‌ ଏହି ଆସାନା କରିବା ଦ୍ୱାରା ଆପଣ ଅନେକ ଲାଭ ପାଇପାରିବେ ।

ଏହି ଜିନିଷଗୁଡିକ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରନ୍ତୁ :

ଗଜା ମୁଗ ଏବଂ ସୋଲା ଖାଆନ୍ତୁ : ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ଆପଣଙ୍କର ଖାଦ୍ୟରେ ପରିବର୍ତ୍ତନ କରନ୍ତୁ । ସେଥିପାଇଁ ଆପଣ ନିଜ ଡାଏଟ୍‌ରେ ଗଜା ମୁଗ ଓ ସୋଲା ଖାଇବା ଆରମ୍ଭ କରନ୍ତୁ ।

ସବୁଜ ପନିପରିବା ଖାଆନ୍ତୁ : ସବୁଜ ପନିପରିବା ମାଇଗ୍ରେନ୍‌ରେ ଗମ୍ଭୀରତା କମ୍‌ କରିବାରେ ସାହାଯ୍ୟ କରିଥାଏ । ସବୁଜ ପନିପରିବାରେ ବାଦାମ, ପାଳଙ୍ଗ, ମେଥି, ଆଭୋକାଡୋ, ବିନ୍ସ, ଲାଉ ଭଳି ବିଭିନ୍ନ ପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।

ଏହି ତେଲ ବ୍ୟବହାର କରନ୍ତୁ :

ଅଣୁ ତେଲ ନାକରେ ପକାନ୍ତୁ : ଅଣୁ ତେଲ ବ୍ୟବହାର କରିବା ଦ୍ୱାରା ନାକ ଆର୍ଦ୍ରତା ରହିଥାଏ, ଯାହା ଜୀବାଣୁ ପ୍ରବେଶକୁ ରୋକିଥାଏ ଏବଂ ପବନରେ ଥିବା କଣିକାକୁ ଫୁସଫୁସରେ ପ୍ରବେଶ କରିବାକୁ ମଧ୍ୟ ରୋକିଥାଏ ।

ନଡ଼ିଆ ଏବଂ ଲବଙ୍ଗ ତେଲ : ତେବେ ୧୦ ଗ୍ରାମ ନଡିଆ ଏବଂ ୦୨ ଗ୍ରାମ ଲବଙ୍ଗ ତେଲ ନିଅନ୍ତୁ । ନଡ଼ିଆ ଓ ଲବଙ୍ଗ ତେଲକୁ ଭଲ ଭାବେ ମିଶାନ୍ତୁ । ତାପରେ ଏହାକୁ ମୁଣ୍ଡରେ ଲଗାନ୍ତୁ । ଯାହା ଫଳରେ ଆପଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ସେଥିପାଇଁ ଯଦି ଆପଣ ମଧ୍ୟ ମାଇଗ୍ରେନ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆପଣ ଏହି ସବୁ ଉପାୟ ଆପଣାଇ ପାରିବେ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.