ପିଲାଙ୍କ ପାଇଁ ଆଜି ଜଳଖିଆରେ ବନାନ୍ତୁ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌, ମିଳିବ ପୂରା ରେସ୍ତୋରାଁ ଭଳି ସ୍ୱାଦ

ଆଳୁ ସାଣ୍ଡଓ୍ଵିଚ୍‌, ପନୀର ସାଣ୍ଡଓ୍ଵିଚ୍‌ ତ ଆମେ ସମସ୍ତେ ଖାଇଛେ। କିନ୍ତୁ କେବେ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌ କଥା ଶୁଣିଛନ୍ତି କି! ଯଦି କେବେ ଏହି ଆଇଟମ୍‌ ଖାଇନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

୬ଟି ବ୍ରେଡ୍‌ ସ୍ଲାଇସ୍‌
୧ କପ୍‌ ଡାର୍କ ଚକୋଲେଟ୍‌
୧ କପ୍‌ ବଟର
୧ କପ୍‌ କଟା ହୋଇଥିବା ମିକ୍ସ ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ଚକୋଲେଟ୍‌କୁ ତରଳିବାକୁ ବସାଇ ଦିଅନ୍ତୁ। ଏବେ ବ୍ରେଡ୍‌ ସ୍ଲାଇସ୍‌ରେ ବଟର ଲଗାଇ ତା’ ଉପରେ ମେଲ୍ଟ ଚକୋଲେଟ୍‌କୁ ଲଗାଇ ଦିଅନ୍ତୁ। ଏହା ଉପରେ ଡ୍ରାଏ ଫ୍ରୁଟ୍ସ ଲଗାଇ ଆଉ ଏକ ବ୍ରେଡ୍‌ ରଖନ୍ତୁ। ଏବେ ମିଡିୟମ୍‌ ଆଞ୍ଚରେ ତାଓ୍ଵାରେ ବଟର ଲଗାଇ ଗରମ ହେବାକୁ ରଖନ୍ତୁ। ଏହା ଉପରେ ବ୍ରେଡ୍‌ ରଖି ଉଭୟ ପଟକୁ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକଲେଟ୍‌ ସାଣ୍ଡଓ୍ଵିଚ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.