ଆଜି ସନ୍ଧ୍ୟାରେ ବନାଇ ଖାଆନ୍ତୁ “ଦହି କବାବ”, ଚଟଣି ସହ ମଜା ଆସିଯିବ

କବାବ ତ ନିଶ୍ଚିତ ରୂପେ ଖାଇଥିବେ | କିନ୍ତୁ କେବେ ରେଶତୃରାନ୍ତ ଷ୍ଟାଇଲ ଦହି କବାବର ମଜା ନେଇଛନ୍ତିକି | ଉତ୍ତର ଭାରତ ସମେତ ଅନ୍ୟାନ ସ୍ଥାନରେ ଏହି ଦହି କବାବର ଅନେକ ଚାହିଦା ରହିଛି | ଏହାର ଆଉ ଏକ ଖାସିୟତ ହେଉଛି ପାଟିରେ ପକେଇବା ମାତ୍ରେ ଏହା ମିଳେଇ ଯାଏ | ଏହାକୁ ବନେଇବା ବି ଖୁବ ସହଜ | ତେବେ ଆସନ୍ତୁ ଏହାକୁ କେମିତି ବନେଇବେ ଜାଣି ରଖିବା |

ଦେଢ଼ କପ ଦହି

୧୦୦ ଗ୍ରାମ ପନିର

୪୦ ଗ୍ରାମ ପିଆଜ

୩୦ ଗ୍ରାମ ଅଦା

୧୦ ଗ୍ରାମ ଧନିଆ ପତ୍ର

କର୍ଣ୍ଣଫ୍ଲୋର ପାଉଡର

୩୦ ଗ୍ରାମ କାଜୁ ଗୁଣ୍ଡ

୩୦ ଗ୍ରାମ କିସମିସ

dahi kabab
p.c- patrika

୪ ଗ୍ରାମ ଗୋଲମରିଚ ଗୁଣ୍ଡ

୪ ଗ୍ରାମ ଗୁଜୁରାତି ଗୁଣ୍ଡ

ସ୍ୱାଦ ଅନୁସାରେ ଲୁଣ

ଛାଣିବା ପାଇଁ ତେଲ

ବନେଇବା ପ୍ରଣାଳୀ:

ରାତି ସାରା ଦହି ବସେଇ ଦିଅ

ଏବେ ଚୁଲିରେ ଏକ କଡେଇ ବସାନ୍ତୁ | ସେଥିରେ ତେଲ ଦେଇ ପିଆଜ ଓ ଅଦା ପକେଇ ଦିଅନ୍ତୁ |

ଏବେ ସେଥିରେ ଅନ୍ୟାନ ଜିନିଷ ପକାନ୍ତୁ

ଏବେ ସେଗୁଡିକୁ ହାତରେ ନେଇ ଗୋଲ ଗୋଲ କରନ୍ତୁ |

ଏବେ ସେଗୁଡିକୁ ସେକି ଦିଅନ୍ତୁ

ଏବେ ସେଗୁଡିକୁ ସଜେଇ ଚଟଣି ସହ ଖାଇବାକୁ ଦିଅନ୍ତୁ |

ଲକ୍ଷ ରଖିବେ ଆପଣଙ୍କ କବାବ ଯେମିତି ମୁସ ମୂସ ଲାଗୁଥିବ | ତାହେଲେ ମଜା ଆସିଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.