Below header

ଶରୀରରେ ଅକ୍ସିଜେନ ଅଭାବ ଦେଖାଦେଲେ ଆପଣାନ୍ତୁ ‘ଅକ୍ସିଜେନ କନ୍ସେନଟ୍ରେଟର’

କରୋନା ଭାଇରସ ପାଇଁ ଏବେ ଅନେକ ଲକ୍ଷଣ ସାମ୍ନାକୁ ଆସୁଛି। ଏହାର ବିଭିନ୍ନ ଲକ୍ଷଣ ମଧ୍ୟରୁ ଶରୀରରେ ଅକ୍ସିଜେନର ଅଭାବ ସବୁଠୁ ବିପଦପୂର୍ଣ୍ଣ । ରକ୍ତରେ ଅକ୍ସିଜେନର ଅଭାବ କୋଭିଡ ୧୯ର ସବୁଠୁ ବଡ ବିପଦ ମଧ୍ୟରୁ ଏକ। ଭାଇରସ ଇନଫେକ୍ସସନ ପାଇଁ ସମସ୍ତଙ୍କୁ ଅକ୍ସିଜେନର ଏବେ ଆବଶ୍ୟକତା ରହୁଛି। କିଛି ବ୍ୟକ୍ତି ଏଥିପାଇଁ ଆଗୁଆ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଘରକୁ କିଣି ଆଣୁଛନ୍ତି। ଯାହାର ବିପରୀତ ପ୍ରଭାବ ହସ୍ପିଟାଲରେ ଦେଖିବାକୁ ମିଳୁଛି। ଆବଶ୍ୟକ ସମୟରେ ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ରହୁଛି। ଯଦ୍ୱାରା ରୋଗୀ ଜଣଙ୍କ ମୃତ୍ୟୁବରଣ କରୁଛି।

oxygen 2
Picture Courtesy:Aaj Tak

ଗୋଟେ ପଟେ କରୋନାର ଲହରୀ ବୃଦ୍ଧି ହେବା ସହ ଅନ୍ୟ ପଟେ ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖିବାକୁ ମିଳୁଛି। ତା’ସହ ଅକ୍ସିଜେନକୁ ପର୍ଯ୍ୟାପ୍ତ ପରିମାଣରେ ରଖିବା ମଧ୍ୟ ଡାକ୍ତରଙ୍କ ପାଇଁ ଏବେ କାଠିକର ପାଠ।
ତେବେ ଏକ ସୂତ୍ରରୁ ଜଣାପଡିଛି ଯେ, ଅକ୍ସିଜେନ ମାତ୍ରା ଶରୀରରୁ କମିବା ଅନୁଭବ କଲେ ଅକ୍ସିଜେନ କନ୍ସେନଟ୍ରେଟର ବ୍ୟବହାର କରିବା ଉଚିତ। ପ୍ରାୟତଃ ସବୁ ସ୍ଥାନରେ ରୋଗୀଏହାକୁ ବ୍ୟବହାର କରିପାରିବେ। ଖରାପ ସମୟରେ ଏହା ଦେବଦୂତ ଭଳି କାର୍ଯ୍ୟ କରିଥାଏ।

କୋଭିଡ ସମୟରେ ପ୍ରତ୍ୟେକ ନିଜ ଶରୀରର ଅକ୍ସିଜେନ ସ୍ତରକୁ ମାପିବା ଆବଶ୍ୟକ। ଯଦ୍ୱାରା ଆପଣ ନିଜ ଶରୀରର ସୁସ୍ଥତାକୁ ନେଇ ସଚେତନ ରହିପାରିବେ।

oxygen3
Picture Courtesy:Aaj Tak

ଅକ୍ସିଜେନ କନ୍ସେନଟ୍ରେଟର:

ଶରୀରରେ ଅକ୍ସିଜେନର ଅଭାବ ଦେଖାଦେଲେ ଏହାକୁ ବ୍ୟବହାର କରାଯାଇଥାଏ। ଏହା କମ ସମୟରେ ଶରୀରରେ ଅକ୍ସିଜେନା ମାତ୍ରା ବଢ଼ାିଥାଏ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହାର ନଳୀ ସାହାଯ୍ୟରେ ଅକ୍ସିଜେନ ଶରୀରକୁ ପ୍ରବେଶ କରିଥାଏ। ଅକ୍ସିଜେନ ସିଲିଣ୍ଡର ପରିବର୍ତ୍ତେ ଆପଣ ଅକ୍ସିଜେନ କନ୍ସେନଟ୍ରେଟରକୁ ବ୍ୟବହାର କରିପାରିବେ। ଏହାକୁ ୨ଟି ପ୍ରମୁଖ କାରଣ ପାଇଁ ବ୍ୟବହାର କରାଯାଇଥାଏ। ପ୍ରଥମତଃ ଏହା ରୋଗୀଙ୍କ ଶରୀରରେ ଅକ୍ସିଜେନ ପ୍ରଦାନ କରିଥାଏ। ଦ୍ୱିତୀୟତଃ ଏହା ଶରୀରରେ କାର୍ଯ୍ୟକ୍ଷମତା ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ କେନୁଲା, ଅକ୍ସିଜେନ ମାସ୍କ ଓ ନାସାଲ ଟ୍ୟୁବ ରହିଥାଏ । ଏହା ପ୍ରାକୃତିକ ବାୟୁକୁ ଅକ୍ସିଜେନ ନଳୀ ସାହାଯ୍ୟରେ ମଣିଷ ଶରୀରକୁ ପ୍ରବେଶ କରାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.