Below header

ହେୟାର ଡାଇ କରିବା ପରେ ତ୍ୱଚାରେ ରଙ୍ଗ ଲାଗି ଯାଇଛି କି? ଏହି ସବୁ ଉପାୟରେ ଆପଣ ଛଡ଼ାଇ ପାରିବେ

ଅନେକ ଲୋକ ପାର୍ଲର ନ ଯାଇ ଘରେ କେଶ ରଙ୍ଗ କରି ଦିଅନ୍ତି। ଏହା ତ କମ୍ ଖର୍ଚ୍ଚରେ ହୋଇଯାଏ, କିନ୍ତୁ ଏମିତି କରିବା ଏକ ଅପରିଷ୍କାର ଉପାୟ। ଏହାଦ୍ୱାରା ଆପଣଙ୍କ ସ୍କିନରେ ହେୟାର ଡାଇର ରଙ୍ଗ ଲାଗି ଯାଇଥାଏ। ବଜାରରେ ଅନେକ ହେୟାର ଡାଇ ଆସୁଛି, ଯାହା ସ୍କିନକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ସ୍କିନରେ ଲାଗିଥିବା ହେୟାର ଡାଇରୁ ଛୁଟ୍କାରା ପାଇବାର କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

୧. ଆପଣ କାନ ଏବଂ ବାକ ଚାରିପଟେ ବେବି ଅଏଲ୍ କିମ୍ବା ପେଟ୍ରୋଲିୟମ୍ ଜେଲି ଲଗାନ୍ତୁ। ଏହା ଆପଣଙ୍କ ସ୍କିନ୍‌କୁ ମସୃଣ କରିଦେବ, ଯାହା ଫଳରେ ହେୟାର ଡାଇର ରଙ୍ଗ ସହଜରେ ଛାଡ଼ିଯିବ।

୨. ସ୍କିନରେ ହେୟାର ଡାଇ ରଙ୍ଗ ଲାଗି ଯାଇଥିଲେ, ସେଥିରେ ଆଲକହଲ ଏବଂ ସାବୁନ୍ ଲଗାଇ ପାରିବେ। କଟନ୍ ବଲରେ କିଛି ଆଲକହଲ ନେଇ ରଙ୍ଗ ଲାଗିଥିବା ସ୍ଥାନରେ ଧୀରେ ଧୀରେ ମାଲିସ୍ କରନ୍ତୁ। ଏହାପରେ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ।

୩. ବେକିଂ ସୋଡା ଏବଂ ଡିସ୍ ଓ୍ଵାଶିଂ ଲିକ୍ୱିଡକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ। ତା’ ପରେ ଏହି ଫେଣଯୁକ୍ତ ମିଶ୍ରଣକୁ କପଡ଼ାରେ ନେଇ ପ୍ରଭାବିତ ସ୍ଥାନରେ ଧୀରେ ଧୀରେ ରଗଡ଼ନ୍ତୁ। ଯଦି ସମ୍ଭବ ଲେମ୍ବୁର ମାତ୍ରା ଥିବା ଡିସ୍ ଓ୍ଵାଶିଂ ଆପଣ ବ୍ୟବହାର କରି ପାରିବେ।

୪. ଏକ କଟନ୍ କପଡ଼ାକୁ ଭିନେଗାରରେ ବୁଡ଼ାଇ ସ୍କିନରେ ଲଗାନ୍ତୁ। ଦେଖିବେ, ମାତ୍ର କିଛି ସମୟ ଭିତରେ ଡେୟାର ଡାଇ ଦାଗ ଲିଭିଯିବ। ଏହି ମୃତ କୋଶିକାଗୁଡ଼ିକୁ ଧୀରେ ଧୀରେ ହଟାଇବାରେ ସାହାଯ୍ୟ କରିବ।

୫. ଅଳ୍ପ ଟୁଥପେଷ୍ଟ ନିଅନ୍ତୁ ଏବଂ ଏହାକୁ ଦାଗଯୁକ୍ତ ସ୍ଥାନରେ ଲଗାନ୍ତୁ। ଏହାକୁ କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ। ଗୋଟିଏ ଥରରେ ଏହି ଦାଗ ଦୂର ହୁଏ ନାହିଁ, ତେଣୁ ଆପଣ ଏହି ପଦ୍ଧତିକୁ ପୁନରାବୃତ୍ତି କରି ପାରିବେ।

୬. ରଙ୍ଗ ଚିହ୍ନ ହଟାଇବା ପାଇଁ ମେକଅପ୍ ରିମୁଭର୍ ବ୍ୟବହାର କରିବା ହେଉଛି ସହଜ ଉପାୟ। ଏକ ସୂତା ବଲ ଉପରେ କିଛି ବୁନ୍ଦା ମେକଅପ୍ ରିମୁଭର୍ ନେଇ ଦାଗ ସ୍ଥାନରେ ଲଗାନ୍ତୁ। ଏହା ସହଜରେ ଦୂର ହୋଇଯିବ।

୭. ରଙ୍ଗ ଦାଗ ହଟାଇବା ପାଇଁ ନେଲ ପେଣ୍ଟ ରିମୁଭର୍ ହେଉଛି ଅନ୍ୟ ଏକ ସହଜ ଉପାୟ। ଏକ ସୂତା ବଲରେ ନେଲ ପେଣ୍ଟ ରିମୁଭର୍ ନିଅନ୍ତୁ ଏବଂ ଏହାକୁ ଦାଗି ଥିବା ସ୍ଥାନରେ ଲଗାନ୍ତୁ। ଦେଖିବେ, ରଙ୍ଗ ଦାଗ ଜଲଦି ହିଁ ଛାଡ଼ିଯିବ। ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.