ରିଲେସନସିପ ଟିପ୍ସ : କ’ଣ ଶୀଘ୍ର ଭାଙ୍ଗିଯାଉଛି କି ଲଭ ମ୍ୟାରେଜ, ଏହିସବୁ ହୋଇଥାଏ କାରଣ

ଅଧିକାଂଶ ସମୟରେ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜକୁ ନେଇ ପ୍ରଶ୍ନ ଉଠେ ଯେ କେଉଁଟି ଭଲ । ଗତ କିଛି ବର୍ଷ ଧରି ଲୋକଙ୍କ ମଧ୍ୟରେ ଲଭ ମ୍ୟାରେଜକୁ ନେଇ ଅଧିକ ବିଶ୍ୱାସ ବଢ଼ିଯାଇଛି । ମ୍ୟାରେଜ ଯାହା ବି ହେଉନା କାହିଁକି ଏଥିରେ ବିଶ୍ୱାସ ଓ ଭରଷାର ମୂଳ ଦୁଆ ରହିବା ଜରୁରୀ । ବିବାହରେ ତ ଭଲ ମନ୍ଦ ରହିଛି ତେବେ ଆରେଂଜ ମ୍ୟାରେଜ ତୁଳନାରେ ଲଭ ମ୍ୟାରେଜରେ ଅଧିକ ଅସୁବିଧା ରହିଥାଏ । ଲଭ ମ୍ୟାରେଜରେ ଅଧିକ ଆଶା ଓ ଆକାଂକ୍ଷା ରହୁଥିବାରୁ ଆରେଂଜ ମ୍ୟାରେଜ ଅପେକ୍ଷା ଲଭ ମ୍ୟାରେଜ ଶୀଘ୍ର ଭାଙ୍ଗିଯାଇଥାଏ । ଆସନ୍ତୁ ଜାଣିବା କେଉଁ କାରଣରୁ ବିବାହର କିଛି ବର୍ଷ ପରେ ଲଭ ମ୍ୟାରେଜ ଫିକା ପଡ଼ିବାକୁ ଲାଗିଥାଏ ।

ଦୁଇ ଜଣଙ୍କ ମଧ୍ୟରେ ବଣ୍ଡିଂ ଠିକ୍‌ ନହେବା : ବେଳେ ବେଳେ ଆମେ ଜିଦରେ ଆସି ଘର ଲୋକଙ୍କ ବିରୋଧ ସତ୍ତ୍ୱେ ବିବାହ କରିଦେଇଥାଉ । ଆଜି ବି ଲଭ ମ୍ୟାରେଜକୁ ସମାଜରେ ଭଲ ଦୃଷ୍ଟିରେ ଦେଖି ନଥାନ୍ତି । ହେଲେ ପିଲାଙ୍କ ଯିଦ ଆଗରେ ଅଭିଭାବକ ରାଜି ହୋଇଥାନ୍ତି । ପରିବାରର ବିନା ଇଚ୍ଛାରେ ବିବାହ କରିବାର ମଜା ଅନୁଭବ କରାଯାଇନଥାଏ ଯାହା ଆରେଂଜ ମ୍ୟାରେଜରେ ହୋଇଥାଏ । ବିବାହ ପରେ ହେଉଥିବା ଅସୁବିଧା ସମ୍ପର୍କରେ ସମସ୍ତଙ୍କୁ ଖୋଲାଖୋଲି କହି ହୋଇ ନଥାଏ । ଫଳରେ ଏକା ଏକା ଚାପରେ ଗତି କରିଥାନ୍ତି ।

ବାସ୍ତବିକତାର ସାମନା ହୁଏ : ପ୍ରେମରେ ଲୋକେ ସାଧାରଣତଃ ଅନ୍ଧ ହୋଇ ଯାଇଥାନ୍ତି । ତେଣୁ ଦୁନିଆ ସର୍ବଦା ସୁନ୍ଦର ଲାଗିଥାଏ । ସେତେବେଳେ ଲାଗିଥାଏ ଯେ ବିବାହ ପରେ ମଧ୍ୟ ଏହିପରି ଦିନ କଟିବ । ହେଲେ ଯେତେବେଳେ ବାସ୍ତବିକତାର ସାମନା ହୁଏ ସେତେବେଳେ ସ୍ୱପ୍ନ ଭାଙ୍ଗିଯାଏ । ଏବେ କଳ୍ପନା ଦୁନିଆର ଅନ୍ତ ଘଟିଥାଏ । ଲାଗେ ଯେପରି ଦୁନିଆ ଉଜୁଡ଼ି ଗଲା ।

ତରବରରେ ବିବାହର ନିଷ୍ପତ୍ତି : ଲଭ ମ୍ୟାରେଜ କରିବା କିଛି ଭୂଲ କାମ ନୁହେଁ । ହେଲେ ତରବରିଆ ଭାବେ ନିଷ୍ପତ୍ତି ନେବା ଦ୍ୱାରା ବହୁ ଭୂଲ ହୋଇଯାଇଥାଏ । ପାର୍ଟନରକୁ ଭଲ ଭାବରେ ନଜାଣି ବିବାହ କରିଥାନ୍ତି । ବାସ୍ତବରେ ଲୋକେ ଆକର୍ଷଣକୁ ପ୍ରେମ ବୋଲି ଭାବି ବିବାହ କରିଦେଇଥାନ୍ତି । ଯାହାର ଅନୁଭବ ପରେ ହୋଇଥାଏ । ଫଳରେ ବେଶୀ ଦିନ ବିବାହ ତିଷ୍ଠି ନଥାଏ ।

ବହୁତ ଅଧିକ ଆଶା କରିବା : ଲଭ ମ୍ୟାରେଜ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ବିବାହ ପୂର୍ବରୁ ଜଣେ ଅନ୍ୟ ଜଣଙ୍କୁ ବହୁତ ସମୟ ଦେଇଥାନ୍ତି । ହେଲେ ବିବାହ ପରେ ଏହି ସମୟ ଦେବା ରହିନଥାଏ । ଯେତେବେଳେ ଏହା ବଦଳି ଯାଇଥାଏ ମନ ଏହାକୁ ସହ ନଥାଏ । ହେଲେ ଆରେଂଜ ମ୍ୟାରେଜରେ ସବୁ କଥାରେ ସମଝୋତା କରିବାକୁ ସହଜ ହୋଇଥାଏ ଯେଉଁଠି ଲଭ ମ୍ୟାରେଜରେ ହୋଇ ନଥାଏ । ଏମିତି ଲାଗିଥାଏ ଯେପରି ବିବାହ ପରେ ପ୍ରେମ ସମାପ୍ତ ହୋଇଗଲା । ଫଳରେ ଦୁରତା ବଢ଼ିଥାଏ ଓ ବିବାହ ଭାଙ୍ଗି ଯାଇଥାଏ ।

ସମ୍ମାନର ଅଭାବ : ପତି-ପତ୍ନୀ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରିବା ଜରୁରୀ । ଲଭ ମ୍ୟାରେଜରେ ଏହା ହିଁ ସବୁଠୁ ବଡ଼ ଅସୁବିଧା । ଏଠାରେ ଜଣେ ଅନ୍ୟ ଜଣଙ୍କୁ ପ୍ରଥମରୁ ଜାଣିଥାଏ । ଫଳରେ ବିବାହ ପରେ ନିଜ ପାର୍ଟନର ସହ ବନ୍ଧୁ ଭଳି ବ୍ୟବହାର କରିଥାଏ । ଗୋଟିଏ ସୀମା ପର୍ଯ୍ୟନ୍ତ ଏହା ଠିକ ରହିଥାଏ । ହେଲେ କିଛି ସମୟ ପରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ । ଯାହାକି ସମ୍ପର୍କକୁ ଅଲଗା କରିବାରେ ଶେଷ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.